ନୂଆଦିଲ୍ଲୀ: ଲକଡାଉନ 4.0ରେ ଦେଶରେ ଖୋଲିବ ଷ୍ଟାଡିୟମ ଓ ସ୍ପୋର୍ଟ କମ୍ପ୍ଳେକ୍ସ । ଏହି ନିଷ୍ପତିକୁ ଭାରତୀୟ ଷ୍ଟାର ସୁଟର ଅଭିଷେକ ବର୍ମା ଓ କୁସ୍ତିଯୋଦ୍ଧା ବବିତା ଫୋଗାଟ ସ୍ବାଗତ କରିଛନ୍ତି । ଏଥିସହିତ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଲମ୍ପିକ୍ସ ପାଇଁ ଏବେ ଆଥଲେଟ ପ୍ରସ୍ତୁତି କରିପାରିବେ ବୋଲି ଉଭୟ ଖୁସିବ୍ୟକ୍ତ କରିଛନ୍ତି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ଦେଶରେ ଲାଗୁ ହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ଏଥର ମେ 18 ରୁ 31 ପର୍ଯ୍ୟନ୍ତ ଲକଡାଉନର ଅବଧି ରହିଛି । ତେବେ ଏହି ପର୍ଯ୍ୟାୟରେ କ୍ରୀଡାବିତଙ୍କ ପାଇଁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଗତକାଲି ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଦେଶରେ ଥିବା ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଖୋଲିବାକୁ ନିଷ୍ପତି କରିଛନ୍ତି ଭାରତ ସରକାର । ଫଳରେ କ୍ରୀଡାବିତ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହ ଅଭ୍ୟାସ ଆରମ୍ଭ କରିପାରିବେ ।