ETV Bharat / sports

Hyderabad Formula E Race: ପ୍ରସ୍ତୁତ ହାଇଦ୍ରାବାଦ, ଭାଗ ନେବେ ଟଲିଉଡ ଏବଂ ବଲିଉଡ ଅଭିନେତା

author img

By

Published : Feb 9, 2023, 10:52 PM IST

ହାଇଦ୍ରାବାଦରେ ଆସନ୍ତା ୧୧ ତାରିଖରେ ଆୟୋଜିତ ହେବାକୁ ଯାଉଛି ଇ ୱାର୍ଲ୍‌ଡ୍‌ ଚମ୍ପିଆନସିପ୍‌ ରେସ । ଅଧିକ ପଢନ୍ତୁ

Hyderabad Formula E Race
Hyderabad Formula E Race

ହାଇଦ୍ରାବାଦ : ହାଇଦ୍ରାବାଦରେ ଦେଖିବ ଇ ବିଶ୍ବ ରେସ ଚମ୍ପିଆନସିପ । ଏହି ଇରେସ ପାଇଁ ପ୍ରସ୍ତୁତି ଜାରି ରହିଛି । ହାଇଦ୍ରାବାଦରେ ଆସନ୍ତା ୧୧ ତାରିଖରେ ଆୟୋଜିତ ହେବାକୁ ଯାଉଛି ଇ ୱାର୍ଲ୍‌ଡ୍‌ ଚମ୍ପିଆନସିପ ରେସ । ଏହି ଚମ୍ପିଆନସିପରେ ଭାଗ ନେବାକୁ ଥିବା ରେସିଂ କାର ଏବଂ ପ୍ରତିଯୋଗୀ ହାଇଦ୍ରାବାଦରେ ପହଁଞ୍ଚିସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଟଲିଉଡ ଏବଂ ବଲିଉଡର କିଛି ଅଭିନେତା ଏହି ଫର୍ମୁଲା ଇ-ରେସରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ସେହିପରି ଭାରତର କିଛି ଅନ୍ତର୍ଜାତୀୟ କ୍ରିକେଟର ମଧ୍ୟ ଏହି ଇ-ରେସ ଦେଖିବାକୁ ଆସିବା ନେଇ ସୂଚନା ରହିଛି । କ୍ରିକେଟର ଶିଖର ଧାୱନ, ଦୀପକ ଚହର ଏବଂ ୟୁଜିବେନ୍ଦ୍ର ଚହଲ ହାଇଦ୍ରାବାଦରେ ହେବାକୁ ଥିବା ଏହି ଇରେସ ଦେଖିବାକୁ ଆସିବେ ।

ଫେବୃଆରୀ ୧୧ ତାରିଖରେ ହାଇଦ୍ରାବାଦ ସହିତ ସାରା ଦେଶରୁ ଆସିବାକୁ ଥିବା ଦର୍ଶକ ୨.୮ କିଲୋମିଟର ଟ୍ରାକରେ ଭାରତର ପ୍ରଥମ ଫର୍ମୁଲା ଇ-ରେସ ଦେଖିବେ । ଏହି ଟ୍ରାକରେ ପାଖାପାଖି ୧୮ଟି ମୋଡ ରହିଛି । ସେହିପରି ଆୟୋଜନ ସ୍ଥଳରେ ଦର୍ଶକଙ୍କ କ୍ଷମତା ପାଖାପାଖି ୨୦ ହଜାର ରହିଛି । ଏହି ଇ-ରେସ ଦେଖିବା ପାଇଁ ଆୟୋଜନ ସ୍ଥଳରେ ଟିକଟକୁ ୪ଟି ବିଭାଗରେ ବିଭକ୍ତ କରାଯାଇଛି । ଗ୍ରାଣ୍ଡ ଷ୍ଟାଣ୍ଡ ପାଇଁ ୧ ହଜାର ଟଙ୍କା ଟିକଟର ମୂଲ୍ୟ ରଖାଯାଇଛି । ସେହିପରି ଚାର୍ଜ ଗ୍ରାଣ୍ଡ ଷ୍ଟାଣ୍ଡ ପାଇଁ ଟିକଟର ମୂଲ୍ୟ ୪୦୦୦ ଟଙ୍କା ରଖାଯାଇଛି । ପ୍ରିମିୟମ ଗ୍ରାଣ୍ଡ ଷ୍ଟାଣ୍ଡ ପାଇଁ ଟିକଟର ମୂଲ୍ୟ ୭ ହଜାର ଟଙ୍କା ରଖାଯାଇଛି । ଏବଂ ଏସ ଗ୍ରାଣ୍ଡ ଷ୍ଟାଣ୍ଡ ପାଇଁ ଟିକଟର ମୂଲ୍ୟ ୧୦ ହଜାର ୫୦୦ ଟଙ୍କା ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.