ETV Bharat / sports

'ଶିକ୍ଷା ପାଲଟିଥିଲା ଅଷ୍ଟ୍ରେଲିଆ ପରାଜୟ'

author img

By

Published : Jul 29, 2021, 12:32 PM IST

ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ସତର୍କଘଣ୍ଟି ସଦୃଶ ହୋଇଥିଲା ଓ ଜାଗ୍ରତ କରିଥିଲା କହିଛନ୍ତି କ୍ୟାପଟେନ ମନପ୍ରୀତ ସିଂହ । ଅଧିକ ପଢନ୍ତୁ...

Tokyo Olympics: Defeat against Australia was a wake-up call for us, says Manpreet Singh
'ଶିକ୍ଷା ପାଲଟିଥିଲା ଅଷ୍ଟ୍ରେଲିଆ ପରାଜୟ'

ଟୋକିଓ: ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ୍‌ ମନପ୍ରୀତ ସିଂହଙ୍କ ବଡ ବୟାନ । ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ସତର୍କଘଣ୍ଟି ସଦୃଶ ହୋଇଥିଲା ଓ ଜାଗ୍ରତ କରିଥିଲା କହିଛନ୍ତି କ୍ୟାପଟେନ ମନପ୍ରୀତ ସିଂହ । ଏବେ କେବଳ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରିବ ବୋଲି କହିଛନ୍ତି କ୍ୟାପଟେନ ମନପ୍ରୀତ । ଅଷ୍ଟ୍ରେଲିଆ ଠାରୁ ୭-୧ର ବଡ ବ୍ୟବଧାନରେ ଲଜ୍ଜାଜନକ ପରାଜୟ ପରେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦମଦାର ବିଜୟ ସହ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି ଭାରତ ।

ଗୁରୁବାର ଭାରତୀୟ ପୁରୁଷ ହକି ଟିମ ନିଜର ଗ୍ରୁପ ପର୍ଯ୍ୟାୟର ଚତୁର୍ଥ ମ୍ୟାଚ୍‌ରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ୩-୧ରେ ହରାଇଛନ୍ତି । ଏହି ବିଜୟ ସହିତ ଅଲମ୍ପିକ ହକି ପ୍ରତିଯୋଗିତାର କ୍ବାର୍ଟରଫଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

Tokyo Olympics: Defeat against Australia was a wake-up call for us, says Manpreet Singh
ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ମନପ୍ରୀତ ସିଂହ

ମ୍ୟାଚ୍‌ ପରେ ମନପ୍ରୀତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଶେଷ ହୋଇନାହିଁ, ଆସନ୍ତାକାଲି ଜାପାନ ବିପକ୍ଷରେ ମ୍ୟାଚ୍‌ ରହିଛି ଓ ଅନେକ ବାକି ଅଛି । ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ କିପରି ହରାଇଲୁ ଚିନ୍ତା କରୁନୁ । ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ ଓ ପ୍ରଥମ ତିନୋଟି କ୍ବାର୍ଟରରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଟିମ ଖେଳିଥିଲା, ତଥାପି ଆମେ ଏକାଧିକ ସୁଯୋଗ ହାତଛଡା କରିଛୁ । ଆମର ଡିଫେନ୍ସ ମଜଭୁତ ରହିଛି ଓ ଭଲ ପ୍ରଦର୍ଶନ କରୁଛନ୍ତି, ଟୁର୍ଣ୍ଣାମେଣ୍ଟର ଆଗାମୀ ମ୍ୟାଚ ଗୁଡିକରେ ମଧ୍ୟ ଏହି ପ୍ରଦର୍ଶନକୁ ବଜାୟ ରଖିବୁ ଓ ଆସନ୍ତାକାଲିର ମ୍ୟାଚ୍‌ ଉପରେ ଧ୍ୟାନ ଦେବୁ ।

ଭାରତୀୟ ପୁରୁଷ ହକି ଟିମର ଶେଷ ଗ୍ରୁପ ଏ ମ୍ୟାଚ୍‌ Oi ହକି ଷ୍ଟାଡିୟମରେ ଅପରାହ୍ନ ୩.୦୦ଟାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.