ETV Bharat / sports

Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣ, ସ୍କ୍ବାଶ ମିକ୍ସଡ ଡବଲ୍ସରେ ଗୋଲ୍ଡ - ସ୍କ୍ବାଶ ମିକ୍ସଡ ଡବଲ୍ସରେ ପଦକ

19ତମ ଏସୀୟ କ୍ରୀଡ଼ା 12 ତମ ଦିନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା ମିଳିଛି । ସ୍କ୍ବାଶ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଯୋଡ଼ି । ଅଧିକ ପଢନ୍ତୁ

Medal in mixed doubles squash
ଭାରତକୁ ଆଉ ଏକ ସ୍ବର୍ଣ୍ଣ, ସ୍କ୍ବାସ ମିକ୍ସଡ ଡବଲ୍ସରେ ଗୋଲ୍ଡ
author img

By ETV Bharat Odisha Team

Published : Oct 5, 2023, 1:13 PM IST

Updated : Oct 5, 2023, 1:30 PM IST

ହଙ୍ଗଝୌ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା । 12ତମ ଦିନରେ ଭାରତକୁ ଏଯାବତ 2ଟି ସ୍ବର୍ଣ୍ଣ ପଦକ ମିଳିଛି । ପ୍ରଥମ ତୀରନ୍ଦାଜୀ ମହିଳା ଟିମକୁ ସ୍ବର୍ଣ୍ଣ ମିଳିଥିବା ବେଳେ ଏବେ ସ୍କ୍ବାଶରେ ସ୍ବର୍ଣ୍ଣ ପଦକ ମିଳିଛି । ସ୍କ୍ବାଶ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଯୋଡି । ଏହା ସହିତ ଭାରତର ପଦକ ସଂଖ୍ୟା 83ରେ ପହଞ୍ଚିଛି । ସେଥିରେ 20ଟି ସ୍ବର୍ଣ୍ଣ ପଦକ ରହିଛି ।

ସ୍କ୍ବାଶ ମିକ୍ସଡ୍‌ ଡବଲ୍ସରେ ଦୀପିକା ପାଲିକର ଓ ହରିନ୍ଦର ପାଲ ସିଂ ଯୋଡ଼ି ଏହି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ମାଲେସିଆ ଯୋଡ଼ିଙ୍କୁ 2-0 ସେଟରେ ହାରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତୀୟ ଯୋଡି ଦିପିକା ଓ ହରିନ୍ଦରପାଲ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ଆରମ୍ଭରୁ ଦୁଇ ଦଳ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣରେ ଖେଳ ପ୍ରଦର୍ଶନ ହୋଇଥିଲା । ମାଲେସିଆ ଯୋଡି ଅରିଫା ବିଣ୍ଟି ଅଜମାନ ଏବଂ ମହମ୍ମଦ ସୟାଫିକ ବିନଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ଯୋଡି । ପ୍ରଥମ ସେଟରେ ଭାରତୀୟ ଯୋଡି 11-10ରେ ଜିତିଥିଲା ଦିପିକା ଓ ହରିନ୍ଦରପାଲ । ଦ୍ବିତୀୟ ଗେମରେ 9-3ରେ ଭାରତ ଆଗୁଆ ଥିଲା । ମାତ୍ର ପ୍ରତିପକ୍ଷ ଜବରଦସ୍ତ କମବ୍ୟାକ କରିଥିଲା । ଏହାପରେ ହରିନ୍ଦରପାଲ କମବ୍ୟାକ କରି ମ୍ୟାଚକୁ ଜିତି ନେଇଥିଲେ । ଗତକାଲି ସ୍କ୍ବାଶ୍‌ ମିକ୍ସଡ ଟିମ୍‌ ଇଭେଣ୍ଟରେ ଅନାହକ ସିଂ ଓ ଅଭୟ ସିଂ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: ତୀରନ୍ଦାଜୀ ମହିଳା ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ

ଆଜି 12ତମ ଦିନରେ ପ୍ରଥମେ ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ମିଳିଥିଲା । ତୀରନ୍ଦାଜୀ ମହିଳା ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ମିଳିଥିଲା । ଜ୍ୟୋତି, ଅଦିତି ଓ ପରନୀତ କୌର ସ୍ବର୍ଣ୍ଣିମ ସଫଳତା ଆଣିଥିଲେ । ଚାଇନିଜ୍‌ ତାଇପେଇ ଦଳକୁ ହରାଇ ଏହି ସଫଳତା ହାସଲ କରିଥିଲା ଭାରତ ।

ଏହା ବି ପଢନ୍ତୁ...Asian Games 2023: ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ, ଜାପାନ ସହ ସ୍ବର୍ଣ୍ଣ ଲଢେଇ

ପ୍ରକାଶ ଥାଉ କି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 83 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 20ଟି ସ୍ୱର୍ଣ୍ଣ ଓ 31ଟି ରୌପ୍ୟ ଓ 32ଟି ବ୍ରୋଞ୍ଜ ମେଡାଲ୍‌ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ା ଶେଷ ସୁଦ୍ଧ ଯଦି ଭାରତର ଏହି ପ୍ରଦର୍ଶନ ଜାରି ରୁହେ ତେବେ ଏଥର ପଦକ ସଂଖ୍ୟା 100 ପାର୍‌ ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି ।

Last Updated : Oct 5, 2023, 1:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.