ETV Bharat / sports

ଭାରତ ପାଇଁ ଅଲମ୍ପିକ୍ସ ଜିତିବା ମୋର ଲକ୍ଷ୍ଯ: ପ୍ରସାଦ - ହକି ଫେଡେରେସନ ଅଫ ଇଣ୍ଡିଆ

2021ରେ ହେବାକୁ ଥିବା ଅଲମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିବା ମୋର ମୂଳ ଲକ୍ଷ୍ଯ। ଏଥିପାଇଁ ମୁଁ ଖେଳରେ ଉନ୍ନତି ପାଇଁ ଅନେକ ଦିଗରେ କାର୍ଯ୍ୟ କରୁଛି। ଏକ ସାକ୍ଷାତକାରରେ ଏହା କହିଛନ୍ତି ବିବେକ ସାଗର ପ୍ରସାଦ। ଅଧିକ ପଢ଼ନ୍ତୁ...

ଭାରତ ପାଇଁ ଓଲିମ୍ପିକ୍ସ ମେଡାଲ ଜିତିବା ମୋର ଲକ୍ଷ୍ଯ: ପ୍ରସାଦ

author img

By

Published : Oct 25, 2020, 5:41 PM IST

ବେଙ୍ଗାଲୁରୁ: 2021ରେ ଜାପାନ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ମେଡାଲ ଜିତିବା ମୋର ମୂଳ ଲକ୍ଷ୍ୟ। ଏକ ସାକ୍ଷାତକାରରେ ଏହା କହିଛନ୍ତି ଜାତୀୟ ହକି ଦଳର ଯୁବ ମିଡଫିଲଡର ବିବେକ ସାଗର ପ୍ରସାଦ। ମାତ୍ର 17 ବର୍ଷ ବୟସରେ ସେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ ମିଡଫିଲଡର ବିବେକ ସାଗର ପ୍ରସାଦ। ଏତେ କମ କମ ବୟସର ଜାତୀୟ ହକି ଦଳରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦ୍ବିତୀୟ ହକି ଖେଳାଳି।

ଭାରତ ପାଇଁ ଓଲିମ୍ପିକ୍ସ ମେଡାଲ ଜିତିବା ମୋର ଲକ୍ଷ୍ଯ: ପ୍ରସାଦ
ଭାରତ ପାଇଁ ଓଲିମ୍ପିକ୍ସ ମେଡାଲ ଜିତିବା ମୋର ଲକ୍ଷ୍ଯ: ପ୍ରସାଦ

2018 ମସିହାରେ ଜାତୀୟ ହକି ଦଳରେ ଡେବ୍ୟୁ କରିଥିଲେ ବିବେକ ପ୍ରସାଦ। ସେହି ମସିହାରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ 42ତମ ମିନିଟରେ ଗୋଲ କରି ସେ ଚର୍ଚ୍ଚାକୁ ଆସିଥିଲେ। ଏହାସହ 2019 ମସିହାରେ ଭୁବନେଶ୍ବରରେ ଖେଳା ଯାଇଥିବା ଏଫଆଇଏଚ(FIH) ହକି ଟୁର୍ଣ୍ଣାମେଣ୍ଟରେ ସେ ସର୍ବ କନିଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଭାରତ ପାଇଁ ଓଲିମ୍ପିକ୍ସ ମେଡାଲ ଜିତିବା ମୋର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମ ଦଳର ମନୋବଳ ଦୃଢ଼ ଅଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ରହିଛି। ଏହି ଟିମ ସହ ଆମେ ଭାରତ ପାଇଁ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ମେଡାଲ ଜିତିବାକୁ ଚେଷ୍ଟା କରିବୁ। ଏଥିପାଇଁ ବିଶ୍ବର ସର୍ବୋତ୍ତମ ଦଳ ସହ ପ୍ରତିଦ୍ବନ୍ଦିତା କିରିବାକୁ ପଛାଇବୁ ନାହିଁ।"

ଗତ ମ୍ୟାଚ ମାନଙ୍କରେ ଭାରତୀୟ ହକି ଦଳ ନିଜ ପୂର୍ଣ୍ଣ ସାର୍ମଥ୍ୟ ଅନୁଯାୟୀ ଖେଳିଥିଲା । ଏଥିପାଇଁ ଆମେ ବହୁ ମ୍ୟାଚ ଜିତି ମଧ୍ୟ ପାରିଥିଲୁ। ଏଭଳି ପ୍ରଦର୍ଶନ ଜାରି ରହିଲେ ନିଶ୍ଚିତ ଭାବରେ ଆମେ ମେଡାଲ ଜିତି ପାରିବୁ। ଏଥିରେ କୌଣସି ସନ୍ଦେହର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଯୁବ ମିଡଫିଲଡର ବିବେକ ସାଗର ପ୍ରସାଦ।

ତେବେ ପ୍ରସାଦଙ୍କ ପ୍ରଦର୍ଶନରେ ଆହୁରି ଉନ୍ନତି ହେବାର ଅଛି ବୋଲି ସେ ମତ ରଖିଛନ୍ତି। ଏଥିପାଇଁ ନିଜ ଆଦର୍ଶ ମନପ୍ରୀତ ସିଂହଙ୍କ ଠାରୁ ସେ ନିରନ୍ତର ପରାମର୍ଶ ନେଉଛନ୍ତି। ଏହାସହ ଏଥିରେ ଦଳର ଅନ୍ୟ ବରିଷ୍ଠ ଖେଳାଳିମାନେ ମଧ୍ୟ ସହଯୋଗ କରୁଛନ୍ତି ବୋଲି କହିଛନ୍ତି। ନିଜର ଖେଳର ଉନ୍ନତି ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ବିବେକ ସାଗର ପ୍ରସାଦ।

ହକି ଇଣ୍ଡିଆ ଫେଡେରେସନକୁ ନେଇ ପ୍ରସାଦ କହିଛନ୍ତି ଯେ, ଏଭଳି ଏକ ଫେଡେରେସନ ପାଇଁ ଖେଳାବ ସୌଭାଗ୍ୟର ବିଷୟ। ହକି ଇଣ୍ଡିଆ ଫେଡେରେସନ ପ୍ରତିଟି କ୍ଷେତ୍ରରେ ଆମକୁ ସହାୟତା ଯୋଗାଇ ଦେଉଛି।

ପ୍ରସାଦ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ 58ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ଏଫଆଇଏଚ(FIH) ହକି ଟୁର୍ଣ୍ଣାମେଣ୍ଟରେ ସେ ଷ୍ଟାର ଅଫ ଦି ଇୟର ପୁରସ୍କାର ଜିତିଥିଲେ। ଏହାସହ 2019ରେ ହୋଇଥିବା ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ। ତେବେ ଭାରତ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳି ପାରିଲେ ନିଜକୁ ଧନ୍ୟ ମନେ କରିବେ ବୋଲି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.