ETV Bharat / sports

Asian Games 2023: ହଂକଂକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

19ତମ ଏସୀୟ କ୍ରୀଡା ହକିରେ ଭାରତର ଜଲୱା ଦେଖିବାକୁ ମିିଳିଛି । ପୁରୁଷ ହକି ଦଳ ପରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 8:48 AM IST

Asian Games 2023
ହଂକଂକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

ହଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡା ହକିରେ ଭାରତର ଜଲୱା ଜାରି ରହିଛି । ପୁରୁଷ ହକି ଦଳ ପରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଶେଷ ଲିଗ ମ୍ୟାଚରେ ହିଂକଂକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ମହିଳା ହକି ଦଳ । ଅନ୍ତିମ ପୁଲ-ଏ' ମ୍ୟାଚରେ ହଂକଂକୁ 13-0 ଗୋଲରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଥିଲା ମହିଳା ହକି ଦଳ । ସେମି ଫାଇନାଲରେ ଆସନ୍ତାକାଲି ଆୟୋଜକ ଚୀନକୁ ଭେଟିବ । ହଂକଂ ବିପକ୍ଷରେ ଦୀପିକା, ବନ୍ଦନା କାଟାରିଆ ମୁଖ୍ୟ ଭୂମିକା ତୁଲାଇଥିଲେ । ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା ଏହି ମ୍ୟାଚରେ 2ଟି ଗୋଲ କରିଥିଲେ ।

  • Guardian @savitahockey & girls have made their way to the final 4 of the #HangzhouAsianGames with a 13-0 victory against Hong Kong China 🇭🇰🔥

    Next Match
    📆 4th Oct 4:00 PM IST 🇮🇳IND vs KOR 🇰🇷 (Men)
    📍Hangzhou, China.
    📺 Streaming on Sony LIV and Sony Sports Network.… pic.twitter.com/BYlufWzoi9

    — Hockey India (@TheHockeyIndia) October 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games 2023: ମହିଳା ହକି ଦଳ ଅପରାଜେୟ, ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ ଡ୍ର'

ହଂକଂ ବିପକ୍ଷରେ 4ର୍ଥ କ୍ବାର୍ଟରରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରରେ ଭାରତ 4ଟି, ଦ୍ବିତୀୟ କ୍ବାର୍ଟରରେ 2ଟି, ତୃତୀୟ କ୍ବାର୍ଟରରେ 2ଟି ଏବଂ ଅନ୍ତିମ କ୍ବାର୍ଟରରେ ଆଉ 5ଟି ଗୋଲ ସ୍କୋର କରି 13-0ରେ ଏକତରଫା ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ବନ୍ଦନା 3ଟି, ଦୀପିକା 3ଟି, ଦୀପଗ୍ରେସ ଏକ୍କା 2ଟି, ସଙ୍ଗୀତା କୁମାରୀ 2ଟି ଗୋଲ ସ୍କୋର କରିଥିବାବେଳେ ମୋନିକା, ବୈଷ୍ଣବୀ ବିଥଲ ଫାଲକେ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । 3ଟି ବିଜୟ ଗୋଟିଏ ଡ୍ର ସହ ଭାରତ ମୋଟ 10 ପଏଣ୍ଟ ପାଇ ପୁଲ-ଏର ଶୀର୍ଷରେ ରହିଛି । କୋରିଆ ଦ୍ବିତୀୟ ସ୍ଥାନରେ ରହିଛି । ଆସନ୍ତାକାଲି ସେମିଫାଇନାଲରେ ଆୟୋଜକ ଚୀନକୁ ଭେଟିବ ଭାରତ ।

ଏହା ବି ପଢନ୍ତୁ...Asian Games 2023: ମହିଳା ହକି ଦଳର ବିଜୟ ଅଭିଯାନ, 13-0 ଗୋଲରେ ହାରିଲା ସିଙ୍ଗାପୁର

ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ାରେ ପ୍ରଥମ ମ୍ୟାଚରେ ସିଙ୍ଗାପୁରକୁ 13-0 ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ 0-6 ଗୋଲରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ୍‌ ଦକ୍ଷିଣ କୋରିଆ ବିପକ୍ଷରେ ଡ୍ର' ହେବା ପରେ ବି ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ ସହ ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଥିଲା । ଏଯାବତ ଅପରାଜେୟ ରହିବା ସହିତ ଗ୍ରୁପ-ଏରେ ଶୀର୍ଷ ସ୍ଥାନରେ ରହିଛି । ହଂକଂ ବିପକ୍ଷରେ ବିଜୟ ହାସଲ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ଚୀନ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବ ଭାରତୀୟ ମହିଳା ହକି ଦଳ ।

ଏହା ବି ପଢନ୍ତୁ...Asian Games 2023: ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କୁ ସ୍ବର୍ଣ୍ଣ, ୧୦ମ ଦିନରେ ଭାରତକୁ ୯ ପଦକ

ହାଙ୍ଗଝୌଠାରେ ଜାରି ରହିଥିବା ୧୯ତମ ଏସିଆନ୍‌ ଗେମ୍ସ ୨୦୨୩ ଭାରତୀୟ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ଏଯାବତ 69ଟି ପଦକ ହାସଲ କିରିଛି । ସେଥିରେ 15ଟି ସ୍ବର୍ଣ୍ଣ, 26ଚି ରୌପ୍ୟ ଓ 28ଟି ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ 297 ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.