ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସଭାପତି ନରିନ୍ଦର ବାତ୍ରା ନ୍ୟାଶନାଲ ସ୍ପୋର୍ଟସ ଫେଡେରେସନ(NSF) ଅଧିକାରୀଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି । ଆଗାମୀ 2020 ଟୋକିଓ ଅଲମ୍ପିକ ପ୍ରସ୍ତୁତି ନେଇ ଆଇଓଏ ସଭାପତି ଭେଟିବାକୁ ଚାହୁଁଥିବା ଜଣାପଡିଛି ।
ନରିନ୍ଦର ବାତ୍ରା କେବଳ 2020 ଟୋକିଓ ଅଲମ୍ପିକ ନୁହେଁ ବରଂ 2024 ପ୍ୟାରିସ ଅଲମ୍ପିକ ନେଇ ମଧ୍ୟ ଖସଡା ପ୍ରସ୍ତୁତ କରିଥିବା କହିଛନ୍ତି । ଜାପାନର ଟୋକିଓରେ 2020 ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ପ୍ରତିକ୍ଷିତ ଅଲମ୍ପିକ ଆରମ୍ଭ ହେବ । ତେବେ ଭାରତ ସମସ୍ତ 339 ଇଭେଣ୍ଟରେ ପଦକ ଜିତିବା ନେଇ ଲକ୍ଷ୍ୟ ରଖିଛି ।