ETV Bharat / sports

ଏଥର IPL ଷ୍ଟାଇଲରେ Kho Kho, ଦମ ଦେଖାଇବ ଟିମ ଓଡିଶା

ଏଥର ଆଇପିଏଲ ଷ୍ଟାଇରେ ଖେଳାଯାଉଛି ଖୋ ଖୋ (Ultimate Kho Kho) । ଏହି ଲିଗ ୨୧ଦିନ ଧରି ଖେଳାଯିବ ଓ ମୋଟ ୩୪ଟି ମ୍ୟାଚ୍‌ ପ୍ରଥମ ସଂସ୍କରଣରେ ଖେଳାଯିବା ନେଇ ସୂଚୀ ରହିଛି । ନକଆଉଟ୍‌ ମ୍ୟାଚ୍‌ ପ୍ଲେଅଫ ଫର୍ମାଟରେ ଖେଳାଯିବା ଓ କ୍ବାଲିଫାୟର ଓ ଏଲିମିନେଟର ମଧ୍ୟ ସ୍ଥିର ହେବ । ୬ଟି ଟିମ- ତେଲଗୁ ଯୋଦ୍ଧାସ୍‌, ଗୁଜରାଟ ଜାଏଣ୍ଟସ, ଓଡିଶା ଜଗର୍ନଟ୍ସ, ରାଜସ୍ଥାନ ୱାରିୟର୍ସ, ମୁମ୍ବାଇ ଖିଲାଡିସ, ଚେନ୍ନାଇ କ୍ବିକ୍‌ ଗନ୍‌ସ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 15, 2022, 1:49 PM IST

143 players picked in Ultimate Kho Kho Season 1 players draft
ଏଥର ଆଇପିଏଲ ଷ୍ଟାଇଲରେ Kho Kho, ଦମ ଦେଖାଇବ ଟିମ ଓଡିଶା

ମୁମ୍ବାଇ: ଖୋ ଖୋ ଖେଳର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଭାରତର ଶ୍ରେଷ୍ଠ ୧୪୩ଜଣ ଦକ୍ଷ ଓ ପ୍ରତିଭାବାନ ଖୋ ଖୋ ଖେଳାଳିଙ୍କୁ ନେଇ ଶୁକ୍ରବାର ଠାରୁ ପୁନେରେ ଆରମ୍ଭ ହେବାକୁ ଯାଉଛି ଅଲଟିମେଟ୍‌ ଖୋ ଖୋର ପ୍ରଥମ ସଂସ୍କରଣ(Ultimate Kho Kho) । ମୋଟ ୬ଟି ଫ୍ରାଞ୍ଚାଇଜ ଏହି ଖେଳାଳିମାନଙ୍କୁ ନିଜ ଟିମରେ ସାମିଲ କରି ଶକ୍ତିଶାଳୀ ଟିମ ପ୍ରସ୍ତୁତ କରିଛନ୍ତି । ଫଳରେ କ୍ରିକେଟ, ଫୁଟବଲ, ବ୍ୟାଡ୍‌ମିଣ୍ଟନ ପରି ଆଇପିଏଲ ଷ୍ଟାଇଲରେ ଫ୍ରାଞ୍ଚାଇଜ ଖୋ ଖୋ ପ୍ରତିଯୋଗିତା ଦେଖିବାକୁ ମିଳିବ ।

ଏହି ଲିଗ ୨୧ଦିନ ଧରି ଖେଳାଯିବ ଓ ମୋଟ ୩୪ଟି ମ୍ୟାଚ୍‌ ପ୍ରଥମ ସଂସ୍କରଣରେ ଖେଳାଯିବା ନେଇ ସୂଚୀ ରହିଛି । ନକଆଉଟ୍‌ ମ୍ୟାଚ୍‌ ପ୍ଲେଅଫ ଫର୍ମାଟରେ ଖେଳାଯିବା ଓ କ୍ବାଲିଫାୟର ଓ ଏଲିମିନେଟର ମଧ୍ୟ ସ୍ଥିର ହେବ । ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିବା ୬ଟି ଟିମ ଯଥା, ତେଲଗୁ ଯୋଦ୍ଧାସ୍‌, ଗୁଜରାଟ ଜାଏଣ୍ଟସ, ଓଡିଶା ଜଗର୍ନଟ୍ସ, ରାଜସ୍ଥାନ ୱାରିୟର୍ସ, ମୁମ୍ବାଇ ଖିଲାଡିସ, ଚେନ୍ନାଇ କ୍ବିକ୍‌ ଗନ୍‌ସ ।

ଅଲଟିମେଟ ଖୋ ଖୋ ଲିଗର ଅଫିସିଆଲ ପ୍ରସାରଣ ଅଧିକାର ସୋନି ସ୍ପୋର୍ଟ୍ସ ନେଟୱାର୍କ ହାସଲ କରିଛି । ଭାରତର ପ୍ରଥମ ଫ୍ରାଞ୍ଚାଇଜ ଖୋ ଖୋ ଲିଗ୍‌ର ପରିକଳ୍ପନା, ଖୋ ଖୋ ଫେଡେରେସନ ଅଫ୍‌ ଇଣ୍ଡିଆ(kho kho federation of India) ସହ ମିଶି ଡାବର ଇଣ୍ଡିଆର ଚେୟାରମ୍ୟାନ ଅମିତ ବର୍ମାନ କରିଛନ୍ତି । ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ବଲେୱାଡି ଷ୍ଟାଡିୟମରେ ଏହି ହାଇଭୋଲଟେଜ ଲିଗ୍‌ ଖେଳାଯିବ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲିଗ୍‌ରେ ଦମ ଦେଖାଇବ ଟିମ ଓଡିଶା । ଓଡିଶା ଜଗର୍ନଟ୍ସ ନାମରେ ଓଡିଶା ଟିମ ରହିଛି । ଓଡିଶା ସରକାର ରାଜ୍ୟରେ ଖୋ ଖୋ ଖେଳାଳିଙ୍କୁ ଅଧିକ ପ୍ରୋତ୍ସାହନ ସହ ଜୁନିଅର ଖେଳାଳିଙ୍କୁ ସୁଯୋଗ ପାଇଁ ଏକ ଫ୍ରାଞ୍ଚାଇଜ କିଣିଛନ୍ତି । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର OSD ଲିଲନ ପ୍ରସାଦ ସାହୁ କହିଛନ୍ତି, "ଅଲଟିମେଟ୍‌ ଖୋ ଖୋ(Ultimate Kho Kho) ଓଡିଶା ଖୋ ଖୋ ଟିମ ପାଇଁ ଏକ ଭଲ ସୁଯୋଗ । ଜୁନିଅର ସ୍ତରରେ ଆମର ପ୍ରଦର୍ଶନ ଭଲ ରହିଛି, ଏବେ ଓଡିଶା ସରକାର ଏକ ଫ୍ରାଞ୍ଚାଇଜ କିଣିଥିବାରୁ ଆମ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଆମର ଟିମ ସମସ୍ତ ଟିମ ଠାରୁ ଉନ୍ନତ ଓ ଶକ୍ତିଶାଳୀ କାରଣ ଆମେ ଚୟନ କରିଥିବା ଖେଳାଳିଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଖେଳାଳିଙ୍କୁ ଆମେ ଟିମରେ ସାମିଲ କରିପାରିଛୁ ।"

ଓଡିଶା ଜଗର୍ନଟ୍ସ ସ୍କ୍ବାଡ୍‌: ଗୌତମ ଏମକେ, ଦିଲ୍ଲୀପ ଖାଣ୍ଡବି, ବିଶାଲ, ଜଗନ୍ନାଥ ମୁର୍ମୁ, ଆଦିତ୍ୟ କୁଦାଲେ, ନିଲେଶ ଯାଦବ, ସୁରଜ ଲାଣ୍ଡେ, ଦିପେଶ ମୋର, ସୁଭାଶିଷ ସାନ୍ତ୍ରା, ମହେଶ ପି, ଅଭିନାଶ ଦେଶାଇ, ଲିପୁନ ମୁଖି, ଦିନେଶ ନାଏକ ଏସ, ଅର୍ଜୁନ ସିଂହ, ସୁରେଶ କୁମାର, ଟି ବିନୋଦ କୁମାର, ଶିବ କୁମାର ସେନ, ମିଲିନ୍ଦ ଚବ୍ରେକର, ମନୋଜ ଘଟେକର, ଦର୍ଶନପୁ ସତୀଶ, ଗୁରଜିନ୍ଦର ସିଂହ, ସ୍ବୟମ ସତ୍ୟପ୍ରକାଶ ଓ ମୁକେଶ ପ୍ରଜାପତି ।

୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୨୪୦ ପଞ୍ଜୀକୃତ ଖେଳାଳି ଡ୍ରାପ୍ଟ ପ୍ରକ୍ରିୟାରେ ସାମିଲ ହୋଇ ଏହି ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଦର୍ଶନ ଆଧାରରେ ୪ଟି ବର୍ଗରେ (ଏ, ବି, ସି ଓ ଡି) ବିଭକ୍ତ କରାଯାଇଛି । ଲିଗ ଦ୍ବାରା ନିକଟରେ ହୋଇଥିବା ନ୍ୟାସନାଲ ଚାମ୍ପିଅନସିପ ପ୍ରଦର୍ଶନକୁ ଗୁରୁତ୍ବ ଦିଆଯାଇଛି ।

ମୋଟ ୭୭ଜଣ ଶୀର୍ଷ ଖେଳାଳି 'କାଟାଗୋରୀ ଏ' ରେ ରହିଛନ୍ତି ଓ ୫ ଲକ୍ଷ ଟଙ୍କାରେ କିଣାହୋଇଛନ୍ତି । ସାଉଥ ଏସିଆନ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ପ୍ରତୀକ ୱାଏକର, ଆନ୍ଧ୍ର ପ୍ରଦେଶର ପୋତିରେଡ୍ଡି ଶିବାରେଡ୍ଡି, ତାମିଲନାଡୁର ଏମ ବିଗନେଶ ଓ କର୍ଣ୍ଣାଟକର ଗୌତମ ଏମକେଙ୍କ ପରି ୨୦ ଜଣ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଫ୍ରାଞ୍ଚାଇଜମାନେ ନିଜ ଟିମରେ ସାମିଲ କରିଛନ୍ତି । ୱାଏକରଙ୍କୁ ତେଲଗୁ ଯୋଦ୍ଧା ଟିମ କିଣିଥିବାବେଳେ ଡିଫେଣ୍ଡର ଗୌତମଙ୍କୁ ଓଡିଶା ଜଗର୍ନଟ୍ସ କିଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.