ETV Bharat / sports

ୟୁରୋପ ଗସ୍ତ କରିବ ହକି ଟିମ ଇଣ୍ଡିଆ, ଓଡିଶାର 3 ଖେଳାଳି ସାମିଲ

author img

By

Published : Feb 20, 2021, 3:58 PM IST

Updated : Feb 20, 2021, 4:25 PM IST

22ଜଣିଆ ଦଳରେ 3 ଓଡିଆ ଖେଳାଳି ଡିଫେଣ୍ଡର ଅମିତ ରୋହିଦାସ, ଦିପସାନ ତିର୍କୀ ଓ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

India men's hockey team to travel to Europe on Sunday
ୟୁରୋପ ଗସ୍ତରେ ଯିବ ହକି ଟିମ ଇଣ୍ଡିଆ, ଓଡିଶା 3 ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ରବିବାର ୟୁରୋପ ଗସ୍ତରେ ଯିବ ଭାରତୀୟ ପୁରଷ ହକି ଟିମ । ପ୍ରାୟ ବର୍ଷକ ପୂର୍ବେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ହକି ଟିମ ଇଣ୍ଡିଆ 17ଦିନିଆ ଗସ୍ତରେ ୟୁରୋପ ଯାତ୍ରା କରିବା ସହ ଜର୍ମାନୀ ଓ ବ୍ରିଟେନ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବ ।

  • Exciting news 📢

    The Indian Men's Hockey Team is set for their first International challenge in almost a year's time. 💯

    Check out the fixtures for the Europe Tour 2021 👇#IndiaKaGame pic.twitter.com/qJ2zVSXDTv

    — Hockey India (@TheHockeyIndia) February 20, 2021 " class="align-text-top noRightClick twitterSection" data=" ">

ଫେବ୍ରୁଆରୀ 21ରେ ବାଙ୍ଗାଲୁରୁରୁ 22ସଦସ୍ୟ ବିସିଷ୍ଟ ଭାରତୀୟ ସ୍କ୍ବାଡ ଜର୍ମାନୀର କ୍ରେଫଲ୍‌ଡ ଅଭିମୁଖେ ଉଡାଣ ଭରିବ । 22ଜଣିଆ ଦଳରେ 3 ଓଡିଆ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ଡିଫେଣ୍ଡର ଅମିତ ରୋହିଦାସ, ଦିପସାନ ତିର୍କୀ ଓ ବିରେନ୍ଦ୍ର ଲାକ୍ରାଙ୍କ ନାମ ରହିଛି । ଏନେଇ ଓଡିଶା ସ୍ପୋର୍ଟ୍ସ ଟ୍ବିଟ ଯୋଗେଁ 3 ଓଡିଶା ହକି ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛି ।

ଫେବ୍ରୁଆରୀ 28 ଓ ମାର୍ଚ୍ଚ 2ରେ ଆୟୋଜକ ଜର୍ମାନୀକୁ ଭେଟିବ ଭାରତ । ପରେ ବେଲଜିୟମର ଅନ୍ତୱେର୍ପ ଯାତ୍ରା କରିବା ସହ ମାର୍ଚ୍ଚ 6 ଓ 8ରେ ବ୍ରିଟେନ ସହ ଖେଳିବା ନେଇ ସୂଚୀ ରହିଛି ।

ଭାରତୀୟ ପୁରୁଷ ହକି ଟିମ ଫେବ୍ରୁଆରୀ 2020ରେ ଶେଷଥର ପାଇଁ FIH ହକି ପ୍ରୋ-ଲିଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଭୁବନେଶ୍ବରରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା । ବିଜୟୀ ପ୍ରଦର୍ଶନ ସହ ମନଦୀପ ସିଂହଙ୍କ ଟିମ FIH ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନକ ଉନ୍ନୀତ ହୋଇଥିଲା । ଏଯାବତ ଏହି ମାନ୍ୟତା ଭାରତ ପାଇଁ ସର୍ବାଧିକ ।

ଭାରତୀୟ ପୁରୁଷ ହକି ଟିମ ଇଣ୍ଡିଆ ଖେଳାଳି ସୂଚୀ:

ଗୋଲକିପର: ପିଆର ଶ୍ରୀଜେଶ(କ୍ୟାପଟେନ), କ୍ରୀଷାନ ବାହାଦୂର ପାଠକ ।

ଡିଫେଣ୍ଡର: ଅମିତ ରୋହିଦାସ, ଦିପସାନ ତିର୍କୀ, ଗୁରିନ୍ଦର ସିଂହ, ହରମନପ୍ରୀତ ସିଂହ(ଭାଇସ-କ୍ୟାପଟେନ), ସୁରେନ୍ଦର କୁମାର, ବିରେନ୍ଦ୍ର ଲାକ୍ରା । ଜରମନପ୍ରୀତ ସିଂହ ।

ମିଡ୍ଫି‌ଲ୍ଡର: ଚିଙ୍ଗଲେନସାନା ସିଂହ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ରାଦକୁମାର ପାଲ, ସିମ୍ରନଜିତ ସିଂହ, ସାମସେର ସିଂହ, ଆକାଶଦୀପ ସିଂହ ।

ଫରୱାର୍ଡ ଖେଳାଳି: ଗୁରଜନ୍ତ ସିଂହ, ରମଣଦୀପ ସିଂହ, ଦୀଲପ୍ରିତ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 20, 2021, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.