ETV Bharat / sports

Asian Games 2023: ରାତି ପାହିଲେ ଏସୀୟ କ୍ରୀଡା ମହାକୁମ୍ଭ, ଉଦଘାଟନୀରେ ତ୍ରିରଙ୍ଗା ଧରିବେ ହର୍ମନପ୍ରୀତ-ଲଭଲିନା

author img

By ETV Bharat Odisha Team

Published : Sep 22, 2023, 12:24 PM IST

ଆସନ୍ତାକାଲିଠୁ (ଶନିବାର) ଚୀନର ହାଙ୍ଗଝୁଠାରେ 19ତମ ଏସୀୟ କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପାଇଁ ହକି ତାରକା ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ତ୍ରିରଙ୍ଗା ପତାକା ଧରିବେ । ଅଧିକ ପଢନ୍ତୁ

Asian Games 2023
ଏସୀୟ କ୍ରୀଡା ମହାକୁମ୍ଭ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲିଠୁ (ଶନିବାର) ଚୀନର ହାଙ୍ଗଝୁଠାରେ 19ତମ ଏସୀୟ କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଚଳିତ ଏସିଆନ ଗେମ୍ସରେ 40ଟି କ୍ରୀଡା ବର୍ଗରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ଜବରଦସ୍ତ ଟକ୍କର ହେବ । ଭାରତରୁ ମୋଟ 655 ଆଥଲେଟ ପ୍ରତିନିଧିତ୍ବ କରିବେ । ମୋଟ 13 ଜଣ ଓଡିଆ ଆଥଲେଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ନେଇ ଅଲିମ୍ପକ୍ସ ପଦକ ବିଜେତା ହକି ଖେଳାଳି ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ବେର୍ଗାହାଁ ତ୍ରିରଙ୍ଗା ଧରିବେ । 23 ସେପ୍ଚେମ୍ବରରୁ ଅକ୍ଟୋବର 8 ତାରିଖ ଯାଏଁ ଏହି ପ୍ରତିଯୋଗିତା ଚାଲିବ । ହର୍ମନପ୍ରୀତ ଓ ଲଭିଲନାଙ୍କ ପୂର୍ବରୁ 1998, 2002ରେ ଧନରାଜ ପିଲ୍ଲେ, 2006ରେ ଜ୍ୟୋତି ସୁନୀତା କୁଲ୍ଲୁ, 2010ରେ ଗଗନ ନାରଙ୍ଗ, 2014ରେ ସରଦାର ସିଂହ ଓ 20018ରେ ନୀରଜ ଚୋପ୍ରା ଭାରତ ଧ୍ବଜା ଧରିଥିଲେ ।

  • Indian Men's Hockey Team Captain Harmanpreet Singh and World Boxing Champion Lovlina Borgohain will represent the Indian contingent by being the flag bearers at the opening ceremony of the 19th Asian Games Hangzhou, 2022.

    Hockey India Congratulates both Harmanpreet and Lovlina… pic.twitter.com/L6bwV02n4K

    — Hockey India (@TheHockeyIndia) September 21, 2023 " class="align-text-top noRightClick twitterSection" data=" ">

2023 ଏସୀୟ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ଉତ୍ସବରେ ଭାରତ ପକ୍ଷରୁ ହକି ତାରକା ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ଜାତୀୟ ପତାକା ଧରିବେ । ଏନେଇ ଉଭୟ ଗର୍ବ ଅନୁଭବ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି । ଭାରତୀୟ କଣ୍ଟିଜେଣ୍ଟ ଚିଫ ଡି. ମିଶନ ଭୂପେନ୍ଦର ସିଂହ ବାଜୱା କହିଛନ୍ତି, "ବହୁ ଚିନ୍ତନ ପରେ ଆମେ ଦୁଇ କ୍ରୀଡାବିତଙ୍କୁ ତ୍ରିରଙ୍ଗା ଧାରଣ ପାଇଁ ନିଷ୍ପତ୍ତି ନେଉଛୁ । ଏହି ତାଲିକାରେ ପୁରୁଷ ହକି ଦଳର ଅଧିକନାୟର ହର୍ମନପ୍ରୀତ ଓ ବକ୍ସର ଲଭଲିନା ରହିଛନ୍ତି ।" ନିକଟରେ ଲଭଲିନା 75କିଲୋ ବର୍ଗରେ ବିଶ୍ବ ଚମ୍ପିଆନ ହୋଇଥିଲେ । ସେହିପରି ଟୋକିଓ ଅଲିମ୍ପକ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ହର୍ମନପ୍ରୀତ ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ଦଳର ସଦସ୍ୟ ଥିଲେ ।

ଏହା ବି ପଢନ୍ତୁ...Asian Games 2023: ୧୩ ଓଡ଼ିଆ ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭାରତ ପକ୍ଷରୁ ତ୍ରିରଙ୍ଗା ଧରିବା ନେଇ ଖବର ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ହକି ତାରକା ହର୍ମନପ୍ରୀତ ସିଂ । ସେ କହିଛନ୍ତି, "ଏସୀୟ କ୍ରୀଡ଼ାରେ ଲଭଲିନାଙ୍କ ସହ ଜାତୀୟ ପତାକା ଧରିବା ନେଇ ନାମ ରହିବା ମୋ ପାଇଁ ବହତୁ ଗର୍ବର ବିଷୟ । ଏତେ ବଡ ପ୍ରତିଯୋଗିତାରେ ନିଜ ଦେଶକୁ ପ୍ରତିନିଧିତ୍ବ କରିବା ନେଇ ବାସ୍ତବରେ ମୁଁ ବହୁତ ଖୁସି । ମୋ ସହଯୋଗୀ ଲଭଲିନାଙ୍କୁ ମଧ୍ୟ ବହୁତ ବହତୁ ଶୁଭେଚ୍ଛା ଜଣାଉଛି ।"

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ଏହି ପ୍ରତିଯୋଗିତାରେ ଭାରତରୁ ମୋଟ 655 ଆଥଲେଟ୍‌ ପ୍ରତିନିଧିତ୍ବ କରିବେ । 40ଟି କ୍ରୀଡ଼ା ଇଭେଣ୍ଟରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ବିଗ ଫାଇଟ ହେବ । 56ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଭାରତୀୟ ହକି ଦଳ ପାକିସ୍ତାନ, ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ସହିତ ପୁଲ-ଏ'ରେ ରହିଛି । ପୁଲ-ବି'ରେ କୋରିଆ, ମାଲେସିୟା, ଆୟୋଜକ ଚୀନ, ଓମାନ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ରହିଛି । ପ୍ରତି ଗ୍ରୁପର ଶ୍ରେଷ୍ଠ ଦଳ ସେମିଫାଇନାଲକୁ ଉତୀର୍ଣ୍ଣ ହେବ । ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସେମିଫାଇନାଲ ଓ ପାଇନାଲରେ ପ୍ରବେଶ କରି ବାଜି ମାରିବା ଲକ୍ଷ୍ୟରେ ରହିଛନ୍ତି । ଭାରତୀୟ ହକି ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.