ETV Bharat / sports

Asian Games 2023: ପୁରୁଷ ଓ ମହିଳା ସ୍ପିଡ ସ୍କେଟିଂ ରିଲେ ଦଳକୁ ବ୍ରୋଞ୍ଜ - ମହିଳା ସ୍ପିଡ ସ୍କେଟିଂ ରିଲେ ଦଳକୁ ବ୍ରୋଞ୍ଜ

ଚୀନର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍ ଗେମ୍ସ ୨୦୨୩ରେ ଉଭୟ ପୁରୁଷ ଓ ମହିଳା ସ୍ପିଡ୍‌ ସ୍କେଟିଂ ରିଲେ ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଧିକ ପଢ଼ନ୍ତୁ

Asian Games 2023
mens and womens speed skating relay team wins bronze
author img

By ETV Bharat Odisha Team

Published : Oct 2, 2023, 8:46 AM IST

ହଙ୍ଗଝୌ: ଚୀନରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ଇଭେଣ୍ଟ୍‌ରେ ପଦକ ଭେଟି ଦେଇଛନ୍ତି କ୍ରୀଡ଼ାବିତ୍‌ । 19ତମ ଏସୀୟ କ୍ରୀଡ଼ାର ଆଜି ନବମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ସ୍ପିଡ୍‌ ସ୍କେଟିଂ 3000 ମିଟରରେ ରିଲେ ରେସରେ ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 55 ଛୁଇଁଛି । ଯେଉଁଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ 19ଟି ରୌପ୍ୟ ପଦକ ଓ 23ଟି ବ୍ରୋଞ୍ଜ୍‌ ପଦକ ରହିଛି । ଏହି ଇଭେଣ୍ଟରେ ଚୀନ 4:19.447 ସମୟ ନେଇ ପ୍ରଥମ ଓ ଦକ୍ଷିଣ କୋରିଆ 4:21.146 ସମୟ ନେଇ ରୌପ୍ୟ ପଦକ ହାସଲ କରିଛି ।

  • 🥉 BACK TO BACK BRONZE GLORY 🇮🇳

    What a start to the day! ☀️

    🇮🇳's Aryan Pal, Anand Kumar, Siddhant, and Vikram have rolled their way to BRONZE in the Men's Speed Skating 3000m Relay, clocking an incredible time of 4:10.128! 🤩

    🛼 Let's give them a roaring applause for their… pic.twitter.com/WkLDxvKvTS

    — SAI Media (@Media_SAI) October 2, 2023 " class="align-text-top noRightClick twitterSection" data=" ">

ସ୍ପିଡ ସ୍କେଟିଂ 3000ମିଟର ରିଲେ ରେସରେ ପୁରୁଷ ଦଳ ବ୍ରୋ଼ଞ୍ଜ ପଦକ ଜିତିଛି । ପୁରୁଷ ରିଲେ ରେସ୍‌ ଦଳରେ ଆନନ୍ଦ କୁମାର, ଆର୍ଯ୍ୟନ ପାଲ, ସିଦ୍ଧାନ୍ତ ଓ ବିକ୍ରମ ଭାରତକୁ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି । 4:10.128 ସମୟରେ ନେଇ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ସ୍ପିଡ ସ୍କେଟିଂ 3000ମିଟର ରିଲେ ରେସରେ ମହିଳା ଦଳ ବ୍ରୋ଼ଞ୍ଜ ପଦକ ଭେଟି ଦେଇଛନ୍ତି । ମହିଳା ଦଳରେ ଥିବା ହିରାଲ, କାର୍ତ୍ତିକା ଓ ଆରଥୀ 4:34.861 ସମୟ ରେସ ପୂରଣ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ବ୍ୟକ୍ତିଗତ ପୁରୁଷ ସ୍ପିଡ ସ୍କେଟିଂ 1000ମିଟରରେ ବିକ୍ରମ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ସେ 1:29.952 ଟାଇମିଂ ସହ ଚତୁର୍ଥ ସ୍ଥାନରେ ରହିଥିଲେ ।

  • 🥉Roller Skating Glory!🌟 #AsianGames2022

    Our women's speed skating relay team has made their way to the 3000m Relay Final podium, claiming the BRONZE MEDAL!🥉

    With a stellar time of 4:34.861, they showcased their incredible speed and teamwork on the rink! 🚀🙌

    Congratulations… pic.twitter.com/shgahTuSXj

ଏହା ବି ପଢନ୍ତୁ...Asian Games 2023: ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର, ସାଉଦିକୁ ହରାଇ ସ୍ୱର୍ଣ୍ଣ ଆଣିଲା ଭାରତ

ଏହା ବି ପଢନ୍ତୁ...Asian Games 2023: ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଐତିହାସିକ ରୌପ୍ୟ ପଦକ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 55ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବାବେଳେ 21ଟି ରୌପ୍ୟ ପଦକ ଓ 21ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଅଷ୍ଟମ ଦିନରେ ଭାରତର ପଦକ ବର୍ଷା ହୋଇଥିଲା । ଆଥ୍‌ଲେଟରେ ଗୋଟିଏ ଦିନରେ 9ଟି ପଦକ ହାସଲ ସହ ଏକ ବିରଳ ସଫଳତା ଭାରତକୁ ମିଳିଛି । ବ୍ୟାଡମିଣ୍ଟନରେ ପୁରୁଷ ଦଳ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି । ବକ୍ସିଂରେ ଜରୀନ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ସୁଟିଂରେ ଶ୍ରେଷ୍ଠ ସଫଳତା ସହ ମୋଟ 15 ପଦକ ଭାରତକୁ ମିଳିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.