ନୂଆଦିଲ୍ଲୀ: ଆଉ ନାହାଁନ୍ତି ଭାରତୀୟ ମହିଳା ହକି ମହାସଂଘର ସମ୍ପାଦିକା ଅମ୍ରିତ ବୋସ୍ । ରବିବାର 84 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରତୀୟ ହକିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି ସେ । ତାଙ୍କର ମୃତ୍ୟୁରେ ହକି ଇଣ୍ଡିଆ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛି । ମହିଳା ହକି ମହାସଂଘର ସମ୍ପାଦିକା ସହ ଅମ୍ରିତ ବୋସ, ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସର ଓ ଦିଲ୍ଲୀ ମହିଳା ହକି ସଂଘର ସଭାନେତ୍ରୀ ମଧ୍ୟ ଥିଲେ ।
ଅମ୍ରିତଙ୍କ ଅକାଳ ବିୟୋଗରେ ହକି ଇଣ୍ଡିଆ ପରିବାର ପକ୍ଷରୁ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଶୋକବ୍ୟକ୍ତ କରିଛନ୍ତି । "ଆମ ସମସ୍ତଙ୍କ ପାଇଁ ଏକା ଅତ୍ୟନ୍ତ ଦୁଃଖର ଦିନ, ଦେଶରେ ହକିର ଉନ୍ନତି ନେଇ ଅମ୍ରିତଙ୍କ ବିଶେଷ ଅବଦାନ ରହିଛି, ତାଙ୍କୁ ଅନୁପସ୍ଥିତି ଅନୁଭୂତ ହେବ ।" ଶୋକବାର୍ତ୍ତାରେ ଏହା କହିଛନ୍ତି, ହକି ଇଣ୍ଡିଆ ସଭାପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ