ETV Bharat / sports

Hockey Men's Junior WC: ଖେଳାଳିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ମାତ୍ର ଉତ୍ସାହଜନକ ଅନୁଭବ - ଓଡିଶା ହକି ବିକାଶ ପରିଷଦ

ଆଉ ଏକ ମେଗା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ନୀରବ ସାକ୍ଷୀ ପାଲଟିବାକୁ ଯାଉଛି ଐତିହାସିକ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର । ପୁରୁଷ ଜୁନିଅର ହକି ବିଶ୍ବକପକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ବାକି ରହିଥିବାବେଳେ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍‌। ଅଧିକ ପଢନ୍ତୁ

Hockey Men's Junior WC: Challenging yet elating experience for players
Hockey Men's Junior WC: ଖେଳାଳିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ମାତ୍ର ଉତ୍ସାହଜନକ ଅନୁଭବ
author img

By

Published : Nov 15, 2021, 8:52 PM IST

ଭୁବନେଶ୍ବର: ଆଉ ଏକ ମେଗା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ନୀରବ ସାକ୍ଷୀ ପାଲଟିବାକୁ ଯାଉଛି ଐତିହାସିକ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର । ପୁରୁଷ ଜୁନିଅର ହକି ବିଶ୍ବକପକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ବାକି ରହିଥିବାବେଳେ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍‌। ତେବେ କୋଭିଡ କଟକଣା ଯୋଗୁଁ ଏଥର ଷ୍ଟାଡିୟମରେ ନଜର ଆସିବେନି ହକିପ୍ରେମୀ । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ଯୋଜନା କରିଛି ଅନ୍ତର୍ଜାତୀୟ ହକି ଫେଡେରେସନ । ତେବେ ଏହି ମେଗା ଇଭେଣ୍ଟ ପାଇଁ ଉତ୍ସାହ କମ ହୋଇନି, ଅନଲାଇନ୍‌ରେ ନିଜର ପସନ୍ଦର ଖେଳାଳିଙ୍କ ଚମତ୍କାରକୁ ଟେଲିଭିଜନ ସ୍କ୍ରିନରେ ଦେଖିପାରିବେ ଦର୍ଶକ ।

ଆୟୋଜକ ଭାରତ ଡିଫେଣ୍ଡିଂ ଚମ୍ପିଆନ ରହିଥିବାରୁ ପୁଣି ଥର ଟ୍ରଫି ଜିନ ପାଖରେ ରଖିବାକୁ ଜୋର ଲଗାଇଛି । ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ହକି ଟିମ ଇଣ୍ଡିଆର ସଦସ୍ୟ ଥିବା ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ୧୮ ଜଣିଆ ଟିମ ମଧ୍ୟ ଘୋଷଣା ହୋଇଛି । ସିନିୟର ଟିମକୁ ବ୍ରୋଞ୍ଜ ବିଜେତା କରାଇଥିବା କୋଚ୍‌ ଗ୍ରାହାମ ରେଡ୍‌ଙ୍କ ରଣନୀତିରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି ଟିମ ।

ଏଥିର ଜୁନିଅର ଟିମ ପାଖରେ ଚମ୍ପିଆନ ଟାଇଟଲ ବଜାୟ ରଖିବାକୁ ଆହ୍ବାନ ରହିବ । ଅଧିକାଂଶ ଟିମ ଚଳିତ ସପ୍ତାହରେ ଭୁବନେଶ୍ବରରେ ପହଞ୍ଚିବା ନେଇ ସୂଚୀ ରହିଛି । ମୋଟ୍‌ ୧୬ଟି ଟିମ ମଧ୍ୟରେ ଜୁନିଅର ବିଶ୍ବକପ ଟ୍ରଫି ପାଇଁ ଲଢେଇ ହେବ ।

୨୦୧୮ ହକି ବିଶ୍ବକପର ସଫଳ ଆୟୋଜନ ଅଭିଜ୍ଞତାକୁ ନେଇ ଓଡିଶା, ପୁରୁଷ ଜୁନିଅର ହକି ବିଶ୍ବକପର ଦ୍ବାଦଶ ସଂସ୍କରଣ ଆୟୋଜତ କରିବାକୁ ଯାଉଛି । ନଭେମ୍ବର ୨୪ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ । ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ଓ ଆବଶ୍ୟକୀୟ ସମସ୍ତ ସୁବିଧା ଉପଲବ୍ଧ ଯୋଗୁଁ ପ୍ରାଥମିକ ଭିତ୍ତିରେ ଓଡିଶାକୁ ଏହି ସଂସ୍କରଣର ଆୟୋଜନ ମାନ୍ୟତା ମିଳିଛି ।

ଏକ ବିବୃତିରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "କେବଳ ବିଶ୍ବସ୍ତରୀୟ ଭିତ୍ତିଭୂମୀ ପାଇଁ ନୁହେଁ ବରଂ ସଫଳ ଓ ସରଳ ଭାବେ ଏକ ଇଭେଣ୍ଟର ପରିଚାଳନା ଓଡିଶା କରୁଛି । ଆୟୋଜନ ପାଇଁ ଅଳ୍ପ କିଛି ମାସ କିମ୍ବା ଅଳ୍ପ ବର୍ଷ ସମୟ ଥିଲେ ମଧ୍ୟ ପ୍ରତିବଦ୍ଧତା ସହିତ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା କ୍ରୀଡା ମହାସଂଘ ସହିତ ମିଶି ସ୍ବଚାରୁରୂପେ ସଫଳ ଆୟୋଜନର ସମସ୍ତ ବ୍ୟବସ୍ଥା କରିବାରେ ସିଦ୍ଧହସ୍ତ ।"

" ୨୦୧୭ ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ୍‌ ଏହାର ଅନନ୍ୟ ଉଦାହରଣ । ଏପରି ଏକ ସମ୍ମାନଜନକ ବୃହତ ପ୍ରତିଯୋଗିତା ଆୟୋଜନ କରିବାକୁ ଏକ ଆହ୍ବାନ ଥିଲା ଯେତେବେଳେ ରାଜ୍ୟ ସରକାରଙ୍କୁ ମିଳିଥିଲା ମାତ୍ର ୯୦ ଦିନ । ସେହିପରି ପୁରୁଷ ଜୁନଅର ହକି ବିଶ୍ବକପ ଆୟୋଜନ ପାଇଁ ଓଡିଶାକୁ ୬୦ ଦିନ ମିଳିଥିଲା । ସ୍ବଳ୍ପ ଓ ସୀମିତ ସମୟ ହୋଇଥିଲେ ମଧ୍ୟ ଓଡିଶା ଉପଯୁକ୍ତ ଆୟୋଜକ ବୋଲି ନିଶ୍ଚୟ ପ୍ରମାଣିତ କରିବ । ଚଳିତ ସପ୍ତାହରେ ଟିମମନେ ଭୁବନେଶ୍ବର ପହଞ୍ଚିବା ଆରମ୍ଭ ହୋଇଯିବ । ଫଳରେ ସଂପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ ପରିବେଶରେ ଇଭେଣ୍ଟର ଆୟୋଜନ ନେଇ ଓଡିଶା ସରକାର ଓ ହକି ଇଣ୍ଡିଆ ଅଧିକାରୀ ମିଳିତ ଭାବେ ପ୍ରତ୍ୟେକ ଦିଗକୁ ନିଶ୍ଚିତ କରୁଛନ୍ତି ।"

ପୁରୁଷ ଜୁନିଅର ହକି ବିଶ୍ବକପର ଗତ ସଂସ୍କରଣ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୨୦୧୬ରେ ଆୟୋଜିତ ହୋଇଥିଲା । ଟିମ ଇଣ୍ଡିଆ ଫାଇନାଲରେ ବେଲଜିଅମକୁ ହରାଇ ଚମ୍ପିଆନ ହୋଇଥିଲା । ଏହାର ପ୍ରାୟ ୫ ବର୍ଷ ପରେ ଏହି ଇଭେଣ୍ଟ ପୁନର୍ବାର ହେବାକୁ ଯାଉଥିବାରୁ ଅଧିକ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି ।

ଓଡିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ କହିଛନ୍ତି, "ହକିର ଏକ ନୂଆ ଯୁଗ ଆରମ୍ଭ ହୋଇଛି, ହକି ପ୍ରତି ପ୍ରତିବଦ୍ଧତା ଓ ହକି ସହିତ ଓଡିଶାର ନିବିଡତା ଏହାକୁ ଇନ୍ଧନ ଯୋଗାଇଛି । ଓଡିଶା ମଧ୍ୟ ୨୦୨୩ ସଂସ୍କରଣର ପୁରୁଷ ହକି ବିଶ୍ବକପର ଆୟୋଜନ କରିବ । ଏହା ବିଶ୍ବର ଯୁବ ଓ ଶ୍ରେଷ୍ଠ ହକି ଖେଳାଳିଙ୍କୁ ଓଡିଶା ସହିତ ଯୋଡିବାର ଆଉଏକ ନୂଆ ଅଧ୍ୟାୟ ସହ ଓଡିଶାକୁ ହକିର ଗ୍ଲୋବାଲ ହବ୍‌ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ ଜନକଲ୍ୟାଣକାଲୀ ଲକ୍ଷ୍ୟ କ୍ରୀଡାବିତଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ପ୍ରେରିତ କରେ ।"

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.