ଭୁବନେଶ୍ବର: ବହୁ ପ୍ରତିକ୍ଷୀତ FIH ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧କୁ ଆଉ ମାତ୍ର ଦୁଇ ଦିନ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ସ୍ପେନ ହକି ଟିମ । ନଭେମ୍ବର ୨୪ରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଛି । ପୂର୍ବରୁ ପାକିସ୍ତାନ ହକି ଟିମ ମଧ୍ୟ ଓଡିଶାରେ ପହଞ୍ଚିସାରିଛି ।
ପୁଲ୍ ସି'ରେ କୋରିଆ, ଦ ନେଦରଲାଣ୍ଡସ ଓ USA ସହିତ ସ୍ପେନ ରହିଛି । ହକି ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ ସ୍ପେନ ମୁଖ୍ୟ କୋଚ୍ ଆଲେଜାଣ୍ଡ୍ରୋ ସିରି କହିଛନ୍ତି, ଟିମ ଭଲ ପ୍ରସ୍ତୁତି କରିଛି ଓ ଫର୍ମରେ ରହିଛି । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଉତ୍ସାହିତ ଅଛୁ । COVID-19 ମହାମାରୀ ସମୟରେ ଭୁବନେଶ୍ବରରେ ବିଶ୍ବକପ ଖେଳିବାକୁ ଯାଉଥିବାରୁ ଆମେ ଗର୍ବିତ । ନଭେମ୍ବର ୨୫ରେ ସ୍ପେନ ପ୍ରଥମ ମୁକାବିଲା USA ସହ ଖେଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ