ETV Bharat / sports

ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ: ଫାଇନାଲରେ ବିକାଶ କ୍ରିଷ୍ଣନ

author img

By

Published : Mar 10, 2020, 11:24 PM IST

ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଭାରତୀୟ ବକ୍ସର ବିକାଶ କ୍ରିଷ୍ଣନ । ଅଧିକ ପଢନ୍ତୁ...

asian-olympic-qualifiers-vikas-krishnan-in-the-final
ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ: ଫାଇନାଲରେ ବିକାଶ କ୍ରିଷ୍ଣନ

ଅମାନ (ଜୋର୍ଡାନ): ଏଠାରେ ଚାଲିଥିବା ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଭାରତୀୟ ବକ୍ସର ବିକାଶ କ୍ରିଷ୍ଣନ । ତେବେ ସେ 69 କେଜି ବର୍ଗ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ଅନ୍ୟପଟେ 52 କେଜି ବର୍ଗରେ ଅମିତ ପାଙ୍ଘାଲ ଓ ଲଭଲିନା ବର୍ଗୋହେନଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଉଲ୍ଲେଖଥାଉ କି, ଉକ୍ତ 3 ବକ୍ସର ଅଲମ୍ପିକ ଟିକେଟ୍‌ ହାତେଇ ସାରିଛନ୍ତି ।

ତେବେକାଜାଖସ୍ତାନର ଆବଲାଖାନ ଝୁସୁପୋଭଙ୍କ ବିପକ୍ଷ ସେମିଫାଇନାଲରେ କ୍ରିଷ୍ଣନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ଆଖି ଉପରେ ଆଘାତ ମଧ୍ୟ ଲାଗିଛି । 28 ବର୍ଷୀୟ ଭାରତୀୟ କ୍ରିଷ୍ଣନ ଫାଇନାଲରେ ଜୋର୍ଡାନର ଇଶେଇ ହୁସେନଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.