ETV Bharat / sports

46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ ଆରମ୍ଭ - ଜ୍ଞାନ ରଞ୍ଜନ ପରିଡା

କଟକ ଇନଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି 46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ । ମୋଟ 25ଟି ରାଜ୍ୟରୁ 1000ରୁ ଊର୍ଦ୍ଧ୍ଵ ଖେଳାଳୀ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Sep 3, 2019, 11:43 PM IST

କଟକ: ପ୍ରଥମେ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପରେ କଟକ ଇନଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି 46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ୍। ମୋଟ 25ଟି ରାଜ୍ୟରୁ 1000ରୁ ଊର୍ଦ୍ଧ୍ଵ ଖେଳାଳୀ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଉଭୟ ବାଳକ ଓ ବାଳିକା ବର୍ଗରେ 1000ରୁ ଊର୍ଦ୍ଧ୍ବ ଖେଳାଳୀ ରହିଛନ୍ତି । ଗୋଟିଏ ପରେ ଗୋଟିଏ ବଡ ଧରଣର ଇଭେଣ୍ଟ ଆୟୋଜନ କରି ଓଡିଶା ଦେଶର କ୍ରୀଡା ରାଜଧାନୀର ପରିଚୟ ଦେଉଛି । ଯାହା କ୍ରୀଡ଼ାପ୍ରେମୀଙ୍କୁ ବେଶ ଉତ୍ସାହିତ କରଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ କଟକବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ରାଜ୍ୟ ବାସ୍କେଟବଲ ସଂଘର ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଅନ୍ୟପଟେ ଏହି ମେଗା ଇଭେଣ୍ଟ ରେ ଟିମ ଓଡିଶା ତାର ଦବଦବା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୀର୍ଘ ଦିନ ଧରି ଟ୍ରେନିଂ କ୍ୟାମ୍ପ କରିବା ପରେ ଓଡିଶା ଦଳ ସ୍ଥିତି ଏବେ ମଜଭୁତ ବୋଲି କହିଛନ୍ତି ଦଳର କୋଚ ଓ ଖେଳାଳୀ । ପ୍ରତିପକ୍ଷ ଟିମକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ବାଳିକା ଓ ବାଳକ ଦଳ କ୍ୟାପଟେନ କହିଛନ୍ତି। ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଓଡିଶା ଖେଳାଳୀଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଆରମ୍ଭ ହେଲା 46ତମ ଜାତୀୟ ଶବ ଜୁନିୟର ପ୍ରତିଯୋଗୀତା । ସମୁଦାୟ 25 ଟି ରାଜ୍ୟରୁ 1000 ରୁ ଉର୍ଦ୍ଧ୍ଵ ଖେଳାଳି ଏହି ମେଗା ଇଭେଣ୍ଟ ରେ ଅଂଶଗ୍ରହଣ କରିଛନ୍ତି । ତେବେ ଆଜିଠୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଆସନ୍ତା 9 ତାରିଖ ରେ ଶେଷ ହେବ । ତେବେ ଓଡିଶା ଦଳ ଏହି ପ୍ରତିଯୋଗିତାରେ କିପରି ନିଜର ଦବଦବା ପଦର୍ଶନ କରିବ ତାକୁ ଏବେ ଅପେକ୍ଷା ।

Body:ଭିଓ୧: ସିଲଭରସିଟି ସାଜିଲା ସ୍ପୋର୍ଟସ ସିଟି । ଇଣ୍ଡୋର ଷ୍ଟାଡିଅମ ରେ ପ୍ରଥମେ ରାଜ୍ୟଗୋଷ୍ଟି ଟେବୁଲଟେନିସ ପରେ ଏବେ ଜାତୀୟ ବାସ୍କେଟବଲ ଚାମ୍ପିୟନସିପ । ଯାହା କ୍ରୀଡ଼ାପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ତେବେ ଏହି ମେଗା ଇଭେଣ୍ଟ ରେ ରହିଛନ୍ତି ସମୁଦାୟ 25 ରାଜ୍ୟର ଖେଳାଳି । ଉଭୟ ବାଳକ ଓ ବାଳିକା ଵର୍ଗ ରେ ରହିଛନ୍ତି 1000 ରୁ ଉର୍ଦ୍ଧ୍ବ ଖେଳାଳି । ତେବେ ଏହି କ୍ରୀଡା କଟକ ବାସୀଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ରାଜ୍ୟ ବାସ୍କେଟବଲ ସଂଘ ର ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା ।

ବାଇଟ: ଜ୍ଞାନ ରଞ୍ଜନ ପରିଡା( ରାଜ୍ୟ ବାସ୍କେଟବଲ ସଂଘ ସମ୍ପାଦକ )

ଭିଓ୨: ଅନ୍ୟପଟେ ଏହି ମେଗା ଇଭେଣ୍ଟ ରେ ଟିମ ଓଡିଶା ତାର ଦବଦବା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୀର୍ଘ ଦିନ ଧରି ଟ୍ରେନନିଂ କ୍ୟାମ୍ପ କରିବା ଫଳରେ ଟିମ ସ୍ଥିତି ଏବେ ମଜଭୁତ । ଯେଉଁ ଦଳ ବି ସମ୍ନା କୁ ଆସିବ ତାକୁ ମାତ ଦେବାକୁ ଆମ ଟିମ ପ୍ରସ୍ତୁତ ବୋଲି କହିଛନ୍ତି ଦଳର କୋଚ ଓ ଖେଳାଳି ।

ବାଇଟ: ଅଶୋକ କୁମାର ନାୟକ ( ଓଡିଶା କୋଚ)
ବାଇଟ: ଚିନ୍ମୟୀ( ବାଳିକା ଦଳ ଅଧିନାୟିକା)
ବାଇଟ: ଶ୍ରେୟାନ୍ସ ପଣ୍ଡା( ବାଳକ ଦଳ ଅଧିନାୟକ )

Conclusion:ଫାଭିଓ: ତେବେ ଏହି ମେଗା ଇଭେଣ୍ଟ ରେ ଓଡ଼ିଶାର ପଦର୍ଶନ କିପରି ରହିବ ଏବେ ତାହା ଉପରେ ହିଁ ନଜର ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.