ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ FIH ପୁରୁଷ ହକି ରାକିଙ୍ଗ୍( FIH Men's ranking)ରେ ନିଜର ତୃତୀୟ ସ୍ଥାନ ବଜାୟ ରଖିଛି । ସଦ୍ୟ ପ୍ରକାଶିତ ହକି ମାନ୍ୟତାରେ ଅଷ୍ଟ୍ରେଲିଆ ପ୍ରଥମ ଓ ବେଲଜିୟମ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଭାରତୀୟ ମହିଳା ହକି ଟିମ ଗୋଟିଏ ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛି ।
ଚଳିତ ବର୍ଷ FIH ରାକିଙ୍ଗ୍ ପ୍ରକାଶ ପରେ ଭାରତୀୟ ପୁରୁଷ ଟିମ ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ତୃତୀୟ ସ୍ଥାନ ହାସଲ କରିଥିଲା । ଅଲମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଟିମ ଇଣ୍ଡିଆ ୨୨୯୬.୦୩୮ ପଏଣ୍ଟ ସହ ତୃତୀୟରେ ସନ୍ତୁଷ୍ଟ ହୋଇଛି । ଏସିଆନ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଜାପାନ ଠାରୁ ପରାଜୟ ଟିମକୁ ନିରାଶ କରିଛି । ପରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା ମନପ୍ରୀତ ସିଂହଙ୍କ ଟିମ ।
-
Team confidence ✅
— BCCI (@BCCI) December 23, 2021 " class="align-text-top noRightClick twitterSection" data="
Personal preparation ✅
South Africa challenge ✅@cheteshwar1 covers all bases in this interview with https://t.co/Z3MPyesSeZ
Full interview 🎥 🔽 #TeamIndia #SAvIND https://t.co/7ML9NJkYRu pic.twitter.com/7xhLiyJJcA
">Team confidence ✅
— BCCI (@BCCI) December 23, 2021
Personal preparation ✅
South Africa challenge ✅@cheteshwar1 covers all bases in this interview with https://t.co/Z3MPyesSeZ
Full interview 🎥 🔽 #TeamIndia #SAvIND https://t.co/7ML9NJkYRu pic.twitter.com/7xhLiyJJcATeam confidence ✅
— BCCI (@BCCI) December 23, 2021
Personal preparation ✅
South Africa challenge ✅@cheteshwar1 covers all bases in this interview with https://t.co/Z3MPyesSeZ
Full interview 🎥 🔽 #TeamIndia #SAvIND https://t.co/7ML9NJkYRu pic.twitter.com/7xhLiyJJcA
ଏହାମଧ୍ୟ ପଢନ୍ତୁ: Hockey National Junior Championship: ବିହାରକୁ ହରାଇ ସେମିଫାଇନାଲରେ ଓଡିଶା
ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆ ୨୬୪୨.୨୫୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ଅଲମ୍ପିକ ଚମ୍ପିଆନ ବେଲଜିୟମ ୨୬୩୨.୧୨୧ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ