ETV Bharat / sports

Tokyo Olympics; ଆଜି ଭାରତ-ଆର୍ଜେଣ୍ଟିନା ମହିଳା ହକି ସେମିଫାଇନାଲ - hockey

ଟୋକିଓ ଅଲିମ୍ପିକ୍ସରେ ଆଜି(ବୁଧବାର) ମହିଳା ହକି ସେମିଫାଇନାଲ ଖେଳାଯିବ । ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ...

ଆଜି ଭାରତ-ଆର୍ଜେଣ୍ଟିନା ମହିଳା ହକି ସେମିଫାଇନାଲ

author img

By

Published : Aug 4, 2021, 7:01 AM IST

ଟୋକିଓ: ପୁରୁଷ ହକି ସେମିଫାଇନାଲରେ ଭାରତ ବିଫଳ ହେବା ପରେ ଆଜି(ବୁଧବାର) ମହିଳା ହକି ସେମିଫାଇନାଲ ଖେଳାଯିବ । ଟୋକିଓ ଅଲିମ୍ପିକ ସେମିଫାନାଲରେ ପ୍ରବେଶ କରି ଇତିହାସ ରଚିଥିବା ଭାରତୀୟ ମହିଳା ଦଳ ପାଖରେ ଦେଶ ପାଇଁ ଗୌରବ ହାସଲ କରିବାର ସୁଯୋଗ ରହିଛି । ଆଜିର ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଟିମ ଇଣ୍ଡିଆ ।

ଏହି ମ୍ୟାଚରେ ଆର୍ଜେଣ୍ଟିନାକୁ ହରାଇ ପାରିଲେ ଫାଇନାଲରେ ପ୍ରବେଶ କରିବ ଇଣ୍ଡିଆ ଏବଂ ରୌପ୍ୟ ପଦକ ଜିତିବା ସୁନିଶ୍ଚିତ ହେବ । ରାନୀ ରାମପାଲଙ୍କ ନେତୃତ୍ବରେ ଆଜି ଆର୍ଜେଣ୍ଟିନା ସହ ଟକ୍କର ହେବ ଭାରତ । ସୋମବାର ଶକ୍ତଶାଳୀ ତଥା ୩ଥର ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ଡ୍ରାଗ ଫ୍ଲିକର ଗୁରଜିତ କୌର ୨୨ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାରତକୁ ଜିତାଇଥିଲେ ।

ଏହା ପୂର୍ବରୁ ଭାରତ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିଲା । ରିଓ ଅଲିମ୍ପିକ୍ସରେ ଭାରତ ସଫଳତା ହାସଲ କରିପାରିନଥିଲା । ଆଜି ଯଦି ଭାରତ ଆର୍ଜେଣ୍ଟିନାକୁ ହରାଇବ ତେବେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ । ଯଦି ସବୁ ଠିକ ଠାକ ଚାଲେ ତେବେ ଭାରତ ସେମି ଓ ଫାଇନାଲରେ ବିଜୟୀ ହୋଇ ସ୍ବର୍ଣ୍ଣ ହାସଲ କରିବ ବୋଲି ଆଶା କରାଯାଉଛି । ଆଜି ମହିଳା ହକି ଟିମରେ ଭାଗ୍ୟ ପରୀକ୍ଷା କହିଲେ ଚଳେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.