ETV Bharat / sports

ଅଲମ୍ପିକ ପୂର୍ବରୁ FIH ପ୍ରୋ ଲିଗ ଏସିଡ ଟେଷ୍ଟ: ଗୋଲ୍‌କିପର ଶ୍ରୀଜେସ - ଗୋଲ୍‌କିପର ପିଆର ଶ୍ରୀଜେସ

ଟୋକିଓ ଅଲମ୍ପିକ ଗେମ୍ସ ପୂର୍ବରୁ FIH ହକି ପ୍ରୋ ଲିଗ ହକି ଇଣ୍ଡିଆ ପାଇଁ ପ୍ରକୃତ ଏସିଡ ଟେଷ୍ଟ ହେବ କହିଛନ୍ତି ପିଆର ଶ୍ରୀଜେସ । ଅଧିକ ପଢନ୍ତୁ...

Pro League perfect test for us ahead of Olympics, says Sreejesh
ଅଲମ୍ପିକ ପୂର୍ବରୁ FIH ପ୍ରୋ ଲିଗ ଏସିଡ ଟେଷ୍ଟ: ଗୋଲ୍‌କିପର ଶ୍ରୀଜେସ
author img

By

Published : Jan 18, 2021, 10:22 PM IST

ବେଙ୍ଗାଲୁରୁ: ଟୋକିଓ ଅଲମ୍ପିକ ଗେମ୍ସ ପୂର୍ବରୁ FIH ହକି ପ୍ରୋ ଲିଗ ହକି ଇଣ୍ଡିଆ ପାଇଁ ପ୍ରକୃତ ଏସିଡ ଟେଷ୍ଟ ହେବ । ଏହା କହିଛନ୍ତି ଭେଟେରାନ ଭାରତୀୟ ଗୋଲକିପର ପିଆର ଶ୍ରୀଜେସଙ୍କ ବୟାନ ।

ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ଗେମ୍‌ସକୁ ଆଉ ମାତ୍ର କିଛି ଦିନ ରହିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଟିମ ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି ।

"ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, FIH ହକି ପ୍ରୋ ଲିଗର ସମସ୍ତ ମ୍ୟାଚ ଖେଳାଯିବା ନେଇ ଆଶାବାଦୀ । ଜୁଲାଇରେ ହେବାକୁ ଥିବା ଅଲମ୍ପିକ୍ସ ପୂର୍ବରୁ ଶକ୍ତିଶାଳୀ ଟିମ ବିପକ୍ଷରେ ଖେଳିବା ଫାଇଦାମାନ ହେବା ସହ ଭଲ ପ୍ରସ୍ତୁତି ହୋଇପାରିବ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ଆଧାରରେ ଅଲମ୍ପିକ୍ସ ପାଇଁ ଖେଳାଳି ଚୟନ ହେବାର ସମ୍ଭାବନା ରହିଛି । ଫଳରେ ଏହି ମ୍ୟାଚ ଗୁଡିକରେ ପ୍ରଦର୍ଶନ ଅଲମ୍ପିକ ଟିମରେ ସ୍ଥାନ ପାଇବା ନିର୍ଭର କରିବ ।" ଏହା କହିଛନ୍ତି ଶ୍ରୀଜେସ ।

FIH ପ୍ରୋ ଲିଗରେ ଭାରତୀୟ ଟିମ, ଏପ୍ରିଲରେ ଆର୍ଜେଣ୍ଟିନା, ମଇ ମାସରେ ଗ୍ରେଟ ବ୍ରିଟେନ, ସ୍ପେନ ଓ ଜର୍ମାନୀ ବିପକ୍ଷରେ ଓ ମଇ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.