ETV Bharat / sports

ACT Hockey 2023: ଆଜିଠୁ ଫାଇନାଲ ପାଇଁ ଲଢେଇ, ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ-ଜାପାନ

author img

By

Published : Aug 11, 2023, 7:05 AM IST

ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ । ଫାଇନାଲରେ ପ୍ରବେଶ ପାଇଁ ଭାରତ ଓ ଜାପାନ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ

ACT Hockey 2023
ACT Hockey 2023

ଚେନ୍ନାଇ: ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଲିଗ ମ୍ୟାଚ ଶେଷ ପରେ ଆଜିଠୁ ଆରମ୍ଭ ହେବ ସେମିଫାଇନାଲ ଫାଇଟ। ଆଜି ପ୍ରଥମ ସେମିରେ ଦୁଇଟି ମ୍ୟାଚ ରହିଛି। ମାଲେସିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ମୁକାବିଲା ହେବ ପରେ ଭାରତ ଓ ଜାପାନ ମୁହାଁମୁହିଁ ହେବେ । ରାତି 8ଟା 30ରେ ଚେନ୍ନାଇର ମେୟର ରାଧାକ୍ରିଷ୍ଣା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଆଜିର ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି । କାହିଁକିନା ଶେଷ ଲିଗ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ଧୂଳିଚଟାଇ 4-0 ଗୋଲରେ ବିଜୟୀ ହୋଇଥିଲା । କ୍ରମାଗତ ଭାବେ ଭାରତ ବିଜୟ ଧାରା ଜାରି ରଖିଛି ।

5ଟି ଲିଗ ମ୍ୟାଚ ଖେଳି ଭାରତ 4ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ମୋଟ 13 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଭାରତ । ଅନ୍ୟପଟେ ଜାପାନ ମଧ୍ୟ 5ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ, 2ଟି ଡ୍ର ଓ 2ଟିରେ ପରାଜିତ ହୋଇ 5 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଯଦି ଦେଖା ଯାଏ ଜାପାନ ଅପେକ୍ଷା ଭାରତର ପଲ୍ଲା ଭାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ACT Hockey 2023: ପାକିସ୍ତାନକୁ ହରାଇ ସେମିରେ ଭାରତ, ଅଧିନାୟକ ହର୍ମନପ୍ରୀତଙ୍କ ଡବଲ ଗୋଲ

ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । କାହିଁକିନା ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି । ଶେଷ ଲିଗ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସେ 2ଟି ଗୋଲ ଦେଇଥିଲେ । ତେଣୁ ଆଜି ମଧ୍ୟ ଅଧିକରୁ ଅଧିକ ଗୋଲ କରି ଦଳକୁ ଫାଇନାଲରେ ପହଞ୍ଚାଇବାର ଆଶା କରାଯାଉଛି । ଆଜିର ସେମି ଫାଇନାଲ ଲଢେଇ ପରେ ଆସନ୍ତାକାଲି(ଶନିବାର) ଦ୍ବିତୀୟ ସେମି ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ICC ODI Rankings: ବ୍ୟାଟିଂରେ ପଞ୍ଚମ ସ୍ଥାନକୁ ଉଠିଲେ ଗିଲ, ବୋଲିଂରେ 10ମ ସ୍ଥାନରେ ସାର୍ଦୁଲ ଠାକୁର

ବୁଧବାର ଦିନ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା । ଆଶା ରହିଥିବା ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହେବ । କିନ୍ତୁ ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଭାରତ ବିପକ୍ଷରେ ଗୋଟିଏବି ଗୋଲ କରିବାରେ ସଫଳ ହୋଇନଥିଲା ପାକିସ୍ତାନ । ଫଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖି 4-0ରେ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.