ଝାନସି: ମହିଳା ହକି ନ୍ୟାସନାଲ ଚମ୍ପିଆନସିପ୍ ୨୦୨୧ର କ୍ବାର୍ଟର-ଫାଇନାଲ୍ ମୁକାବିଲା ବୁଧବାର ଓଡିଶା ଓ ପଞ୍ଜାବ ମଧ୍ୟରେ ଖେଳାଯିବ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ ଟିମ ୬-୦ ଗୋଲ୍ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।
ଟିମ ପକ୍ଷରୁ ସରବଦୀପ କୌର ଓ କିରଣଦୀପ କୌର ଗୋଲ୍ ସ୍କୋର କରିଥିଲେ ।
ପ୍ରତିଯୋଗିତାର ସମସ୍ତ ୪ଟି କ୍ବାର୍ଟର ଫାଇନାଲ ମୁକାବିଲା ବୁଧବାର ଖେଳାଯିବ । ପଞ୍ଜାବ ଓ ଓଡିଶା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ମଧ୍ୟପ୍ରଦେଶକୁ ଭେଟିବ ହକି ଝାଡଖଣ୍ଡ ।
ସେହିପରି ହକି ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ତୃତୀୟ କ୍ବାର୍ଟର-ଫାଇନାଲ ମୁକାବିଲା ଓ ଶେଷ କ୍ବାର୍ଟର ଟକ୍କର ହରି ହରିୟାଣା ଓ ଉତ୍ତର ପ୍ରଦେଶ ହକି ମଧ୍ୟରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ