ETV Bharat / sports

U21 ହକି ବିଶ୍ବକପ; ଭାରତୀୟ ଟିମ ଘୋଷଣା, ତିନି ଓଡିଆ ଖେଳାଳି ସାମିଲ - ଅଭିଷେକ ଲାକ୍ରା

21ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କଲା ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିକ ପଢନ୍ତୁ...

U21 ହକି ବିଶ୍ବକପ; ଭାରତୀୟ ଟିମ ଘୋଷଣା, ଓଡିଶାରୁ ଅଭିଷେକ ଲାକ୍ରା ସାମିଲ

author img

By

Published : Nov 11, 2021, 1:30 PM IST

ଭୁବନେଶ୍ବର: 21ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ ସହିତ ଖେଳିବ ଭାରତ ।

ଭାରତୀୟ ଟିମ: ବିବେକ ପ୍ରସାଦ ସାଗର, ଅଭିଷେକ ଲାକ୍ରା, ରାହୁଲ କୁମାର, ମନିନ୍ଦର ସିଂ, ସୁନୀଲ ଜୋଜୋ, ପୱନ, ଅଙ୍କିତ ପାଲ, ମଞ୍ଜିତ, ରବିଚନ୍ଦ୍ର ସିଂ, ସଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ, ସଞ୍ଜୟ, ସୁଦୀପ ଚିରମାକୋ, ବିଷ୍ଣୁକାନ୍ତ ସିଂ,ଉତ୍ତମ ସିଂ, ଯଶଦୀପ, ଗୁରମୁଖ ସିଂ ଓ ଅରିଜିତ ସିଂ ସାମିଲ ଅଛନ୍ତି ।

ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ବକପ ଅନୁଷ୍ଠିତ ହେବ । ଖେଳ ଦେଖିବାକୁ ଦର୍ଶକଙ୍କୁ ନାହିଁ ଅନୁମତି । କୋରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ମ୍ୟାଚ । ନିରାଡମ୍ବରରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । କେବଳ ଖେଳାଳି ଓ ଷ୍ଟାଫଙ୍କୁ ଷ୍ଟାଡିୟମକୁ ଅନୁମତି ରହିଛି । ପ୍ରତିଦିନ ଖେଳାଳି ଓ ଷ୍ଟାଫଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଖେଳାଳି ଓ ଟିମ ନିମନ୍ତେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯାଇଛି । କୋଭିଡ କଟକଣା ଭିତରେ ହେବ ଟୁର୍ଣ୍ଣାମେଣ୍ଟ । ଭାରତୀୟ ଟିମ ଭୁବନେଶ୍ବରରେ ପହଞ୍ଚିସାରିଛି । ୧୫ରେ ଅନ୍ୟ ଦଳ ଭୁବନେଶ୍ବରରେ ପହଞ୍ଚିବେ । ସମୁଦାୟ ୧୬ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.