ଭୁବନେଶ୍ବର: ଆଜି FIH ସିରିଜ ଫାଇନାଲ୍ସ ଅନ୍ୟତମ ମ୍ୟାଚରେ ବିପକ୍ଷ ପୋଲାଣ୍ଡକୁ ପରାସ୍ତ କରିଛି ଆୟୋଜକ ଭାରତ । ତେବେ ଖେଳିଥିବା ଦୁଇଟି ମ୍ୟାଚରୁ ଦୁଇଟି ମ୍ୟାଚରେ ବିଜୟ ହୋଇ ଟେବୁଲ ଟପ୍ପର ହୋଇଛି ଭାରତୀୟ ଦଳ । ଏହି ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚରେ ପୋଲାଣ୍ଡକୁ 3-1 ଗୋଲରେ ମାତ୍ ଦେଇଛି ଭାରତ । ଦଳ ପକ୍ଷରୁ ଅଧିନାୟକ ମନପ୍ରିତ୍ ସିଂ (21ତମ, 26ତମ) ଦୁଇଟି ଗୋଲ କରିଛନ୍ତି ।
ତେବେ ମ୍ୟାଚଟି ଏକ ସମୟରେ 1-1ରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲା । ଅନ୍ୟପଟେ ଅଧିନାୟକଙ୍କ ବ୍ୟତିତ ହରମନପ୍ରୀତ ସିଂ 36ମତ ମିନିଟରେ ଗୋଟିଏ ଗୋଲ ହିଟ କରିଛନ୍ତି । ସେହିପରି ପୋଲାଣ୍ଡ ପକ୍ଷରୁ ମାତିଉଜ୍ ହୁଲବୋଜ୍ (25ତମ) ଏକମାତ୍ର ଗୋଲ୍ ଦେଇଥିଲେ ।
ତେବେ ଗୁରୁବାର ଭାରତ ପ୍ରଥମ ମ୍ୟାଚରେ ରୁଷକୁ 10-0 ଗୋଲରେ ହରାଇଥିଲା। ସୋମବାର ଭାରତ ତୃତୀୟ ତଥା ପୁଲର ଅନ୍ତିମ ମ୍ୟାଚରେ ଉଜବେକିସ୍ତାନକୁ ଭେଟିବ ।