ETV Bharat / sports

tokyo olympics; ବ୍ରୋଞ୍ଚ ପାଇଁ ଜର୍ମାନୀ ସହ ଲଢିବ ପୁରୁଷ ହକି ଟିମ

author img

By

Published : Aug 5, 2021, 6:59 AM IST

ସେମିଫାଇନାଲରେ ବେଲଜିୟମଠାରୁ ୨-୫ରେ ହାରିବା ପରେ ଆଜି(ଗୁରୁବାର) ବ୍ରୋଞ୍ଚ ପଦକ ପାଇଁ ଜର୍ମାନୀ ସହିତ ଲଢିବେ ପୁରୁଷ ହକି ଟିମ । ଅଧିକ ପଢନ୍ତୁ...

ଜର୍ମାନୀ ସହ ଲଢିବ ପୁରୁଷ ହକି ଟିମ
ଜର୍ମାନୀ ସହ ଲଢିବ ପୁରୁଷ ହକି ଟିମ

ଟୋକିଓ: ଦୀର୍ଘ ୪୧ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ପଦକ ପାଇଁ ମଇଦାନକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଟିମ। ସେମିଫାଇନାଲରେ ବେଲଜିୟମଠାରୁ ୨-୫ରେ ହାରିବା ପରେ ଆଜି(ଗୁରୁବାର) ବ୍ରୋଞ୍ଚ ପଦକ ପାଇଁ ଜର୍ମାନୀ ସହିତ ଲଢିବେ ପୁରୁଷ ହକି ଟିମ ।

ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲରେ ବିଶ୍ବ ବିଜେତା ବେଲଜିୟଠାରୁ ହାରି ସ୍ବର୍ଣ୍ଣ ପଦକ ଦୌଡରୁ ବାଦ ପଡିଥିଲା ଭାରତ । ଆଜି କାଂସ୍ୟ ପାଇଁ ଜର୍ମାନୀ ଓ ଭାରତ ମଧ୍ୟରେ ଟୋକିଓରେ କଡା ଟକ୍କର ହେବ । ବିଶ୍ବ ମାନ୍ୟତା ଦୃଷ୍ଟିରୁ ଭାରତ ତୃତୀୟ ସ୍ଥାନରେ ଥିଲାବେଳେ ଜର୍ମାନୀ ଷଷ୍ଠ ସ୍ଥାନରେ ରହିଛି ।

ଉଭୟ ଦଳ ଟୋକିଓରେ ନିଜ ନିଜ ଶେଷ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ । ଚଳିତ ଅଲିମ୍ପିକରେ ଭାରତ ସମୁଦାୟ ୨୦ଟି ଗୋଲ ଦେଇଥିବା ବେଳେ ୧୯ଟି ଗୋଲ ନେଇଛି । ଜର୍ମାନୀ ୨୩ଟି ଗୋଲ ଦେଇଥିବା ବେଳେ ୧୪ ଗୋଲ ନେଇଛି । ତେଣୁ ଆଜିର ଲଢେଇ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ସକାଳ ୭ଟାରେ ମ୍ୟାଚ ଆରମ୍ଭ ହେବ ।

ଭାରତ ଶେଷ ଥର ପାଇଁ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ପଦକ ଜିତିଥିଲା । ଏଥର ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଆଜି ହିଁ ବହୁ ପ୍ରତୀକ୍ଷିତ ଆଶା ପୂରଣ ହେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.