ପୁନେ: ଚଳିତ ଏକାଦଶତମ ହକି ଇଣ୍ଡିଆ ସିନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍(Hockey national championship)ର ଦ୍ବିତୀୟ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା । ପୁନେରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ରବିବାର ହକି ବିହାର, ହକି ଝାଡଖଣ୍ଡ, ଓଡିଶା, ହକି ବେଙ୍ଗଲ, ଉତ୍ତର ପ୍ରଦେଶ ହକି, ତେଲେଙ୍ଗାନା ହକି ଓ ହକି ମହାରାଷ୍ଟ୍ର ବିଜୟ ହାସଲ କରିଛନ୍ତି ।
-
Day 2️⃣ of the 11th Hockey India Senior Men National Championship Pimpri Chinchwad 2021 in 📸#IndiaKaGame pic.twitter.com/TKKtON7AhX
— Hockey India (@TheHockeyIndia) December 12, 2021 " class="align-text-top noRightClick twitterSection" data="
">Day 2️⃣ of the 11th Hockey India Senior Men National Championship Pimpri Chinchwad 2021 in 📸#IndiaKaGame pic.twitter.com/TKKtON7AhX
— Hockey India (@TheHockeyIndia) December 12, 2021Day 2️⃣ of the 11th Hockey India Senior Men National Championship Pimpri Chinchwad 2021 in 📸#IndiaKaGame pic.twitter.com/TKKtON7AhX
— Hockey India (@TheHockeyIndia) December 12, 2021
ଦିନର ପ୍ରଥମ ମ୍ୟାଚ୍ରେ ପୁଲ୍ F ମ୍ୟାଚ୍ରେ ଗୁଜୁରାଟ ଓ ଓଡିଶା ମୁହାଁମୁହିଁ ହୋଇଥିଲେ । ଉଭୟ ଟିମ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା ଓ ମ୍ୟାଚ୍ର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା । ତେବେ ଏହାପରେ ଟିମ ଓଡିଶା ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଓ ୮-୦ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ସୁଶୀଲ ଧାନୱାର ସର୍ବାଧିକ ୩ଟି (୧୭', ୨୬', ୨୬'), ପ୍ରକାଶ ବାର୍ଲା(୩୪', ୫୭'), ପତ୍ରାସ ତିର୍କୀ(୩୯', ୫୨') ଗୋଲ୍ କରିଥିଲେ ।
ଏହା ବି ପଢନ୍ତୁ: Asian Champions Trophy: ଢାକା ଅଭିମୁଖେ ହକି ଟିମ ଇଣ୍ଡିଆ
ପୁଲ୍ Fର ଦ୍ବିତୀୟ ମୁକାବିଲାରେ ହକି ବେଙ୍ଗଲ ଗୋଆନ୍ସ ହକିକୁ ୮-ରେ ମାତ୍ ଦେଇଥିଲା । ସେହିପରି ଉତ୍ତର ପ୍ରଦେଶ ହକି କେରଳ ହକିକୁ ୯-୦, ହକି ଝାଡଖଣ୍ଡ ୧୧-୦ରେ ଆସାମ ହକିକୁ ହରାଇଛନ୍ତି। ତେଲେଙ୍ଗାନା ହକି ହିମାଚଳ ହକିକୁ ୧୩-୧ ଓ ହକି ମହାରାଷ୍ଟ୍ର ମିଜୋରାମ ହକିକୁ ୧୮-୦ ଗୋଲ୍ରେ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ