ETV Bharat / sports

ଭାରତୀୟ ହକିରେ ବିଶେଷ ଅବଦାନ ପାଇଁ ରୁପିନ୍ଦରଙ୍କୁ ହକି ଇଣ୍ଡିଆର ଶୁଭେଚ୍ଛା - ରୁପିନ୍ଦରଙ୍କୁ ଶୁଭେଚ୍ଛା

ସାଥୀ ଖେଳାଳିଙ୍କ ମଧ୍ୟରେ 'ବବ୍‌' ଭାବେ ପରିଚିତ ଷ୍ଟାର ଡ୍ରାଗ୍‌-ଫ୍ଲିକର ରୁପିନ୍ଦରଙ୍କ ରହିଛି ଗତ ଦଶନ୍ଧିରେ ଭାରତୀୟ ହକିର ଉତ୍‌ଥାନରେ ପ୍ରମୁଖ ଯୋଗଦାନ । ଅଧିକ ପଢନ୍ତୁ...

Hockey India congratulates Rupinder Pal Singh on illustrious career
ଭାରତୀୟ ହକିରେ ବିଶେଷ ଅବଦାନ ପାଇଁ ରୁପିନ୍ଦରଙ୍କୁ ହକି ଇଣ୍ଡିଆର ଶୁଭେଚ୍ଛା
author img

By

Published : Sep 30, 2021, 5:06 PM IST

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ଷ୍ଟାର ଡ୍ରାଗ-ଫ୍ଲିକର ରୁପିନ୍ଦର ପାଲ୍‌ ସିଂହ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ପରେ ତାଙ୍କ ନିକଟକୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ରୁପିନ୍ଦରଙ୍କୁ ଶୁଭେଚ୍ଛା ଜଣାଯାଇଛି । ଭାରତୀୟ ହକିକୁ ରୁପିନ୍ଦରଙ୍କ ବିଶେଷ ଯୋଗଦାନ ପାଇଁ ଦୁଇଥରର ଅଲମ୍ପିଆନ ରୁପିନ୍ଦରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଇଣ୍ଡିଆ ।

  • 2️⃣2️⃣3️⃣ Caps
    1️⃣1️⃣9️⃣ Goals
    🥉 Olympic Bronze Medallist

    Indian Hockey Team Defender and one of the best drag-flickers of this generation draws curtains on an exceptional career. 👏

    Wishing you a Happy Retirement, Rupinder Pal Singh👏#IndiaKaGame pic.twitter.com/kXsVoYlUql

    — Hockey India (@TheHockeyIndia) September 30, 2021 " class="align-text-top noRightClick twitterSection" data=" ">

ବର୍ଷ ୨୦୧୦ରେ ଅନ୍ତର୍ଜାତୀୟ ହକିରେ ଡେବ୍ୟୁ କରିଥିଲେ ରୁପିନ୍ଦର । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ବିଜୟରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଗୋଲ୍‌ କରିଥିଲେ ରୁପିନ୍ଦର, ଏଥିସହ ଭାରତୀୟ ଟିମର ଦ୍ବିତୀୟ ସର୍ବାଧିକ ଗୋଲ୍‌ ସ୍କୋର ରହିଥିଲେ ।

ସାଥୀ ଖେଳାଳିଙ୍କ ମଧ୍ୟରେ 'ବବ୍‌' ଭାବେ ପରିଚିତ ଷ୍ଟାର ପଞ୍ଜାବ ଡ୍ରାଗ୍‌-ଫ୍ଲିକର ରୁପିନ୍ଦରଙ୍କ ରହିଛି ଗତ ଦଶନ୍ଧିରେ ଭାରତୀୟ ହକିର ଉତ୍‌ଥାନରେ ପ୍ରମୁଖ ଯୋଗଦାନ । ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ, ୨୦୧୬ ଏସିଆନ ଚମ୍ପିଆନ ଟ୍ରଫି ବିଜେତା ଓ ୨୦୧୫ ବ୍ରୋଞ୍ଜ ପଦକ ବିଜେତା FIH ହକି ବିଶ୍ବ ଲିଗ ଫାଇନାଲ ଓ ୨୦୧୭ ହକି ବିଶ୍ବ ଲିଗ୍‌ ଫାଇନାଲରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି ।

ସଫଳତମ ହକି କ୍ୟାରିୟରରେ ରୁପିନ୍ଦର ବର୍ଷ ୨୦୧୩ ସୁଲତାନ ଆଜଲାନ ଶାହ କପ ଓ ୨୦୧୬ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ସର୍ବାଧିକ ଗୋଲ୍‌ କରିଛନ୍ତି । ୨୦୧୮-୧୯ରେ ଏକ ବ୍ରେକ ପରେ ୨୦୨୦ ଅଲମ୍ପିକ୍‌ କ୍ବାଲିଫାୟର୍ସରେ ଦମଦାର କମବ୍ୟାକ କରିଥିଲେ ଲାଙ୍କି ଡ୍ରାକ-ଫ୍ଲିକର ଓ ୨୦୧୮ ଏସିଆନ ଗେମ୍ସ ପରେ ପ୍ରଥମ ହ୍ୟା-ଟ୍ରିକ୍‌ ସ୍କୋର ମଧ୍ୟ କରିଥିଲେ ।

ଏକ ଦଶନ୍ଧିରୁ ଅଧିକ ସମୟ ଧରି ରୁପିନ୍ଦର ଭାରତୀୟ ହକିରେ ଘରେ ଘରେ ପରିଚିତ ଥିଲେ ଓ ଅଦ୍ଭୁତ ଡ୍ରାଗ୍‌-ଫ୍ଲିକର କୌଶଳ ପାଇଁ ବିଶ୍ବବ୍ୟାପୀ ହକି ପ୍ରେମୀଙ୍କ ମଧ୍ୟରେ ସେ ଲୋକପ୍ରିୟ ଥିଲେ ।

ବ୍ୟକ୍ତିଗତ ଓ ପେଷାଦର ଜୀବନର ନୂଆ ଅଧ୍ୟାୟ ପାଇଁ ହକି ଇଣ୍ଡିଆ ପକ୍ଷରୁ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.