ETV Bharat / sports

ହକି ସିରିଜ 2019: ‘ଅଧିକ ଗୋଲ ଲକ୍ଷ୍ୟରେ ଟିମ ଇଣ୍ଡିଆ’

ଭାରତୀୟ ହକି ଦଳ ପ୍ରତି ମ୍ୟାଚରେ ଆକ୍ରମଣାତ୍ମକ ଖେଳ ଖେଳିବ । ନିୟମିତ ବ୍ୟବଧାନରେ ଗୋଲ କରିବାକୁ ହେବ କହିଛନ୍ତି ନବନିଯୁକ୍ତ ଭାରତୀୟ ହକି ଦଳର କୋଚ ଗ୍ରାହାମ ରେଡ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 19, 2019, 6:56 PM IST

Updated : May 19, 2019, 7:45 PM IST

ଭୁବନେଶ୍ବର: ପୁରୁଷ ହକି ସିରିଜ ପାଇଁ ଟିମ ଇଣ୍ଡିଆ ଭୁବନେଶ୍ବରରେ ପହଞ୍ଚିଛି । ଜୁନ 6ରୁ 15 ପର୍ଯ୍ୟନ୍ତ ଏହି ସିରିଜ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ଭାରତୀୟ ଦଳ ପ୍ରତି ମ୍ୟାଚରେ ଆକ୍ରମଣାତ୍ମକ ଖେଳ ଖେଳିବ । ନିୟମିତ ବ୍ୟବଧାନରେ ଗୋଲ କରିବାକୁ ହେବ । ଏହା କହିଛନ୍ତି ନବନିଯୁକ୍ତ ଭାରତୀୟ ହକି ଦଳର କୋଚ ଗ୍ରାହାମ ରେଡ । ଏହାସହ ସେ ମ୍ୟାଚର ସ୍ଥିତି ବରାବର ଥିବା ବେଳେ ସକରାତ୍ମକ ଖେଳ ଜାରି ରଖିବାକୁ ହେବ ବୋଲି କହିଛନ୍ତି ।

ହକି ସିରିଜରେ ବିଶ୍ବମାନ୍ୟତାର 2ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ସହିତ ଭାରତର ମ୍ୟାଚ ଖେଳିବ । ଭାରତ ମାନ୍ୟତାର 5ନଂ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଗସ୍ତରେ ଫାଇନାଲ ହକି ଟେଷ୍ଟରେ ଭାରତ 2-5 ଗୋଲରେ ପରାଜିତ ହୋଇଛି । ବିଶ୍ବକପ ପରଠାରୁ ନିୟମିତ ଭାବେ ଅଗ୍ରଣୀ ଦଳଙ୍କ ସହ ଭାରତ ମ୍ୟାଚ ଖେଳୁଛି । ତେଣୁ ଏହି ସିରିଜରେ ଭଲ ପ୍ରଦର୍ଶନ କଲେ, ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସହଜ ହେବ । 55 ବର୍ଷୀୟ ଅଷ୍ଟ୍ରେଲିଆନ ଗ୍ରାହାମ ରେଡ ଭାରତୀୟ ଦଳ ଆଟାକିଙ୍ଗ ଉପରେ ଅଧିକ ଧ୍ୟାନ ଦେବାନେଇ ସ୍ପଷ୍ଟ କରିଛନ୍ତି । ସେ ଗତ ମାସରେ ଭାରତୀୟ ହକି ଦଳର ନୂଆ କୋଚ ନିଯୁକ୍ତ ହୋଇଛନ୍ତି ।

Intro:Body:

dfg

Conclusion:
Last Updated : May 19, 2019, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.