ETV Bharat / sports

ଭାରତରେ ହେବ ପୁରୁଷ ଜୁନିୟର ହକି ବିଶ୍ବକପ-2021 - ଭାରତରେ ଅନ୍ତରାଷ୍ଟୀୟ ହକି ଟୁର୍ଣ୍ଣାମେଣ୍ଟ

ଭାରତରେ ପୁଣି ହେବ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ । ଜୁନିୟର ପୁରୁଷ ହକି ବିଶ୍ବକପ-2021ର ଆୟୋଜନ କରିବ ଭାରତ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସ୍ଥଳ ଓ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।

junior world cup 2021
junior world cup 2021
author img

By

Published : Feb 17, 2020, 10:42 PM IST

ନୂଆଦିଲ୍ଲୀ: 2021ରେ ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜିତ ହେବ । ତେବେ ଏହି ବିଶ୍ବକପ୍‌ର ଭାର ଭାରତ କାନ୍ଧରେ । ଏହାର ସୂଚନା ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ) ସୋମବାର ଘୋଷଣା କରିଛି ।

junior world cup 2021
ଫଟୋ ସୌଜନ୍ୟ: ଟ୍ବିଟର@FIH_Hockey

ସୂଚନାଥାଉକି ଭାରତ ଏହା ପୂର୍ବରୁ 2016ରେ ଉତ୍ତରପ୍ରଦେଶରେ ଲକ୍ଷ୍ନୌଠାରେ ଜୁନିୟର ପୁରୁଷ ହକି ବିଶ୍ବକପ ଓ 2018ରେ ଓଡିଶାର କଳିଙ୍ଗ ଷ୍ଟାଡିୟମରେ ସିନିୟର ପୁରୁଷ ବିଶ୍ବକପର ସଫଳତାର ସହିତ ଆୟୋଜନ କରିଥିଲା ।

ଅନ୍ୟପଟେ ମହିଳା ଜୁନିୟର ହକି ବିଶ୍ବକପର ଆୟୋଜନ କରିବ ଦ.ଆଫ୍ରିକା ।

ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବକପ-2021ରେ 16ଟି ଦଳ ଅଂଶ ଗ୍ରହଣ କରିବେ । ସୂଚନାଥାଉକି, ଗତ ଚମ୍ପିଆନ ଭାରତ 2016 ବିଶ୍ବକପ୍‌ ଫାଇନାଲରେ ବେଲଜିୟମକୁ 2-1ରେ ପରାସ୍ତ କରି 2ୟଥର ବିଶ୍ବକପ୍‌ ଟାଇଟଲ ହାତେଇଥିଲା ।

ଏଫଆଇଏଚ କହିଛି ଯେ, 2021ରେ ହେବାକୁ ଥିବା ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବକପର ଆୟୋଜନ ସ୍ଥଳ ଓ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.