ETV Bharat / sports

ପରାଜୟରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ହକି ଦଳ, 1-1ରେ ମ୍ୟାଚ ଡ୍ର

ସୋମାବର ଖେଳାଯାଇଥିବା ଅଷ୍ଟ୍ରେଲିଆ ଗସ୍ତର 2ୟ ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତୀୟ ହକି ଦଳ । ଭାରତୀୟ ଡ୍ରାଗଫ୍ଲିକର ହରମନପ୍ରୀତ ସିଂଙ୍କ ଅନ୍ତିମ ମିନିଟ୍‌ରେ ଗୋଲ ଯୋଗୁଁ ଅଷ୍ଟ୍ରେଲିଆ-ଏ ସହ 1-1ରେ ମ୍ୟାଚ ଡ୍ର କରିଛି ଭାରତ ।

author img

By

Published : May 14, 2019, 6:51 AM IST

ଫଟୋ ସୌଜନ୍ୟ- ଟ୍ବିଟ୍ବର @TheHockeyIndia

ପର୍ଥ: ସୋମାବର ଖେଳାଯାଇଥିବା ଅଷ୍ଟ୍ରେଲିଆ ଗସ୍ତର 2ୟ ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତୀୟ ହକି ଦଳ । ଭାରତୀୟ ଡ୍ରାଗଫ୍ଲିକର ହରମନପ୍ରୀତ ସିଂଙ୍କ ଅନ୍ତିମ ମିନିଟ୍‌ରେ ଗୋଲ ଯୋଗୁଁ ଅଷ୍ଟ୍ରେଲିଆ-ଏ ସହ 1-1ରେ ମ୍ୟାଚ ଡ୍ର କରିଛି ଭାରତ ।

TheHockeyIndia
ଫଟୋ ସୌଜନ୍ୟ- ଟ୍ବିଟ୍ବର @TheHockeyIndia

ତେବେ ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦଳର ଦୁଇଟି ଗୋଲକୁ ଚମତ୍କାର ଭାବରେ ଅଟକାଇଥିଲେ ଭାରତୀୟ ଗୋଲକିପର । ମାତ୍ର ଆକ୍ରମଣ ଜାରି ରଖି ମ୍ୟାଚର ୨୧ତମ ମିନିଟ୍‌ରେ ଘରୋଇ ଦଳ ଦେଇଥିଲା ପ୍ରଥମ ଗୋଲ । ଏହି ଗୋଲ କରିଥିଲେ କିରନ ଅରୁନାସାଲାମ । ଫଳରେ ଭାରତୀୟ ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ ଗୋଲରେ ପଛୁଆ ରହିଥିଲା ।

ତେବେ 2ୟ ଭାଗରେ ଭାରତୀୟ ଦଳ ଉତ୍ତମ ଡିଫେନ୍ସର ପ୍ରଦର୍ଶନ କରି ଘରୋଇ ଦଳକୁ ଗୋଲ କରିବାକୁ ଦେଇନଥିଲା । ଅନ୍ୟପଟେ ମ୍ୟାଚ ମଧ୍ୟ ହାତ ଛଡା ହେବାକୁ ଲାଗିଥିଲା । ମାତ୍ର ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ହରମନପ୍ରୀତ ଦ୍ୱିତୀୟ ଉଦ୍ୟମରେ ଗୋଲ ଦେଇ ମ୍ୟାଚ୍‌କୁ ବରାବର କରିଥିଲେ ।

ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ଏକୁ 3-0ଗୋଲରେ ଏକ ତରଫା ଭାବେ ପରାଜୟ କରିଥିଲା । ଭାରତୀୟ ଦଳ ବୁଧବାର ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ତାର ଆଗାମୀ ମ୍ୟାଚ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.