ହାଇଦ୍ରାବାଦ: ୟୁଥ୍ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ଭାରତର ଐତିହାସିକ ପ୍ରଦର୍ଶନ । 8ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 11 ପଦକ ସହ ପୋଲାଣ୍ଡର କିଏଲସରେ ଚାଲିଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛି ଭାରତ । ଶୁକ୍ରବାର ସଚିନଙ୍କ ସ୍ମରଣୀୟ ପ୍ରଦର୍ଶନ ସହ ଭାରତ ପାଇଁ ଅଷ୍ଟମ ସ୍ବର୍ଣ୍ଣ ପଦକ ଜିତିଥିଲେ ।
ଏହି ମେଗା ଇଭେଣ୍ଟ ପାଇଁ 20 ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ପୋଲାଣ୍ଡ ଯାତ୍ରା କରିଥିଲା । ସେଠାରେ ଐତିହାସିକ ପ୍ରଦର୍ଶନ ସହ ବକ୍ସିଂ ଦେଶମାନଙ୍କ ମଧ୍ୟରେ 8ଟି ସ୍ବର୍ଣ୍ଣ ଓ 3ଟି ବ୍ରୋଞ୍ଜ ପଦକ ସହ ସଫଳ ହୋଇଛି । ପୂର୍ବରୁ 2018 ସଂସ୍କରଣରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା 10 ପଦକ ।
ହରିୟାଣାର ଭିବାନୀର ଯୁବ ବକ୍ସର ସଚିନ ପୁରୁଷ 56 କିଲୋଗ୍ରାମ ବର୍ଗରେ ୟେରବୋଲାଟ ସବେରଙ୍କୁ ଫାଇନାଲରେ ହରାଇ ଦମଦାର ପ୍ରଦର୍ଶନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ