ETV Bharat / sports

21ବର୍ଷରୁ କମ ମହିଳା ହକି: ସ୍କଟଲାଣ୍ଡକୁ ହରାଇ ଫାଇନାଲରେ ଭାରତ - enter

ସ୍କଟଲାଣ୍ଡକୁ 2-1 ଗୋଲରେ ପରାଜିତ କରି 21 ବର୍ଷରୁ କମ ଅନ୍ତର୍ଜାତୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @TheHockeyIndia
author img

By

Published : Jun 3, 2019, 11:46 PM IST

Updated : Jun 3, 2019, 11:52 PM IST

ଡବଲିନ: ଭାରତୀୟ ମହିଳା ହକି ଟିମ ନିଜର ବିଜୟ ଧାରା ଜାରି ରଖି ସୋମବାର ସ୍କଟଲାଣ୍ଡକୁ 2-1 ଗୋଲରେ ପରାସ୍ତ କରି 21 ବର୍ଷରୁ କମ ଅନ୍ତର୍ଜାତୀୟ ଚତୁର୍ଦ୍ଦେଶୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି । ଏହା ଭାରତର କ୍ରମାଗତ ତୃତୀୟ ବିଜୟ ।

ଭାରତ ଆରମ୍ଭରୁ ଆଟାକିଂ ଖେଳୁଥିଲେ ମଧ୍ୟ ପ୍ରଥମ ଦୁଇଟି କ୍ୱାର୍ଟରରେ କୌଣସି ଗୋଲ କରି ପାରିନଥିଲା । ତୃତୀୟ ଓ ଚତୁର୍ଥ କ୍ୱାର୍ଟରେ ଭାରତୀୟ ଖେଳାଳି ଗୋଟିଏ ଲେଖାଏଁ ଗୋଲ କରିଥିଲେ ।

ଭାରତୀୟ ଖେଳାଳି ମୁମତାଜ ଖାନ 36ତମ ମିନିଟରେ ଗୋଟିଏ ଗୋଲ କରିବା ପରେ ସ୍କଟଲାଣ୍ଡ ଖେଳାଳି ମାର୍ଗେରୀ ଜଷ୍ଟିସ 50ତମ ମିନିଟରେ ଗୋଟିଏ ଗୋଲ କରି ସ୍କୋର ବରାବର କରିଦେଇଥିଲେ । ଏହାପରେ ଗଗନଦୀପ କୌର 51ତମ ମିନିଟରେ ଭାରତ ପକ୍ଷରୁ ଦ୍ବିତୀୟ ତଥା ନିର୍ଣ୍ଣାୟକ ଗୋଲ କରିଥିଲେ ।

ମଙ୍ଗଳବାର ହେବାକୁଥିବା ଫାଇନାଲ ମ୍ୟାଚରେ ଭାରତ କାନାଡା ଅଥବା ଆୟରଲାଣ୍ଡକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 3, 2019, 11:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.