ETV Bharat / sports

'ସମସ୍ତ ଦଳକୁ ସମ୍ମାନ କର'

author img

By

Published : Nov 1, 2019, 12:13 PM IST

ମ୍ୟାଚ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରିଡ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବିପକ୍ଷ ଟିମକୁ ସର୍ବଦା ସମ୍ମାନ କର ।

hockey

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରିଡ ମ୍ୟାଚ ପୂର୍ବରୁ ଖେଳାଳିମାନଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ସମସ୍ତ ଟିମର ସମ୍ମାନ କର ।

ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଆଜି ଓ ଆସନ୍ତାକାଲି ନିଜ ଠାରୁ ତଳ ମାନ୍ୟତା ଥିବା ଋଷିଆ ଦଳ ସହ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ ।

hockey
ଭାରତୀୟ ପୁରୁଷ ହକି ଦଳ

ବିଶ୍ବ ହକି ମାନ୍ୟତାରେ ଭାରତ 5ନମ୍ବର ସ୍ଥାନରେ ଥିବାବେଳେ ଋଷିଆ 22ତମ ସ୍ଥାନରେ ରହିଛି । ତେଣୁ ଭାରତ ହାତରେ ମ୍ୟାଚ ରହିବ ବୋଲି ଆଶା କରାଯାଉଛି । କିନ୍ତୁ ରିଡଙ୍କୁ ଜଣା ଅଛି ଅଧିକ ଆତ୍ମବିଶ୍ବାସ ମ୍ୟାଚକୁ କ୍ଷତି ପହଞ୍ଚାଇ ପାରେ । ତେଣୁ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ କହିଛନ୍ତି ଯେ, ସମସ୍ତ ବିପକ୍ଷ ଦଳର ସମ୍ମାନ କର । ଖେଳିଳାବେଳେ ଭାବ ଯେପରି ତମେ ବିଶ୍ବର ସର୍ବଶ୍ରେଷ୍ଠ ଦଳ ସବ ଖେଳୁଛ । ଆମମାନେ ନିଜର ବେଷ୍ଟ ପୂର୍ବପ୍ରସ୍ତୁତି କରିଛୁ ।

ତେବେ ଟିମର ଅଧିନାୟକ ମନପ୍ରୀତ ସିଂ ନିଜର କୋଚଙ୍କ କଥାରେ ସହମତି ଜଣାଇଛନ୍ତି । ସେ କହିଛନ୍ତି ଯେ, ଆରମ୍ଭରୁ ଆମେମାନେ ବିପକ୍ଷ ଦଳକୁ ଦୁର୍ବଳ ଦଳ ମଣୁନାହୁଁ । ଆମମାନଙ୍କର ମାନସିକତା ବିଜୟଲକ୍ଷ୍ୟରେ ରହିଛି । ସମସ୍ତ ସିନିୟର ଖେଳାଳି ଯେପରି ରୂପିନ୍ଦର ପାଲ ସିଂ , ପିଆର ଶ୍ରୀଜେଶ ଯୁବ ଖେଳାଳିଙ୍କୁ ବୁଝେଇଛନ୍ତି ଯେ ମ୍ୟାଚ ସହଜରେ ଜିତିଯିବୁ ବୋଲି ଭାବ ନାହିଁ ।

Intro:Body:

dgr

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.