ETV Bharat / sports

'କୋଭିଡ-19 ଭାକସିନ ଉପଲବ୍ଧ ପରେ ଅନ୍ତର୍ଜାତୀୟ ହକି ସମ୍ଭବ' - ଅନ୍ତର୍ଜାତୀୟ ହକି

ହକି ଆରମ୍ଭ ନେଇ ଅନ୍ତର୍ଜାତୀୟ ହକି ଫେଡେରେସନର ବଡ ବୟାନ । କୋରୋନା ଭାଇରସର ଭାକସିନ ଉପଲବ୍ଧ ହେବା ପରେ ଅନ୍ତର୍ଜାତୀୟ ହକି ଖେଳାଯିବା ସମ୍ଭବ ହୋଇପାରିବ ବୋଲି ହକିର ସର୍ବୋଚ୍ଚ ପରିଚାଳନା କମିଟି(FIH) ସ୍ପଷ୍ଟ କରିଛି ।

International competition can resume only after COVID-19 vaccine is devloped: FIH
'କୋଭିଡ-19 ଭାକସିନ ଉପଲବ୍ଧ ପରେ ଅନ୍ତର୍ଜାତୀୟ ହକି ସମ୍ଭବ'
author img

By

Published : May 21, 2020, 12:41 PM IST

ଲାଉସେନ: ହକି ଆରମ୍ଭ ନେଇ ଅନ୍ତର୍ଜାତୀୟ ହକି ଫେଡେରେସନର ବଡ ବୟାନ । କୋରୋନା ଭାଇରସର ଭାକସିନ ଉପଲବ୍ଧ ହେବା ପରେ ଅନ୍ତର୍ଜାତୀୟ ହକି ଖେଳାଯିବା ସମ୍ଭବ ହୋଇପାରିବ ବୋଲି ହକିର ସର୍ବୋଚ୍ଚ ପରିଚାଳନ କମିଟି(FIH) ସ୍ପଷ୍ଟ କରିଛି ।

ତେବେ ସମୀକ୍ଷା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ 5ଟି ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ନେଦରଲାଣ୍ଡ ଓ ବେଲଜିୟମ ଟିମ ସୁରକ୍ଷା ଗାଇଡଲାଇନକୁ ପାଳନ କରିବା ସହ ଅଭ୍ୟାସ ଆମ୍ଭ କରିଛନ୍ତି । ସାମାଜିକ ଦୂରତ୍ବକୁ ମଧ୍ୟ ଅଭ୍ୟାସ ସମୟରେ ଧ୍ୟାନ ଦିଆଯାଇଛି ।

ଅନେକ ଦେଶରେ ସାମାଜିତ ଦୂରତ୍ବ, ସର୍ବସାଧାରଣରେ ଭିଡ ଓ ଯାତ୍ରା କଟକଣା ରହିଛି । ଏପରି ସ୍ଥିତିରେ ଦ୍ବିପାକ୍ଷିକ ହକି ସିରିଜ ଓ FIHର ଅନ୍ୟ ଇଭେଣ୍ଟ ଆରମ୍ଭ ନେଇ ଏବେ ଚିତ୍ର ଅସ୍ପଷ୍ଟ ରହିଥିବା କମିଟି ପକ୍ଷରୁ କୁହାଯାଇଛି । ତେବେ ଭାକସିନ ସହ ନିରାକରଣ ପାଇଁ ବ୍ୟବସ୍ଥା ଉପଲବ୍ଧ ହେବାପରେ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.