ETV Bharat / sports

Asian Games 2023: ରୋଇଂ ଓ ସୁଟିଂରେ ଭାରତକୁ ପଦକ, ରୌପ୍ୟ ପଦକ ହାତେଇଲେ ଆଥଲେଟ

author img

By ETV Bharat Odisha Team

Published : Sep 24, 2023, 8:45 AM IST

Updated : Sep 24, 2023, 10:06 AM IST

19ତମ ଏସୀୟ କ୍ରୀଡାରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ରୋଇଂ ଓ ସୁଟିଂରେ ଭାରତକୁ ପଦକ ଭେଟି ଦେଇଛନ୍ତି ଆଥଲେଟ । ଅଧିକ ପଢନ୍ତୁ

Asian Games 2023
ରୋଇଂ ଓ ସୁଟିଂରେ ଭାରତକୁ ପଦକ

ହଙ୍ଗଝୌ: 19ତମ ଏସୀୟ କ୍ରୀଡାରେ ଭାରତକୁ ସଫଳତା ମିଳିଛି । ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ରୋଇଂ ଓ ସୁଟିଂରେ ପଦକ ହାସଲ କରିଛନ୍ତି ଭାରତୀୟ ଆଥଲେଟ । ଉଭୟ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଦ୍ବିତୀୟ ଦିନରେ ଭାରତର ପଦକ ସଂଖ୍ୟା 4 ରହିଛି ।

ଏସିଆନ ଗେମ୍ସ ରୋଇଂରେ ଭାରତକୁ ପ୍ରଥମ ପଦକ ମିଳିଛି । ରୋଇଂ ଲାଇଟୱେଟ ପୁରୁଷ ଡବଲ ସ୍କଲ୍ସରେ ରୌପ୍ୟ ପଦକ ଜିତିଛନ୍ତି । ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ଦ୍ବିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି । ସେହିପରି ଏସଆନ ଗେମ୍ସ 10ମି ମହିଳା ସୁଟିଂରେ ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଆଥଲେଟ । 10 ମିଟର ଏୟାର ରାଇଫଲସରେ ମହିଳା ଟିମ ରୌପ୍ୟ ପଦକ ଜିତିଛନ୍ତି । ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସିଙ୍କ ରୌପ୍ୟ ପଦକ ମିଳିଛି । ସେପଟେ ରମିତା ମହିଳା ଏକକ ରୋଇଂ ଇଭେଣ୍ଟ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ।

ପ୍ରଥମ ଦିନରେ ସୁଟିଂ ଓ ରୋଇଂରେ ଭାରତୀୟ ଦଳ ସେମାନଙ୍କ ଦକ୍ଷତା ଦେଖାଇଥିଲେ । ପଦକ ଲଢେଇ ପାଇଁ ସୁଟିଂରେ ଷ୍ଟାର ମେହୁଲି ଘୋଷ, ରମିତା ଓ ଅଶି ଚୋକ୍ସି ପ୍ରତିନ୍ଦ୍ବନ୍ଦିତା କରିଥିଲେ ।1886.0ମିଟର ସ୍କୋର କରି ଦ୍ବିତୀୟ ସ୍ଥାନରେ ରହିଥିଲେ ମହିଳା ଦଳ । ରୋଇଂରେ ମୋଟ 5ଟି ଇଭେଣ୍ଟରେ ପଦକ ପାଇଁ ଲଢେଇ ହୋଇଥିଲା । ଏଥିରେ ଭାରତର ଅରବିନ୍ଦ ସିଂହ ଓ ଅର୍ଜନ ଲାଲ (ଲାଇଟୱେଟ ଡବଲ୍ସ ସ୍କଲ)ରେ ରୌପ୍ୟ ସଫଳତା ହାସଲ କରିଛନ୍ତି । 06:28:18 ସମୟରେ ରୋଇଂ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିପରି ରୋଇଂ ପୁରୁଷ କକ୍ସଲେସ ଯୋଡି କାସ୍ୟଂ ପଦକ ଜିତିଛନ୍ତି । ବାବୁଲାଲ ଯାଦବ ଓ ଲେଖ ରାମ ଯୋଡି ରୋଇଂ ପୁରୁଷ କକ୍ସଲେସରେ 6:50:41 ସମୟ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।

  • 3️⃣rd Medal of the Day! 🚣‍♂️🇮🇳!

    Babulal Yadav and Lekh Ram have clinched the Bronze 🥉 in the Men's Coxless Pair #Rowing event at #AsianGames2022, clocking a stellar time of 6:50:41⏲️. Their determination and grit have propelled them to the podium, making India proud🫡… pic.twitter.com/PBOikiMx9K

    — SAI Media (@Media_SAI) September 24, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games 2023: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ କ୍ରୀଡା ଉଦଘାଟିତ, ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ସେପ୍ଟେମ୍ବର 23 ତାରିଖରୁ ଚୀନର ହାଙ୍ଗଝୌରେ 19ତମ ଏସୀୟ କ୍ରୀଡା ଆରମ୍ଭ ହୋଇଛି । ରଙ୍ଗାରଙ୍ଗ ସମାରୋହରେ ଉଦଘାଟିତ ହୋଇଥିଲା ଏହି ସମ୍ମାନଜନକ ପ୍ରତିଯୋଗିତା । ଏଥିରେ 45ଟି ଦେଶର 12500ରୁ ଉର୍ଦ୍ଧ୍ବ ଆଥଲେଟ୍‌ ଭାଗ ନେଇଛନ୍ତି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତରୁ ମୋଟ 655 ଆଥଲେଟ୍‌ ପ୍ରତିନିଧିତ୍ବ କରିଛନ୍ତି । ଏଥିରେ ମୋଟ 316ଜଣ ମହିଲା ଆଥଲେଟ ରହିଛନ୍ତି । 40ଟି କ୍ରୀଡ଼ା ଇଭେଣ୍ଟରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ବିଗ ଫାଇଟ୍‌ ହେବ । 56ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଏଥର ଏସୀୟ କ୍ରୀଡ଼ାରେ ଭାରତଠୁ 100ରୁ ଅଧିକ ପଦକ ଆଶା କରାଯାଉଛି । ଗତ 2018 ସଂସ୍କରଣରେ ଭାରତ ରେକର୍ଡ ସଂଖ୍ୟକ 70ଟି ପଦକ ଜିତିବାରେ ସଫଳ ହୋଇଥିଲା ।

Last Updated : Sep 24, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.