ନୂଆଦିଲ୍ଲୀ: ଭାରତରେ ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଏସିଆନ ବକ୍ସିଂ ଚମ୍ପିଆନସିପ ମହୀାମାରୀ କାରଣରୁ ଆଗାମୀବର୍ଷ ଯାଏଁ ସ୍ଥଗିତ କରାଯାଇଛି । ବକ୍ସିଂ ମହାସଂଘର ମବାସଚିବ ଜୟ କୋଓ୍ବଲି ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି ।
ଏସିଆ ବକ୍ସିଂ ପରିସଂଘ(ASBC)ର କାର୍ଯ୍ୟକାରୀ ସମିତିର ସଦସ୍ୟ କୋଓ୍ବଲି ମିଡିଆକୁ କହିଛନ୍ତି ଯେ, ମହାମାରୀକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯିବାର ପ୍ରସ୍ତାବକୁ ସ୍ବୀକାର କରାଯାଇଛି । ଭାରତ ହିଁ 2021ରେ ଆୟୋଜନ କରିବ ।