ପର୍ଥ: ଆସନ୍ତା 10 ତାରିଖଠାରୁ ଆରମ୍ଭ ହେବ ଭାରତୀୟ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ ମ୍ୟାଚ । ତେବେ ଏହା ପୂର୍ବରୁ ଆଜି ଖେଳାଯାଇଥିବା ୱାର୍ମ-ଅପ ମ୍ୟାଚରେ ଘରୋଇ ଡବ୍ଲୁଏ ଥଣ୍ଡରଷ୍ଟ୍ରାଇକ (ୱେଷ୍ଟନ ଅଷ୍ଟ୍ରେଲିଆ ହକି ଦଳ)କୁ 2-0ଗୋଲରେ ମାତ୍ ଦେଇଛି ଭ୍ରମଣକାରୀ ଭାରତ । ତେବେ ଏହି ଏକତରଫା ମ୍ୟାଚରେ ଓଡିଆ ପୁଅ ବିରେନ୍ଦ୍ର ଲାକ୍ରାଙ୍କ ଆଟାକିଂ ଗେମ ଦେଖିବାକୁ ମିଳିଥିଲା ।
ମ୍ୟାଚର 23ତମ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ ଲାକ୍ରା । ସେହିପରି ମ୍ୟାଚର 50ତମ ମିନିଟରେ ହରମନ୍ପ୍ରତି ସିଂ ଦଳ ପାଇଁ 2ୟ ଗୋଲ ହିଟ୍ କରିଥିଲେ ।
ତେବେ ଆସନ୍ତା 10ତାରିଖରେ ଅଷ୍ଟ୍ରେଲିଆ-ଏ ଦଳ ସହ ଭାରତ ଖେଳିବ ପ୍ରଥମ ମ୍ୟାଚ । ସେହିପରି ଆସନ୍ତା 15 ଓ 17ତାରିଖରେ ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ଭାରତ ସାମ୍ନାସାମ୍ନି ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ