ବେଙ୍ଗାଲୁରୁ: ଷ୍ଟ୍ରାଇକର ମନ୍ଦୀପ ସିଂ ହକି ଟିମ ଇଣ୍ଡିଆର ସଦ୍ୟତମ ଖେଳାଳି ଭାବେ କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି ।
ମନ୍ଦୀପ ସିଂ ଭାରତୀୟ ହକି ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ କ୍ୟାମ୍ପସରେ ନ୍ୟାସନାଲ କ୍ୟାମ୍ପ୍ ପାଇଁ 20ଜଣ ଖେଳାଳିଙ୍କ ସହ ମନ୍ଦୀପ ମଧ୍ୟ କୋଭିଡ-19 ଟେଷ୍ଟ କରାଇଥିଲେ । ଏନେଇ ସାଇ ବେଙ୍ଗାଲୁରୁ ପକ୍ଷରୁ ସୋମବାର ଏକ ଘୋଷଣାନାମାରେ କୁହାଯାଇଛି । ମନ୍ଦୀପଙ୍କୁ ଚିକିତ୍ସା ପାଇଁ ପୂର୍ବରୁ ସଂକ୍ରମିତ 5 ଖେଳାଳି ସହ ରଖାଯାଇ ଡାକ୍ତରୀ ଟିମ ଚିକିତ୍ସା ଆରମ୍ଭ କରିଛନ୍ତି ।
ପୂର୍ବରୁ କ୍ୟାପଟେନ ମନପ୍ରିତ ସିଂ, ସୁରେନ୍ଦର କୁମାର, ଜଶକରଣ ସିଂ, ବରୁଣ କୁମାର ଓ କ୍ରୀଷନ ବି ପାଠକ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅଗଷ୍ଟ 4ରୁ ଆରମ୍ଭ ହୋଇଥିବାା ହକି ନ୍ୟାସନାଲ କ୍ୟାମ୍ପ ପାଇଁ ଏହି ଖେଳାଳି ପହଞ୍ଚିବା ପରେ ସମସ୍ତଙ୍କ ଟେଷ୍ଟ କରାଯାଇଥିଲା । ସମସ୍ତ ଖେଳାଳି ସୁସ୍ଥ ଥିବା କୋଚ ଗ୍ରାହାମ ରେଡ୍ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ