ETV Bharat / sports

ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁରଙ୍କ ପରଲୋକ

କୋରୋନାରେ ଆକ୍ରାନ୍ତ ହେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁରଙ୍କ ପରଲୋକ । ଅଧିକ ପଢନ୍ତୁ...

author img

By

Published : Apr 24, 2021, 8:52 PM IST

Hockey India mourns demise of former international umpire Suresh Kumar
ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁରଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁର । କୋରୋନାରେ ଆକ୍ରାନ୍ତ ହେବାପରେ ପଞ୍ଜାବର ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି । ଅମ୍ପାୟର ସୁରେଶଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ହକି ଇଣ୍ଡିଆ । ମୃତ୍ୟୁ ବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା ।

ମାଲେସିୟାର କ୍ବାଲାଲାମପୁରରେ ଖେଳାଯାଇଥିବା ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟ ଓ ଜର୍ମାନୀର ହାମବର୍ଗରେ ହୋଇଥିବା ଚାରିଦେଶୀୟ ଟୁର୍ଣ୍ଣାମେଣ୍ଟ ସମେତ ଏକାଧିକ ସମ୍ମାନଜନକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଛନ୍ତି ଠାକୁର ।

2013 ଓ 2014ରେ ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ଅମ୍ପାୟର ରହିଛନ୍ତି ।

ହକି ଇଣ୍ଡିଆ ପକ୍ଷରୁ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.