ନୂଆଦିଲ୍ଲୀ: ଆଗାମୀ 3 ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ହକି ଇଣ୍ଡିଆ ଘୋଷଣା କରିଛି 18ଜଣିଆ ମହିଳା ଜୁନିଅର ଦଳ । ଯେଉଁଥିରେ ସ୍ଥାନ ପାଇଛନ୍ତି 2 ଓଡିଆ ଖେଳାଳି । ସେମାନ ହେଲେ ମାରିଆନ କୁଜୁର ଓ ଅଜମିନା କୁଜୁର । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ଆସନ୍ତା ଡିସେମ୍ବର 3ରୁ 8 ପର୍ଯ୍ୟନ୍ତ ଏହି ତ୍ରୀରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବା । ଯେଉଁଥିରେ ଆୟୋଜକ ଅଷ୍ଟ୍ରେଲିଆ ସହ ଭାଗନବେ ଭାରତ ଓ କାନବେରା । ପ୍ରତି ଟିମ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ସୁମନ ଦେବୀଙ୍କ ନେତୃତୃରେ ପଡିଆକୁ ଓହ୍ଲାଇବ ଭାରତୀୟ ଜୁନିଅର ମହିଳା ଦଳ ।