ETV Bharat / sports

କୋରୋନା ଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କଲେ କ୍ୟାପଟେନ ମନପ୍ରୀତ

author img

By

Published : Aug 5, 2021, 2:45 PM IST

"ଆମେ ୩-୧ରେ ପଛରେ ଥିଲୁ, ବିଜୟ ପାଇଁ ସମସ୍ତ ଶକ୍ତି ଲଗାଇଥିଲୁ, ବର୍ତ୍ତମାନ ଶବ୍ଦଶୂନ୍ୟ ।" ଅଧିକ ପଢନ୍ତୁ...

manpreet singh on winning bronze, it is for all the medical staff who worked day and night during pandemic
କୋରୋନା ଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କଲେ କ୍ୟାପଟେନ ମନପ୍ରୀତ

ଟୋକିଓ: ଦେଶକୁ ୪୧ ବର୍ଷରେ ପ୍ରଥମ ଅଲମ୍ପିକ ହକି ପଦକ ଦେଇଥିବା ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଭାବବିହ୍ବଳ ହେବା ସହ କୋରୋନାଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କରିଛନ୍ତି । COVID-19 ମହାମାରୀ ସମୟରେ ଦିନ ରାତି ଏକ କରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଥିବା ଦେଶର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ବିଜୟ ଉତ୍ସର୍ଗ କରୁଛୁ ବୋଲି କହିଛନ୍ତି ମନପ୍ରୀତ ।

୨୯ ବର୍ଷୀୟ ଜଳନ୍ଧର ଖେଳାଳି ଜର୍ମାନୀ ବିପକ୍ଷରେ ୫-୪ ବିଜୟ ପରେ କିଛି କ୍ଷଣ ପାଇଁ "speechless" ହୋଇଯାଇଥିଲେ । ଏହା ଅଲମ୍ପିକରେ ଭାରତର ଦ୍ବାଦଶ ପଦକ, ମାତ୍ର ଏହା ପ୍ରାୟ ୪ ଦଶନ୍ଧି ପରେ ଆସିଛି । ଶେଷଥର ଭାରତ ୧୯୮୦ ମସ୍କୋର ଅଲମ୍ପିକରେ ପଦକ ବିଜୟ ପୋଡିୟମରେ ପହଞ୍ଚିଥିଲା ଓ ସ୍ବର୍ଣ୍ଣ ପଦକ ଜିତିଥିଲା । ଏଯାବତ ଭାରତ ନାମରେ ୮ଟି ସ୍ବର୍ଣ୍ଣ ପଦକ ରହିଛି ।

ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମନପ୍ରୀତ କହିଛନ୍ତି, "ବର୍ତ୍ତମାନ କଣ କହିବାକୁ ହେବ ଚିନ୍ତା କରିପାରୁନି, ଏହା ଅବିଶ୍ବସନୀୟ ଅନୁଭବ । ଆମେ ୩-୧ରେ ପଛରେ ଥିଲୁ,ମାତ୍ର ପରିଶ୍ରମ ଓ ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ ଥିଲା । ପଦକ ବିଜୟର ହକଦାର୍‌ ଥିଲୁ । ଆମେ କଠିନ ପରିଶ୍ରମ କରିଥିଲୁ, ଶେଷ ୧୫ ମାସ ବିଶେଷ ଭାବେ ଆହ୍ବାନପୂର୍ଣ୍ଣ ଥିଲା, ବାଙ୍ଗାଲୋରରେ ଥିବା ସମୟରେ ଏକାଧିକ ଖେଳାଳି COVID ସଂକ୍ରମିତ ମଧ୍ୟ ହୋଇଥିଲେ ।"

ଭାରତରେ ଅନେକ ଜୀବନ ବଞ୍ଚାଇଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପଦକ ଉତ୍ସର୍ଗ କରୁଛୁ । ପ୍ରତିପକ୍ଷ ଜର୍ମାନୀ ଟିମର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ମନପ୍ରୀତ । "ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଲଢିଥିଲା ଜର୍ମାନୀ, ଶେଷ ୬ ସେକେଣ୍ଡ ବାକିଥିବାବେଳେ ପେନାଲିଟି କର୍ଣ୍ଣର ହାସଲ କରିଥିଲା । ଆମେ ଏହା ଭାବିଥିଲୁ, ଆମ ଜୀବନ ଦେଇଦେବୁ ମାତ୍ର ଏହାକୁ ବଞ୍ଚାଇବୁ । ଏହା ଅତ୍ୟନ୍ତ କଷ୍ଟ ଥିଲା । ବର୍ତ୍ତମାନ ଶବ୍ଦଶୂନ୍ୟ । "ଦୀର୍ଘ ଅନ୍ତର ପର୍ଯ୍ୟନ୍ତ ଆମେ ଅଲମ୍ପିକ ପଦକ ଜିତିପାରିନଥିଲୁ । ବର୍ତ୍ତମାନ ଆମେ ଆତ୍ମବିଶ୍ବାସ ଫେରିପାଇଛୁ । ଅଲମ୍ପିକ ପଦକ ବିଜୟ ପୋଡିୟମର ଆମେ ପହଞ୍ଚିପାରିବୁ, ଏହି ବିଶ୍ବାସ ହାସଲ କରିଛୁ "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.