ETV Bharat / sports

FIH ମହିଳା ସିରିଜ ଫାଇଲାଲ୍ସ: ଭାରତୀୟ ଦଳ ଘୋଷିତ, ଦଳରେ 3 ଓଡିଆ - 18-member

FIH ସିରିଜ ଫାଇଲାଲ୍ସ ପାଇଁ ଆଜି(ବୁଧବାର) ହକି ଇଣ୍ଡିଆ 18ଜଣିଆ ମହିଳା ଦଳ ଘୋଷଣା କରିଛି । ଦଳରେ 3 ଓଡିଆ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ଦୀପ ଗ୍ରେସ ଏକ୍କା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 29, 2019, 6:51 PM IST

ନୂଆଦିଲ୍ଲୀ: ଓଡିଶାରେ ପୁରୁଷ FIH ସିରିଜ ଫାଇଲାଲ୍ସ ଆରମ୍ଭ ହେବାକୁ ଯାଉଛି । ସେହିପରି ମହିଳା ହକି ପାଇଁ ମଧ୍ୟ ଜାପାନର ହିରୋସିମାରେ FIH ସିରିଜ ଫାଇଲାଲ୍ସ ଖେଳାଯିବ । ଯାହା ଆଗାମୀ ଜୁନ 15ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଆଜି(ବୁଧବାର) ହକି ଇଣ୍ଡିଆ 18ଜଣିଆ ମହିଳା ଦଳ ଘୋଷଣା କରିଛି ।

ରାନୀ ରାମପାଲଙ୍କ ନେତୃତ୍ବରେ ଦଳ ପ୍ରତିଯୋଗିତାରେ ଭାଗ ନେବ । ସେହିପରି ଦଳରେ 3 ଓଡିଆ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ଦୀପ ଗ୍ରେସ ଏକ୍କା । ତେବେ ପୁଲ-ଏରେ ଭାରତ ସହିତ ପୋଲାଣ୍ଡ, ଫିଜି ଓ ଉରୁଗୁଏ ରହିଛନ୍ତି । ଭାରତ ତାର ଯାତ୍ରା ଫାଇନାଲ୍ସର ଉଦଘାଟନୀ ମ୍ୟାଚରୁ ଆରମ୍ଭ କରିବ । ଯାହାକୁ ଉରୁଗୁଏ ବିପକ୍ଷରେ ଭାରତ ଖେଳିବ । ଏହାପରେ ଦଳ ଜୁନ୍‌ ୧୬ରେ ପୋଲାଣ୍ଡ ଓ ଜୁନ୍‌ ୧୭ରେ ଫିଜିକୁ ଭେଟିବ । ୨୦୨୦ ଟୋକିଓ ଅଲିମ୍ପିକ ଯୋଗ୍ୟତା ପାଇଁ ଏହି ପ୍ରତିଯୋଗିତା ଖେଳାଯାଉଛି । ପ୍ରତିଯୋଗିତାରେ ସଫଳ ହୋଇ ଅଲମ୍ପିକ ଯୋଗ୍ୟତା ହାତେଇବା ଲକ୍ଷ୍ୟରେ ରହିଛି ଭାରତୀୟ ମହିଳା । ସେହିପରି ପୁଲ-ବି ରେ ଜାପାନ, ଚୀନ୍‌, ରୁଷ ଓ ମେକ୍ସିକୋ ରହିଛନ୍ତି ।

ଅନ୍ୟପଟେ ଭାରତୀୟ ଦଳରେ ନିଶା ଡେବ୍ୟୁ କରୁଛନ୍ତି । ସେ ମିଡ୍‌ଫିଲ୍ଡର ଭୂମିକା ତୁଲାଇବେ । ସେହିପରି ସବିତାଙ୍କ ବ୍ୟତୀତ ଦଳରେ ଦ୍ୱିତୀୟ ଗୋଲକିପର ଭାବେ ରଜନୀ ଏଟିମାରପୁଙ୍କୁ ସାମିଲ କରାଯାଇଛି ।

ଭାରତୀୟ ମହିଳା ଦଳ-

ଗୋଲକିପର-

  • 1.ସବିତା (ଉପ ଅଧିନାୟିକା)
  • 2.ରଜନୀ ଏଟିମାରପୁ

ଡିଫେଣ୍ଡର୍ସ–

  • 3.ସାଲିମା ଟେଟେ
  • 4.ସୁନୀତା ଲାକ୍ରା
  • 5.ଦୀପ ଗ୍ରେସ୍ ଏକ୍କା
  • 6.ନିଶା
  • 7.ଗୁରଜିତ୍ କୌର୍

ମିଡଫିଲ୍ଡର୍ସ-

  • 8.ମୋନିକା
  • 9.ସୁଶୀଲା ଚାନୁ ପୁଖରାମବାମ୍
  • 10.ନିକ୍କି ପ୍ରଧାନ
  • 11.ନେହା ଗୋୟଲ୍
  • 12.ଲିଲିମା ମିଞ୍ଜ

ଫରୱାଡର୍ସ-

  • 13. ରାନୀ ରାମପାଲ (ଅଧିନାୟିକା)
  • 14.ବନ୍ଦନା କାଟାରିୟା
  • 15.ଲାଲରେମସିଆମି
  • 16.ନବଜୋତ୍ କୌର୍
  • 17.ନବନୀତ କୌର୍
  • 18.ଜ୍ୟୋତି

Intro:Body:

prabir 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.