ETV Bharat / sports

'ହକି ହରାଇଲା ଏକ ବିରାଟ ନାମ': ବଲବୀର ସିଂହଙ୍କ ମୃତ୍ୟୁରେ ପାକିସ୍ତାନ ହକି ଜଗତରେ ଶୋକ - ବିଶ୍ବ କ୍ରୀଡାଜଗତରେ ଶୋକ

ପାକିସ୍ତାନର ହକି ଖେଳାଳି ସମୁହ ବଲବୀର ସିଂହଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହିତ ବିଶ୍ବ ହକିରେ ଏକ ବିରାଟ ନାମକୁ ହରାଇଲା ବୋଲି କହିଛନ୍ତି ।

Lost a big name: Pakistan's hockey fraternity mourns death of Balbir Singh Sr
ବଲବୀର ସିଂହଙ୍କ ମୃତ୍ୟୁରେ ପାକିସ୍ତାନ ହକି ଜଗତରେ ଶୋକ
author img

By

Published : May 26, 2020, 12:53 PM IST

କରାଚୀ: ବଲବୀର ସିଂହ ସିନିୟର କେବଳ ଭାରତୀୟଙ୍କ ପ୍ରିୟ ନଥିଲେ । ଅବିଶ୍ବସନୀୟ ଓ ଚମତ୍କାର ପ୍ରଦର୍ଶନରେ ସାରା ବିଶ୍ବ ହକି ଜଗତରେ ପ୍ରିୟପାତ୍ର ପାଲଟିଥିଲେ । ଶତୃ ବି କରୁଥିଲେ ସମ୍ମାନ ।

95ବର୍ଷ ବୟସରେ ମୋହାଲିରେ ଗତ କାଲି ଶେଷ ନିଶ୍ବାସ ତ୍ୟାଗ କରିବାପରେ, ବିଶ୍ବ କ୍ରୀଡାଜଗତରେ ଶୋକ ଛାୟା ଖେଳିଯାଇଥିଲା । ଗତ ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏଥିସହିତ ଭାରତୀୟ ହକିରେ ଏକ ଯୁଗର ଅବସାନ ଘଟିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ବାତ୍ରା, କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଓ ଏସିଆନ ହକି ଫେଡେରେସନ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନର ହକି ଖେଳାଳି ସମୁହ ବଲବୀର ସିଂହଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହିତ ବିଶ୍ବ ହକିରେ ଏକ ବିରାଟ ନାମକୁ ହରାଇଲା ବୋଲି କହିଛନ୍ତି । ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ବଲବୀର ସିଂହ ଜଣେ ମହାନ ଖେଳାଳି ଥିଲେ ବୋଲି ପାକିସ୍ତାନ ହକି ଫେଡେରେସନର ସାଧାରଣ ସମ୍ପାଦକ ଆସିଫ ବଜୱା କହିଛନ୍ତି । ପାକିସ୍ତାନର ପୂର୍ବତନ ହକି କ୍ୟାପଟେନ ଓ କୋଚ ହସନ ସର୍ଦ୍ଦାର, ବଲବୀର ସିଂହଙ୍କ ଠାରୁ ଅନେକ କିଛି ଶିଖିଛନ୍ତି ବୋଲି କହିଛନ୍ତି ।

ପାକିସ୍ତାନର ପୂର୍ବତନ ହକି ଟିମ କ୍ୟାପଟେନ, 'ଉଡନ୍ତା ଘୋଡା' ଭାବେ ପରିଚିତ ସିମୁଉଲ୍ଲା ବଲବୀର ସିଂହଙ୍କ ହକି କୌଣଳକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି କହିଛନ୍ତି । ସିମୁଉଲ୍ଲାଙ୍କ ନେତୃତ୍ୟୁରେ ପାକିସ୍ତାନ 3ଟି ଏସିଆନ ଗେମ୍ସ ଓ ଗୋଟିଏ ଥର ହକି ବିଶ୍ବକପ ଟାଇଟେଲ ବିଜେତା ରହିଛି ।

1975 ହକି ବିଶ୍ବକପ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ବିଶ୍ବ ଚମ୍ପିଆନ ହୋଇଥିଲା । ବଲବୀର ସିଂହ ସେତେବେଳେ ଭାରତର ମ୍ୟାନେଜର ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.