ETV Bharat / sports

ପ୍ରତି ମ୍ୟାଚ ଜିତିବା ଆମର ଲକ୍ଷ୍ୟ: ଜାପାନ କୋଚ

ପୁରୁଷ ହକି ସିରିଜ ଫାଇନାଲ 2019 କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଶକ୍ତିଶାଳୀ ଜାପାନ ହକି ଦଳ ।

author img

By

Published : Jun 2, 2019, 1:37 PM IST

Updated : Jun 2, 2019, 3:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପୁରୁଷ ହକି ସିରିଜ ଫାଇନାଲ 2019 କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଶକ୍ତିଶାଳୀ ଜାପାନ ହକି ଦଳ । ଜୁନ 6ରୁ ସିରିଜର ମ୍ୟାଚ ପର୍ଯ୍ୟାୟ ଆରମ୍ଭ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ପୁଲ ବି ରେ ଜାପାନ ସହିତ ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ୟୁଏସଓ ରହିଛନ୍ତି । 2020 ଅଲମ୍ପିକ୍ସ ଜାପାନ ଆୟୋଜନ କରୁଛି । ତେବେ ଦଳ ଅଲମ୍ପିକ୍ସ ପାଇଁ ଆୟୋଜକ ଦଳ ଭାବେ ଯୋଗ୍ୟତା ଅର୍ଜନ କରିସାରିଛି ।

ତେବେ ଏହି ସିରିଜରେ ଅନ୍ୟଦଳମାନେ ଅଲମ୍ପିକ୍ସ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାପାନ ଏହି ସିରିଜରେ ଭଲ ଲଢୁଆ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତି ମ୍ୟାଚ ଗୁରୁତ୍ତ୍ବପୂର୍ଣ୍ଣ ଓ ପ୍ରତି ମ୍ୟାଚକୁ ଜିତିବା ଲକ୍ଷ୍ୟରେ ଜାପାନ ଖେଳିବ ବୋଲି କୋଚ ସିଫ୍ରାଏଡ ଏକମାନ କହିଛନ୍ତି । ଏହି ପୁରୁଷ ହକି ସିରିଜରେ ଭାରତୀୟ ଦଳ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଫାଇନାଲରେ ଜାପାନ ଓ ଭାରତ ଟକ୍କର ହୋଇପାରେ ବୋଲି ଜାପାନର କୋଚ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ଜାପାନ ର ହକି ଟିମ ଭୁବନେଶ୍ୱର ରେ ପହଁଚିଛି।ଆସନ୍ତା 6 ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହକି ସିରିଜ ଫାଇନାଲ ପାଇଁ ପହଁଚିଥିବା ଜାପାନ ତାର ପ୍ରତି ମ୍ୟାଚ ଜିତିବାକୁ ଲକ୍ଷ ରଖିଥବା କହିଛନ୍ତି ଟିମ କୋଚ ସିଏଗଫ୍ରେଡ଼ ଏକମାନ।
ପ୍ରତିଯୋଗିତାର ପୁଲ ବି ରେ ସ୍ଥାନ ପାଇଥିବା ଜାପାନ ଅନ୍ୟ ଦଳମାନଙ୍କ ଠାରୁ ରିୟାଙ୍କିଙ୍ଗ ରେ ଯଥେଷ୍ଟ ଉପରେ ଅଛି।ତେବେ ଏହା ଅଲମ୍ପିକ କ୍ବାଲିଫାଇ ମ୍ୟାଚ ହୋଇଥିବାରୁ ସ୍ୱଳ୍ପ ରିୟାଙ୍କ ପ୍ରାପ୍ତ ଦଳ ମଧ୍ୟ ତାର ଉତ୍ତମ ପ୍ରଦର୍ଶନ ଦେଇ ମ୍ୟାଚ ବିଜୟ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟାକରିବ ।ତେଣୁ ଆମେ କାହାକୁ ହେୟ ମନେ ନ କରି ପ୍ରତି ମ୍ୟାଚ ଜିତିବାକୁ ଲକ୍ଷ ରଖିଥିବା କହିଛନ୍ତି ଦଳର କୋଚ।ଆସନ୍ତା ଅଲମ୍ପିକ ର ଆୟୋଜକ ଦଳ ହିସାବରେ ସିଧାସଳଖ ଅଲମ୍ପିକ ପାଇଁ କ୍ବାଲିଫାଇ କରି ସାରିଥିଲେ ମଧ୍ୟ ଏହି ବିଜୟ ଦଳର ମାନ୍ୟତାରେ ଅନେକ ସହାୟକ ହେବା ସହିତ ଅଭିଜ୍ଞତା ହାସଲ କରିବାରେ ଖେଳାଳିଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି।ତେବେ ପ୍ରତିଯୋଗିତାରେ ଜାପାନ ସହିତ ଭାରତ ଷ୍ଟ୍ରଙ୍ଗ ଟିମ ହୋଇଥିବା ବେଳେ ଫାଇନାଲ ଦୁହିଁଙ୍କ ମଧ୍ୟରେ ହେବାକୁ ଅନ୍ୟମାନଙ୍କ ଭଳି ତାଙ୍କର ମଧ୍ୟ ଇଛା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ କି ପୁଲ ବି ରେ ଦକ୍ଷିଣ ଆଫ୍ରିକା,ମେକ୍ସିକୋ,ୟୁଏସଓ ସହିତ ଜାପାନ ସ୍ଥାନ ପାଇଛି।
Laxmikanta Das
Bhubaneswar
Visual already sent by WhatsApp
Byte -Coach-Siefried Aikman
Last Updated : Jun 2, 2019, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.