ETV Bharat / sports

Asian Hockey Champions Trophy: ଜାପାନକୁ ୫-୦ ଗୋଲରେ ମାତ ଦେଇ ଫାଇନାଲ୍‌ରେ ଭାରତ

author img

By

Published : Aug 11, 2023, 11:02 PM IST

ଏସିଆନ୍‌ ହକି ଚମ୍ପିଆନ୍ସ ଟ୍ରଫି ପ୍ରତିଯୋଗିତାରେ ଜାପାନକୁ ୫-୦ ଗୋଲରେ ମାତ ଦେଇ ଫାଇନାଲ୍‌ରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଆସନ୍ତାକାଲି ମାଲେସିଆକୁ ଫାଇନାଲ୍‌ରେ ଭେଟିବ ଭାରତ । ଅଧିକ ପଢ଼ନ୍ତୁ

Asian Hockey Champions Trophy
Asian Hockey Champions Trophy

ଚେନ୍ନାଇ: ଜାରି ରହିଥିବା ଏସିଆନ୍‌ ହକି ଚମ୍ପିଆନ୍ସ ଟ୍ରଫି ପ୍ରତିଯୋଗିତାରେ ଜାପାନକୁ ଏକତରଫା ଭାବେ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ୨୦୨୧ର ଉପବିଜେତା ଜାପାନକୁ ୫-୦ ଗୋଲରେ ମାତ ଦେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ତେବେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ମାଲେସିଆକୁ ଫାଇନାଲ୍‌ରେ ଭେଟିବ ଭାରତ ।

ଚେନ୍ନାଇସ୍ଥିତ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ସେମିଫାଇନାଲରେ ଭାରତ ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଅନ୍ଦାଜ୍‌ରେ ଖେଳିଥିଲା । ହେଲେ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ପ୍ରଥମ କ୍ବାର୍ଟରରେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇନଥିଲା ଭାରତ । କିନ୍ତୁ ଦ୍ବିତୀୟ କ୍ବାର୍ଟର୍‌ରେ ଦଳ ୩ଟି ଗୋଲ ସ୍କୋର କରି ଜାପାନକୁ ସମ୍ପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲା । ପ୍ରଥମେ ୧୯ତମ ମିନିଟରେ ଭାରତ ପକ୍ଷରୁ ଆକାଶଦୀପ ଫିଲ୍ଡ ଗୋଲ ଦେଇଥିଲେ । ଏହାପରେ ୨୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଥିଲେ । ଏହାପରେ ୩୦ତମ ମିନିଟରେ ଦଳ ପୁଣି ଫିଲ୍ଡ ଗୋଲ ସ୍କୋର କରିଥିଲା । ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ଚମତ୍କାର ଢଙ୍ଗରେ ମନଦୀପ ସିଂହକୁ ବଲ ପାସ୍‌ କରିଥିଲେ । ସେ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା ନକରି ଗୋଲ ସ୍କୋର କରିନେଇଥିଲେ । ଫଳରେ ହାଫ ଟାଇମ ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ACT Hockey 2023: ଆଜିଠୁ ଫାଇନାଲ ପାଇଁ ଲଢେଇ, ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ-ଜାପାନ

ଦ୍ବିତୀୟାର୍ଦ୍ଧରେ ରଣନୀତି ବଦଳାଇଥିଲା ପ୍ରତିପକ୍ଷ ଜାପାନ । କିନ୍ତୁ ଭାରତୀୟ ଡିଫେଣ୍ଡରଙ୍କୁ ମାତ ଦେବା ସମ୍ଭବ ହୋଇନଥିଲା । ମ୍ୟାଚ୍‌ର ୩୯ମ ମିନିଟରେ ପୁଣି ଆଟାକ କରିଥିଲେ ମନପ୍ରୀତ । ସେ ଜାପାନର ରକ୍ଷଣଭାଗକୁ ଭେଦ କରିବା ସହ ସୁମିତଙ୍କୁ ବଲ୍‌ ପାସ କରିଥିଲେ । ଏହାକୁ ସେ ଗୋଲରେ ପରିଣତ କରି ଭାରତକୁ ୪-୦ରେ ଆଗୁଆ କରି ଦେଇଥିଲେ । ତୃତୀୟ କ୍ବାର୍ଟର୍‌ରେ ଦଳ ଏହି ଗୋଟିଏ ଗୋଲ କରିଥିଲା । ଏହାପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତ ପାଇଁ ଲୋକାଲ ତାରକା କାରତି ୫୦ତମ ମିନିଟରେ କମାଲ କରିଥିଲେ । ହରମନପ୍ରୀତଙ୍କ ଗୋଟିଏ ଏରିଆଲ ପାସ୍‌କୁ ସେ ବେଶ ଚମତ୍କାର ଢଙ୍ଗରେ ପ୍ରଥମେ ନିଜ ନିୟନ୍ତ୍ରଣକୁ ନେଇ ଗୋଲ ସ୍କୋର କରିଥିଲେ ।

ଏହି ଗୋଲ ପରେ ଷ୍ଟାଡିୟମରେ ଖୁସିରେ ନାଚି ଉଠିଥିଲେ ଦର୍ଶକ । ଏଥିସହ ଭାରତର ବିଜୟ ମଧ୍ୟ ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିଲା । ଶେଷ ୧୦ ମିନିଟ ମଧ୍ୟ ଭାରତ ଫୁଲ ଦମରେ ଲଢ଼େଇ କରିଥିଲା । ଅବଶ୍ୟ ଦଳ ଆଉ କୌଣସି ଗୋଲ କରିବାକୁ ସକ୍ଷମ ହୋଇନଥିଲା । ଶେଷରେ ୫-୦ରେ ଜାପାନକୁ ହରାଇ ଭାରତୀୟ ଟିମ ଫାଇନାଲରେ ପ୍ରବେଶ କରିଛି । ପ୍ରକାଶ ଯୋଗ୍ୟ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଓ ଜାପାନ ମ୍ୟାଚ୍‌ ୦-୦ରେ ଡ୍ର ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.