ETV Bharat / sports

ଜୁନିଅର ହକି ବିଶ୍ବକପ ଓଡିଶା: ୨୪ଜଣିଆ ସମ୍ଭାବ୍ୟ ଟିମ ଇଣ୍ଡିଆ ଘୋଷଣା - FIH Junior WC odisha

ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଭାରତ ପୁଲ୍‌ ବି'ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ସ୍ଥାନ ପାଇଛି । ଭୁବନେଶ୍ବରରେ ୨୪ ନଭେମ୍ବର ୨୦୨୧ରୁ ବହୁ ପ୍ରତିକ୍ଷୀତ FIH ହକି ପୁରୁଷ ଜୁନିଅର ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

Hockey India name 24-player core probable group for FIH Junior WC
ଜୁନିଅର ହକି ବିଶ୍ବକପ ଓଡିଶା: ୨୪ଜଣିଆ ସମ୍ଭାବ୍ୟ ଟିମ ଇଣ୍ଡିଆ ଘୋଷଣା
author img

By

Published : Nov 6, 2021, 3:51 PM IST

ନୂଆଦିଲ୍ଲୀ: ଜୁନିଅର ହକି ବିଶ୍ବକପ ପାଇଁ ଶନିବାର ୨୪ ଜଣିଆ ସମ୍ଭାବ୍ୟ ଗ୍ରୁପ ଘୋଷଣା କରିଛି ହକି ଇଣ୍ଡିଆ । ଓଡିଶାର ଭୁବନେଶ୍ବରରେ ୨୪ ନଭେମ୍ବର ୨୦୨୧ରୁ ବହୁ ପ୍ରତିକ୍ଷୀତ FIH ହକି ପୁରୁଷ ଜୁନିଅର ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି ।

ସମସ୍ତ ଖେଳାଳି ନଭେମ୍ବର ୭ ସୁଦ୍ଧା ମୁଖ୍ୟ କୋଚ୍‌ ଗ୍ରାହାମ ରେଡ୍‌ ଓ କୋଚ୍‌ ବିଜେ କରିୟାପ୍ପାଙ୍କ ପାଖରେ ଉପସ୍ଥିତ ହେବେ । ଚଳିତ ମାସ ଶେଷରେ ଖେଳାଯିବାକୁ ଥିବା ମେଗା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କ୍ୟାମ୍ପ୍‌ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟରେ ବିଶ୍ବର ୧୬ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ଶୀର୍ଷ ସମ୍ମାନ ପାଇଁ ଲଢେଇ ହେବ ।

ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଭାରତ ପୁଲ୍‌ ବି'ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ସ୍ଥାନ ପାଇଛି । ପୁଲ୍‌ ଏ'ରେ ରହିଛନ୍ତି, ବେଲଜିୟମ, ମାଲେସିୟା, ଦକ୍ଷିଣ ଆଫ୍ରିକା ଓ ଚିଲେ । ନେଦରଲାଣ୍ଡ ସ୍ପେନ୍‌, କୋରିଆ ଓ ଆମେରିକା ପୁଲ୍‌ ସି'ରେ ରହିଛନ୍ତି । ସେହିପରି ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ପୁଲ୍‌ ଡି'ରେ ରହିଛନ୍ତି ।

ଜୁନିଅର ପୁରୁଷ କ୍ୟାମ୍ପ୍‌ ଗତ କିଛି ମାସ ମଧ୍ୟରେ SAI ବେଙ୍ଗାଲୁରୁରେ ବାୟୋବବଲରେ ଅନୁଷ୍ଠିତ ହୋଇଥିଲା । ତେବେ FIH ଓଡିଶା ହକି ପୁରୁଷ ଜୁନିଅର ବିଶ୍ବକପକୁ ଆଉ ମାତ୍ର ୩ ସପ୍ତାହ ବାକି ଥିବାରୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମ୍ଭାବ୍ୟ ମୁଖ୍ୟ ଗ୍ରୁପ କଳିଙ୍ଗ ହକି ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବ ।

ଘୋଷିତ ଟିମ: ପ୍ରଶାନ୍ତ କୁମାର ଚୌହାନ, ସାହିଲ କୁମାର ନାୟକ, ସଞ୍ଜୟ, ୟଶଦୀପ ସିୱାଚ୍‌, ସର୍ଦାନନ୍ଦ ତିୱାରୀ, ଅଭିଶେକ ଲାକ୍ରା, ମଞ୍ଜିତ, ଦୀନାଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ସୁନୀଲ ଜୋଜୋ, କେରିଲ ଲୁଗାନ, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂ ମୋଇରଙ୍ଗଥେମ, ବିଷ୍ଣୁ କାନ୍ତ ସିଂହ, ଗୁରୁମୁଖ ସିଂହ, ଅଙ୍କିତ ପାଲ୍‌, ମରିଶ୍ବରନ ଶକ୍ତିବେଲ, ଉତ୍ତମ ସିଂହ, ମନିନ୍ଦର ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ସୁଦୀପ ଚୈରମକୋ, ରାହୁଲ କୁମାର ରାଜବର, ବବି ସିଂହ ଧାମି, ପ୍ରଭଜୋତ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.