ETV Bharat / sports

ହସ୍ପିଟାଲରେ ପୁଣି ଭର୍ତ୍ତି ହକି ଖେଳାଳି ସୁରେନ୍ଦର କୁମାର

author img

By

Published : Aug 21, 2020, 4:41 PM IST

କୋଭିଡ-19ରୁ ସୁସ୍ଥ ହେବା ପରେ ହାତରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଭାରତୀୟ ପୁରୁଷ ହକି ଟିମର ଡିଫେଣ୍ଡର ସୁରେନ୍ଦର କୁମାର ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Hockey player Surender Kumar readmitted to hospital after developing swelling on arm
ହସ୍ପିଟାଲରେ ପୁଣି ଭର୍ତ୍ତି ହକି ଖେଳାଳି ସୁରେନ୍ଦର କୁମାର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ଡିଫେଣ୍ଡର ସୁରେନ୍ଦର କୁମାର ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 5 ହକି ଖେଳାଳିଙ୍କ ମଧ୍ୟରେ ସୁରେନ୍ଦର ରହିଛନ୍ତି ।

ସୁରେନ୍ଦରଙ୍କ ସହ କ୍ୟାପଟେନ ମନପ୍ରିତ ସିଂହ, ଜଶକରଣ ସିଂ, ବରୁଣ କୁମାର, ଗୋଲକିପର କ୍ରୀଷନ ବାହାଦୁର ପାଠକ ଓ ଷ୍ଟ୍ରାଇକର ମନ୍ଦୀପ ସିଂ କୋଭିଡ-19 ସଂକ୍ରମଣର ଶିକାର ହୋଇଥିଲେ । ପରେ ସମସ୍ତ ଖେଳାଳି ସୁସ୍ଥ ହୋଇ ବେଙ୍ଗାଲୁରୁର ଏସଏସ ସ୍ପାର୍ଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରୁ ସୋମବରା ଫେରିଥିଲେ ।

ତେବେ ଗୁରୁବାର ସନ୍ଧ୍ୟାରେ ସୁରେନ୍ଦରଙ୍କ ହାତରେ ରକ୍ତ ଜମାଟ ବାନ୍ଧିଥିବାର ଦେଖାଯାଇଥିଲା । ସ୍ପୋର୍ଟ୍ସ ଅଥରିଟିର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁଣିଥିରେ ସୁରେନ୍ଦରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭେନସ୍ ଥ୍ରୋମ୍ବୋସିସ୍ (VT) ଯୋଗୁଁ ରକ୍ତ ଜମାଟ ବାନ୍ଧିଥିବା କୁହାଯାଉଛି । ଫଳରେ ଆସନ୍ତା ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ସୁରେନ୍ଦରଙ୍କ ଚିକିତ୍ସା ଚାଲିବ । ଯୋଗ ଦ୍ବାରା ସୁରେନ୍ଦର ଶୀଘ୍ର ସୁସ୍ଥ ହେବେ । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି, ଓ ବର୍ତ୍ତମାନ ପରିସ୍ଥିତିରେ ଚିନ୍ତାର କାରଣ ନାହିଁ ବୋଲି ସ୍ପୋର୍ଟ୍ସ ଅଥରିଟି ପକ୍ଷରୁ କୁହାଯାଇଛି ।

କୋରୋନା ଭାଇରସ ଆକ୍ରାନ୍ତଙ୍କ ଠାରେ ଭେନସ୍ ଥ୍ରୋମ୍ବୋସିସ୍ ଦେଖାଯାଇଛି । କୋଭିଡ-19ରୁ ସୁସ୍ଥ ହେବା ସମୟରେ ଶାରୀରିକ ଅଭ୍ୟାସ ବୃଦ୍ଧି କଲେ, ଏହି ଲକ୍ଷଣ ଦେଖାଯାଏ । ସେଥିପାଇଁ ଅନ୍ୟ ଖେଳାଳିଙ୍କୁ କ୍ବାରେଣ୍ଟିନରେ ରଖାଯିବା ସହ ଅତ୍ୟଧିକ ଶାରୀରିକ ଅଭ୍ୟାସକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.