ETV Bharat / sports

Asian Mens Hockey 5s World Cup Qualifier: ପାକିସ୍ତାନକୁ ସୁଟ ଆଉଟରେ ହରାଇ ଭାରତ ଚମ୍ପିଆନ୍

author img

By ETV Bharat Odisha Team

Published : Sep 3, 2023, 8:06 AM IST

ଏସିଆନ ପୁରୁଷ ହକି 5 ସାଇଟ ବିଶ୍ବ କପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଚମ୍ପିଆନ ହୋଇଛି । ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ହକି ଦଳ । ଅଧିକ ପଢନ୍ତୁ

ଏସିଆନ ପୁରୁଷ ହକି 5ସାଇଟ ବିଶ୍ବ କପ ଯୋଗ୍ୟତା
Asian Mens Hockey 5s World Cup Qualifier

ନୂଆଦିଲ୍ଲୀ: କ୍ରିକେଟରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ଡ୍ର ହୋଇଛି ମାତ୍ର ହକିରେ ବାଜି ମାରି ନେଇଛି ଭାରତ । ଓମାନରେ ଚାଲିଥିବା ଏସିଆନ ପୁରୁଷ ହକି 5ଏସ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି । ଫାଇନାଲ ଫାଇଟରେ ସୁଟ ଆଉଟରେ 4-4 (2-0) ପାକିସ୍ତାନକୁ ଚେକ ଦେଇ ଚମ୍ପିଆନ ହୋଇଛି ଭାରତୀୟ ଦଳ । ଏହା ସହିତ 2024ରେ ହେବାକୁ ଥିବା 5ଏସ ହକି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ସେମିଫାଇନାଲରେ ମାଲେସିଆରୁ 10-4 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ହକି ଦଳ । ପାରମ୍ପରିକ ପ୍ରତିନ୍ଦ୍ବନୀ ପାକିସ୍ତାନ ସହ ଫାଇନାଲ ଲଢେଇରେ କଡା ମୁକାବିଲା ହୋଇଥିଲା । ମ୍ୟାଚର ପଞ୍ଚମ ମିନିଟରେ ଗୋଲ ଦେଇ ପାକିସ୍ତାନ ଖାତା ଖୋଲିଥିଲା । ଏହାର 2 ମିନିଟ ପରେ ଭାରତ ଯୁଗରାଜ ସିଂହ ଗୋଲ ସ୍କୋର କରି 1-1ରେ ସ୍ଥିତି ବରାବର କରିଥିଲେ । ପରବର୍ତ୍ତୀ 3 ମିନିଟ ପରେ ମନିନ୍ଦର ସିଂହ ଗୋଟିଏ ଗୋଲ କରି ଭାରତକୁ 2-1ରେ ଆଗୁଆ କରିଥିଲେ । ଏହା ପରେ ପାକିସ୍ତାନ କମବ୍ୟାକ କରି 13ତମ ଓ 14ତମ ମିନିଟରେ 2ଟି ଗୋଲ କରି 3-2ରେ ଆଗରେ ରହିଥିଲା । ପରେ ପରେ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରି 4-2ରେ ଆଗୁଆ ରହିଥିଲା ।

  • For their spirited performance throughout the Men's Hockey 5s Asia Cup 2023 which also served as Asia's qualifying tournament for the Men's Hockey5s World Cup 2023 Hockey India Announces a cash reward of Rs. 2,00,000 for each Player and Rs. 1,00,000 for each Support Staff.… pic.twitter.com/Hx4WX1rby6

    — Hockey India (@TheHockeyIndia) September 2, 2023 " class="align-text-top noRightClick twitterSection" data=" ">

For their spirited performance throughout the Men's Hockey 5s Asia Cup 2023 which also served as Asia's qualifying tournament for the Men's Hockey5s World Cup 2023 Hockey India Announces a cash reward of Rs. 2,00,000 for each Player and Rs. 1,00,000 for each Support Staff.… pic.twitter.com/Hx4WX1rby6

— Hockey India (@TheHockeyIndia) September 2, 2023

ଭାରତ ଜବରଦସ୍ତ କମବ୍ୟାକ କରି 19ତମ ଓ 26ତମ ମିନିଟରେ 2ଟି ଗୋଲ ସ୍କୋର କରିଥିଲା । ମ୍ୟାଚଟି 4-4ରେ ଅମୀମାଂସିତ ରହିଥିଲା । ଏହାପରେ ସୁଟଆଉଟରେ ଭାରତ ପକ୍ଷରୁ ଗୁରଜୋତ ସିଂହ ଓ ମନିନ୍ଦର ସିଂହ ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା । ଚମ୍ପିଆନ ଭାରତୀୟ ଦଳକୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳକୁ ପୁରସ୍କାର ଘୋଷଣା କରାଯାଇଛି । ଦଳର ପ୍ରତି ଖେଳାଳିଙ୍କୁ 2ଲକ୍ଷ ଟଙ୍କା ଓ ସହକାରୀ ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଜାପାନ ବିପକ୍ଷରେ ଭାରତର ବିଶାଳ ବିଜୟ, 30 ମିନିଟରେ 35 ଗୋଲ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଓମାନକୁ ହରାଇଲା, ପାକିସ୍ତାନଠୁ ହାରିଲା ଭାରତ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ପ୍ରକାଶ ଥାଉ କି, ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଓମାନରେ ଅଗଷ୍ଟ 29ରୁ ସେପ୍ଟେମ୍ବର 2 ତାରିଖ ଯାଏଁ ଚାଲିଥିଲା । ଏଲିଟି ପୁଲ୍‌ରେ ଭାରତୀୟ ଦଳ ସ୍ଥାନ ପାଇଥିଲା । ଭାରତ ତାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ 15-1 ଗୋଲରେ ପରାସ୍ତ କରିଥିବା । ଦ୍ବିତୀୟ ମ୍ୟାଚରେ ଆୟୋଜକ ଓମାନକୁ ପରାସ୍ତ କରିଥିଲା । ମାତ୍ର ତୃତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଚତୁର୍ଥ ମ୍ୟାଚରେ ଜାପାନକୁ 35-1 ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ସେମି ଫାଇନାଲରେ ମାଲେସିଆକୁ 10-4 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ଅନ୍ୟପଟେ 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମହିଳା ଦଳ ଦମଦାର ବିଜୟ ହାସଲ କରି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଜାପାନ, ମାଲେସିଆ, ଥାଇଲାଣ୍ଡକୁ ସମସ୍ତ ମୁକାବିଲାରେ ପରାସ୍ତ କରି ଅପରାଜେୟ ରହି ଚମ୍ପିଆନ ହୋଇଥିଲା । 2024 ଜାନୁଆରୀ 24 ତାରିଖରୁ 31 ତାରିଖ ଯାଏ ଓମାନରେ ଏଫଆଇଏଚ ହକି 5ସାଇଟ ବିଶ୍ବ କପ ଅନୁଷ୍ଠିତ ହେବ । ଏନେଇ ଉଭୟ ମହିଳା ଓ ପୁରୁଷ ଭାରତୀୟ ହକି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି ।

ନୂଆଦିଲ୍ଲୀ: କ୍ରିକେଟରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ଡ୍ର ହୋଇଛି ମାତ୍ର ହକିରେ ବାଜି ମାରି ନେଇଛି ଭାରତ । ଓମାନରେ ଚାଲିଥିବା ଏସିଆନ ପୁରୁଷ ହକି 5ଏସ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି । ଫାଇନାଲ ଫାଇଟରେ ସୁଟ ଆଉଟରେ 4-4 (2-0) ପାକିସ୍ତାନକୁ ଚେକ ଦେଇ ଚମ୍ପିଆନ ହୋଇଛି ଭାରତୀୟ ଦଳ । ଏହା ସହିତ 2024ରେ ହେବାକୁ ଥିବା 5ଏସ ହକି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ସେମିଫାଇନାଲରେ ମାଲେସିଆରୁ 10-4 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ହକି ଦଳ । ପାରମ୍ପରିକ ପ୍ରତିନ୍ଦ୍ବନୀ ପାକିସ୍ତାନ ସହ ଫାଇନାଲ ଲଢେଇରେ କଡା ମୁକାବିଲା ହୋଇଥିଲା । ମ୍ୟାଚର ପଞ୍ଚମ ମିନିଟରେ ଗୋଲ ଦେଇ ପାକିସ୍ତାନ ଖାତା ଖୋଲିଥିଲା । ଏହାର 2 ମିନିଟ ପରେ ଭାରତ ଯୁଗରାଜ ସିଂହ ଗୋଲ ସ୍କୋର କରି 1-1ରେ ସ୍ଥିତି ବରାବର କରିଥିଲେ । ପରବର୍ତ୍ତୀ 3 ମିନିଟ ପରେ ମନିନ୍ଦର ସିଂହ ଗୋଟିଏ ଗୋଲ କରି ଭାରତକୁ 2-1ରେ ଆଗୁଆ କରିଥିଲେ । ଏହା ପରେ ପାକିସ୍ତାନ କମବ୍ୟାକ କରି 13ତମ ଓ 14ତମ ମିନିଟରେ 2ଟି ଗୋଲ କରି 3-2ରେ ଆଗରେ ରହିଥିଲା । ପରେ ପରେ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରି 4-2ରେ ଆଗୁଆ ରହିଥିଲା ।

  • For their spirited performance throughout the Men's Hockey 5s Asia Cup 2023 which also served as Asia's qualifying tournament for the Men's Hockey5s World Cup 2023 Hockey India Announces a cash reward of Rs. 2,00,000 for each Player and Rs. 1,00,000 for each Support Staff.… pic.twitter.com/Hx4WX1rby6

    — Hockey India (@TheHockeyIndia) September 2, 2023 " class="align-text-top noRightClick twitterSection" data=" ">

ଭାରତ ଜବରଦସ୍ତ କମବ୍ୟାକ କରି 19ତମ ଓ 26ତମ ମିନିଟରେ 2ଟି ଗୋଲ ସ୍କୋର କରିଥିଲା । ମ୍ୟାଚଟି 4-4ରେ ଅମୀମାଂସିତ ରହିଥିଲା । ଏହାପରେ ସୁଟଆଉଟରେ ଭାରତ ପକ୍ଷରୁ ଗୁରଜୋତ ସିଂହ ଓ ମନିନ୍ଦର ସିଂହ ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା । ଚମ୍ପିଆନ ଭାରତୀୟ ଦଳକୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳକୁ ପୁରସ୍କାର ଘୋଷଣା କରାଯାଇଛି । ଦଳର ପ୍ରତି ଖେଳାଳିଙ୍କୁ 2ଲକ୍ଷ ଟଙ୍କା ଓ ସହକାରୀ ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଜାପାନ ବିପକ୍ଷରେ ଭାରତର ବିଶାଳ ବିଜୟ, 30 ମିନିଟରେ 35 ଗୋଲ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଓମାନକୁ ହରାଇଲା, ପାକିସ୍ତାନଠୁ ହାରିଲା ଭାରତ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ଭାରତର ବିଜୟ ଅଭିଯାନ, 15-1ରେ ହାରିଲା ବାଂଲାଦେଶ

ପ୍ରକାଶ ଥାଉ କି, ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଓମାନରେ ଅଗଷ୍ଟ 29ରୁ ସେପ୍ଟେମ୍ବର 2 ତାରିଖ ଯାଏଁ ଚାଲିଥିଲା । ଏଲିଟି ପୁଲ୍‌ରେ ଭାରତୀୟ ଦଳ ସ୍ଥାନ ପାଇଥିଲା । ଭାରତ ତାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ 15-1 ଗୋଲରେ ପରାସ୍ତ କରିଥିବା । ଦ୍ବିତୀୟ ମ୍ୟାଚରେ ଆୟୋଜକ ଓମାନକୁ ପରାସ୍ତ କରିଥିଲା । ମାତ୍ର ତୃତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଚତୁର୍ଥ ମ୍ୟାଚରେ ଜାପାନକୁ 35-1 ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ସେମି ଫାଇନାଲରେ ମାଲେସିଆକୁ 10-4 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ଅନ୍ୟପଟେ 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମହିଳା ଦଳ ଦମଦାର ବିଜୟ ହାସଲ କରି ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଜାପାନ, ମାଲେସିଆ, ଥାଇଲାଣ୍ଡକୁ ସମସ୍ତ ମୁକାବିଲାରେ ପରାସ୍ତ କରି ଅପରାଜେୟ ରହି ଚମ୍ପିଆନ ହୋଇଥିଲା । 2024 ଜାନୁଆରୀ 24 ତାରିଖରୁ 31 ତାରିଖ ଯାଏ ଓମାନରେ ଏଫଆଇଏଚ ହକି 5ସାଇଟ ବିଶ୍ବ କପ ଅନୁଷ୍ଠିତ ହେବ । ଏନେଇ ଉଭୟ ମହିଳା ଓ ପୁରୁଷ ଭାରତୀୟ ହକି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.