ହାଙ୍ଗଝୌ: ୩୭ ବର୍ଷ ଅପେକ୍ଷାର ହେଲା ଅନ୍ତ । ଏସିଆନ ଗେମ୍ସରେ ପଦକ ପକ୍କା କଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ । ଗତକାଲି ଏଠାରେ ଖେଳାଯାଇଥିବା ଏସୀୟ କ୍ରୀଡାର କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ ନେପାଳକୁ 3-0ରେ ହରାଇ ପଦକ ପକ୍କା କରିଛି । ଏହି ସଫଳତା ପରେ ଚାରିଆଡୁ ଟିମ୍କୁ ଛୁଟିଛି ଶୁଭେଚ୍ଛା । ବିଜୟ ପରେ ଭାରତୀୟ ଟିମ୍ 19 ତମ ଏସିଆନ ଗେନ୍ସ ସେମିଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଥମେ ଲକ୍ଷ ସେନ୍, ପରେ କାଦମ୍ବି ଶ୍ରୀକାନ୍ତ ଏବଂ ଶେଷରେ ମିଥୁନ ମଞ୍ଜୁନାଥ କମଲ କରିଥିଲେ । ସମସ୍ତେ ସହଜ ବିଜୟ ସହିତ ଗେମ ଶେଷ କରିଥିଲେ ।
-
Update: #Badminton🏸
— SAI Media (@Media_SAI) September 29, 2023 " class="align-text-top noRightClick twitterSection" data="
The Men's Team @lakshya_sen, @srikidambi & @ManjunathMithun advance to Semi-Finals, confirming a🎖️for 🇮🇳
All three shuttlers won the respective matches against 🇳🇵
Well done team 🇮🇳! See you at the Semis💪🏻#AsianGames2022#Cheer4India#HallaBol… pic.twitter.com/PVDAU1GwNS
">Update: #Badminton🏸
— SAI Media (@Media_SAI) September 29, 2023
The Men's Team @lakshya_sen, @srikidambi & @ManjunathMithun advance to Semi-Finals, confirming a🎖️for 🇮🇳
All three shuttlers won the respective matches against 🇳🇵
Well done team 🇮🇳! See you at the Semis💪🏻#AsianGames2022#Cheer4India#HallaBol… pic.twitter.com/PVDAU1GwNSUpdate: #Badminton🏸
— SAI Media (@Media_SAI) September 29, 2023
The Men's Team @lakshya_sen, @srikidambi & @ManjunathMithun advance to Semi-Finals, confirming a🎖️for 🇮🇳
All three shuttlers won the respective matches against 🇳🇵
Well done team 🇮🇳! See you at the Semis💪🏻#AsianGames2022#Cheer4India#HallaBol… pic.twitter.com/PVDAU1GwNS
ପ୍ରଥମ ମ୍ୟାଚରେ ଲକ୍ଷ ସେନ୍ , 21-5, 21-8 ସେଟରେ ପ୍ରିନ୍ସ ଦଲଙ୍କୁ ପରାଜୟ କରିଥିଲା । ଫଳରେ ଭାରତ 1-0ରେ ଆଗରେ ଥିଲା । ପରେ ଦ୍ୱିତୀୟ ମ୍ୟାଚରେ ବିଶ୍ବର ଏକ ନମ୍ବର ସଟଲର କାଦମ୍ବୀ ଶ୍ରୀକାନ୍ତ ସିଧାସଳଖ 21-4, 21-13ରେ ସୁନିଲ ଯୋଶୀଙ୍କୁ ପରାସ୍ତ କରିଥିଲେ । ତୃତୀୟ ଗେମରେ ମିଥୁନ ମଧ୍ୟ ସିଧାସଳଖ 21-2, 21-7ରେ ବିଷ୍ଣୁ କଟୁଆଲଙ୍କୁ ପରାସ୍ତ କରିଥିଲେ । ତେବେ ସେମିରେ ଭାରତୀୟ ଟିମ୍ ଇଣ୍ଡୋନେସିଆ ଏବଂ କୋରିଆ ମଧ୍ୟରେ ଚାଲିଥିବା ମ୍ୟାଚର ବିଜୟୀ ଟିମକୁ ଭେଟିବ । ତେବେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମର ଯାତ୍ରା କ୍ବାର୍ଟରରେ ଶେଷ ହୋଇଛି । ଥାଇଲାଣ୍ଡ ଟାରୁ 0-3ରେ ପରାସ୍ତା ହୋଇଛନ୍ତି ମହିଳା ବ୍ୟାଡମିଣ୍ଟନ ଟିମ ।
ଏହା ମଧ୍ୟ ପଢନ୍ତୁ....Asian Games 2023: ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ, ଭାରତ ପଦକ ସଂଖ୍ୟା 31କୁ ବୃଦ୍ଧି
ଚଳିତ ୧୯ ତମ ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଛନ୍ତି ଭାରତ ଖେଳାଳି । ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ଦିନ ସୁଦ୍ଧା ଭାରତ ୩୨ଟି ପଦକ ହାସଲ କରିଛି । ସୁଟିଂରେ ଏକାଧିକ ପଦକ ହାତେଇଛି ଭାରତ । ଗତ 50 ବର୍ଷ ପରେ ଭାରତ ପଦକ ତାଲିକାରେ ଶ୍ରେଷ୍ଠ ସ୍ଥାନ ହାସଲ ରହିଛି ।ଏବେ ସୁଦ୍ଧା ମୋଟ ୩୨ ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏ ପର୍ଯ୍ୟନ୍ତ ଭାରତ ଜାତିଥିବା ପଦକରେ ୮ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ୍ ପଦକ ରହିଛି । ଏହିପରି ପଦକ ସଫଳତା ମିଳିଲେ ଏଥର ପଦକ ହାସଲ ୧୦୦ପାର ଲକ୍ଷ୍ୟ ରଖିଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ