ବ୍ୟାଙ୍ଗକକ୍: ଶୁକ୍ରାବାର ଏଠାରେ ଖେଳାଯାଉଥିବା ଏସିଆନ୍ ବକ୍ସିଂ ଚାମ୍ପିଅନସିପରେ ଭାରତର ଆରମ୍ଭ ସ୍ବର୍ଣ୍ଣରୁ ହୋଇଛି । ଭାରତୀୟ ବକ୍ସର ଅମିତ ପାନଙ୍ଘାଲ 52କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ତେବେ ଚଳିତ ବର୍ଷରେ ଅମିତଙ୍କ ଏହା 2ୟ ସ୍ବର୍ଣ୍ଣ ପଦକ । ପୂର୍ବରୁ ସେ ଫେବୃଆରୀରେ ବୁଲଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ମେମୋରିଆଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।
![Amit Panghal](https://etvbharatimages.akamaized.net/etvbharat/prod-images/3115487_gg.jpg)
ମୋଟ 13ଟି ମେଡାଲ ସହ ଭାରତ ଏହି ଇଭେଣ୍ଟକୁ ଶେଷ କରିଛି । ଯେଉଁଥିରେ ସାମିଲ ରହିଛି ଦୁଇଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ । ତେବେ ଚଳିତଥର ଉକ୍ତ ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ବର୍ଗ ସାମିଲ ଥିଲା ।
ଅଧିକ ପଢନ୍ତୁ- ଏସିଆନ୍ ବକ୍ସିଂ ଚମ୍ପିଆନସିପ: ଫାଇନାଲ୍ରେ 6 ଭାରତୀୟ
ତେବେ ଶେଷ ବର୍ଷ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ପାନଙ୍ଘଲ ଆଜି ଫାଇନାଲରେ କୋରିଆର କିମ୍ ଇଙ୍କୟୁଙ୍କୁ ପରାସ୍ତ କରିଛନ୍ତି । ସେହିପରି ମହିଳା ଏକକ ବର୍ଗରେ 28ବର୍ଷିୟା ବକ୍ସର ପୂଜା ରାଣୀ ଚୀନର ୱାଙ୍ଗ ଲିନାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଚଳିତ ବର୍ଷ ୪୯ରୁ ୫୨ କେଜି ଓଜନ ବର୍ଗକୁ ସ୍ଥାନାନ୍ତର ହେବା ପରେ ଏହା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା। ତେବେ ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ଓ କବିନ୍ଦର ସିଂହ ବିଷ୍ଟ (୫୬ କେଜି)ଙ୍କୁ ନିଜ ଯାତ୍ରା ରୌପ୍ୟ ପଦକ ସହ ଶେଷ କରିଛନ୍ତି । ସେହିପରି ମହିଳା 64କେଜି ବର୍ଗରେ ସିମର ଜିତ୍ କୌର ରୌପ୍ୟ ଜିତିଛନ୍ତି ।
ଅନ୍ୟପଟେ ଶିବା ଥାପ୍ପା(60କେଜି), ଆସିଶ(69କେଜି) ଓ ସତିଶ କୌର(+91କେଜି) ବର୍ଗରେ ବ୍ରୋଞ୍ଜ ପଦକ ହାତେଇଛନ୍ତି । ସେହିପରି ମହିଳା ବର୍ଗରେ ଏଲ ସରୀତା ଦେବୀ(60କେଜି) ମନିଷା(54କେଜି), ନିକିତା ଜରିନ(51କେଜି)ରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ।