ETV Bharat / sports

ଭାରତୀୟ ହକି ଟିମକୁ ଦିଲୀପ ତିର୍କୀଙ୍କ ଶୁଭେଚ୍ଛା, ମନପ୍ରୀତଙ୍କ ନେତୃତ୍ବରେ ପଦକ ବିଜୟ ନେଇ ଆଶାବାଦୀ

author img

By

Published : Jul 12, 2021, 8:55 PM IST

ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ବର୍ତ୍ତମାନର ପୁରୁଷ ହକି ଟିମରେ ଅନେକ ଦକ୍ଷ ଖେଳାଳି ଅଛନ୍ତି । ଫଳରେ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଟିମର ସ୍ବର୍ଣ୍ଣ ପଦକ ଜିତିବା ସମ୍ଭାବନା ଅଧିକ ରହିଛି । ଏହା କହିଛନ୍ତି ଭାରତର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ଦିଲୀପ ତିର୍କୀ । ଅଧିକ ପଢନ୍ତୁ...

Manpreet-led hockey side has lots of quality players: Tirkey
ଭାରତୀୟ ହକି ଟିମକୁ ଦିଲିପ ତିର୍କୀଙ୍କ ଶୁଭେଚ୍ଛା, ମନପ୍ରୀତଙ୍କ ନେତୃତ୍ବରେ ପଦକ ବିଜୟ ନେଇ ଆଶାବାଦୀ

ବେଙ୍ଗାଲୁରୁ: ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ବର୍ତ୍ତମାନର ପୁରୁଷ ହକି ଟିମରେ ଅନେକ ଦକ୍ଷ ଖେଳାଳି ଅଛନ୍ତି । ଫଳରେ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଟିମର ସ୍ବର୍ଣ୍ଣ ପଦକ ଜିତିବା ସମ୍ଭାବନା ଅଧିକ ରହିଛି । ଏହା କହିଛନ୍ତି ଭାରତର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ଦିଲୀପ ତିର୍କୀ ।

ତିର୍କୀ କହିଛନ୍ତି, "ବର୍ତ୍ତମାନର ଭାରତୀୟ ହକି ଟିମକୁ ନେଇ ବେଶ ଆଶାବାଦୀ । ଅନେକ ଦକ୍ଷ ଖେଳାଳିଙ୍କୁ ନେଇ ଟିମ ବେଶ ଶକ୍ତିଶାଳୀ ରହିଛି। ଫଳରେ ଟୋକିଓରେ ଇତିହାସ ରଚିବାକୁ ଏହି ଟିମ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଟିମକୁ ବିଜୟ ଶୁଭେଚ୍ଛା । ଚଳିତ ବର୍ଷ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ।"

1996 ଆଟଲାଣ୍ଟା, 2000 ସିଡନୀ ଓ 2004 ସଂସ୍କରଣର ଆଥେନ ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ଦିଲୀପ ତିର୍କୀ ।

ନିଜ ପ୍ରଥମ ଅଲମ୍ପିର ଅନୁଭୂତି ନେଇ ତିର୍କୀ କହିଛନ୍ତି, "ପ୍ରତ୍ୟେକ ଆଥଲେଟ୍‌ଙ୍କ ସ୍ବପ୍ନ ଥାଏ, ଦିନେ ନା ଦିନେ ଅଲମ୍ପିକ ଖେଳିବେ, 1996ରେ ମୁଁ ପ୍ରଥମ ଥର ଅଲମ୍ପିକ୍ସରେ ଖେଳିବାର ସୁଯୋଗ ପାଇଥିଲି । ଟିମରେ କ୍ୟାପଟେନ ପ୍ରଗତ ସିଂହଙ୍କ ପରି ଏକାଧିକ ମହାନ ଖେଳାଳି ରହିଥିଲେ । ଆଟଲାଣ୍ଟା ଅଲମ୍ପିକ୍ସ ପ୍ରଥମ ଅଲମ୍ପିକ ହୋଇଥିବାରୁ ବେଶ ଉତ୍ସାହିତ ଥିଲି ।"

ତେବେ 2000 ସିଡନୀ ଅଲମ୍ପିକ୍ସର ସ୍ମୃତି ସେୟାର କରିବାକୁ ଯାଇ ତିର୍କୀ କହିଛନ୍ତି, "ପୋଲାଣ୍ଡ ବିପକ୍ଷ ମ୍ୟାଚକୁ 1-1ରେ ଡ୍ର ରଖିବା ନିଜ ପାଇଁ ଓ ଭାରତୀ ଟିମ ପାଇଁ ଅବଶୋଷ ହୋଇ ରହିଲା ।

"2000 ଅଲମ୍ପିକ୍ସର ଲିଗ ପର୍ଯ୍ୟାୟରେ ଚମତ୍କାର ଖେଳିଥିଲୁ । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ସ୍ପେନ ବିପକ୍ଷରେ ଖେଳିଥିଲୁ । ପୋଲାଣ୍ଡ ବିପକ୍ଷରେ ନିଶ୍ଚିନ୍ତ ବିଜୟ ଆଶା କରିଥିଲୁ, କାରଣ ଏହି ବିଜୟ ସେମିଫାଇନାଲରେ ଭାରତକୁ ପହଞ୍ଚାଇଥାଆନ୍ତା । ମାତ୍ର ଫଳାଫଳ ଆମ ସପକ୍ଷରେ ଯାଇନଥିଲା, ପୋଲାଣ୍ଡ ବିପକ୍ଷ ମ୍ୟାଚ ଆମ ପାଇଁ ବେଶ କଠିନ ହୋଇଥିଲା ଓ 1-1ରେ ଡ୍ରରେ ଶେଷ ହୋଇଥିଲା । ମ୍ୟାଚର 53 ମିନିଟ ପର୍ଯ୍ୟନ୍ତ 1-0ରେ ଆଗୁଆ ଥିଲୁ ମାତ୍ର ଶେଷ କିଛି ମିନିଟର ଖେଳ ବାକିଥିବାବେଳେ ପୋଲାଣ୍ଡ ଗୋଲ୍‌ କରିବାକୁ ସକ୍ଷମ ହୋଇଗଲା । ଯଦି ସେହି ମ୍ୟାଚରେ ପୋଲାଣ୍ଡ ଠାରୁ ବିଜୟ ମିଳିଥାନ୍ତା ସେମିରେ ପ୍ରବେଶ କରିଥାନ୍ତା ଭାରତ ଓ ତା'ପରେ କିଛି ବି ହୋଇଥାନ୍ତା ବୋଲି କହିଛନ୍ତି ତିର୍କୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.